ତ୍ରିଲୋଚନ କାନୁନଗୋ

ଉଇକିପିଡ଼ିଆ‌ରୁ
ତ୍ରିଲୋଚନ କାନୁନଗୋ
Trilochan Kanungo.jpg
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀସୁର ସେଠୀ
ପର ଅଧିକାରୀସଂଗ୍ରାମ କେଶରୀ ମହାପାତ୍ର
ନିର୍ବାଚନ ମଣ୍ଡଳୀକଟକ ସଦର
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୫ ସେପ୍ଟେମ୍ବର ୧୯୮୯
ନିର୍ବାଚନ ମଣ୍ଡଳୀଗୋବିନ୍ଦପୁର
ସାଂସଦ: ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୯ – ୨୦୦୪
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-12-09) ୯ ଡିସେମ୍ବର ୧୯୪୦ (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଅଗୁସ୍ତୀ କାନୁନଗୋ
ବାପା/ବୋଉପ୍ରେମାନନ୍ଦ କାନୁନଗୋ (ବାପା)
ବୃତ୍ତିରାଜନୀତିଜ୍ଞ

ତ୍ରିଲୋଚନ କାନୁନଗୋ (ଜନ୍ମ: ୧୨ ସେପ୍ଟେମ୍ବର ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ତ୍ରିଲୋଚନ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୭୧ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ତ୍ରିଲୋଚନ କାନୁନଗୋ ୧୯୪୦ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରେମାନନ୍ଦ କାନୁନଗୋ ଏବଂ ପତ୍ନୀଙ୍କ ନାମ ଅଗୁସ୍ତୀ କାନୁନଗୋ ।[୧] ତ୍ରିଲୋଚନଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ତ୍ରିଲୋଚନ କାନୁନଗୋ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ, ବିଜୁ ଜନତା ଦଳ ଓ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦ ଲୋକ ସଭାର ଜଣେ ସାଂସଦ ଭାରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Trilochan Kanungo". odishaassembly.nic.in. Odisha Assembly. Retrieved 24 January 2020.