ସୁଦାମ ମାରାଣ୍ଡି

ଉଇକିପିଡ଼ିଆ‌ରୁ
ସୁଦାମ ମାରାଣ୍ଡି
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ସାଂସଦ: ୧୪ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀମୟୁରଭଞ୍ଜ
ବିଧାୟକ: ୧୧ଶ୧୨ଶ
କାର୍ଯ୍ୟକାଳ
୧୯୯୫ – ୨୦୦୪
ନିର୍ବାଚନ ମଣ୍ଡଳୀକୁଳିଆନା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧ ସେପ୍ଟେମ୍ବର ୧୯୯୦ – ୧୯୯୨
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-06-01) ୧ ଜୁନ ୧୯୬୨ (ବୟସ ୬୧)
ମୟୂରଭଞ୍ଜ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରଞ୍ଜିତା ମାରାଣ୍ଡି
ସନ୍ତାନ୧ ପୁଅ, ୧ ଝିଅ
ଘରମୟୂରଭଞ୍ଜ, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ସୁଦାମ ମାରାଣ୍ଡି (ଜନ୍ମ: ୧ ଜୁନ ୧୯୬୨) ଜଣେ ଭାରତୀୟ ରାଜନୀତିଜ୍ଞ ।[୧] ସେ ଓଡ଼ିଶା ବିଧାନ ସଭାର ୧୦ମ, ୧୧ଶ, ୧୨ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଓ ଭାରତୀୟ ସଂସଦର ତଳ ସଦନ ୧୪ଶ ଲୋକ ସଭାକୁ ଓଡ଼ିଶାର ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଯାଇଥିଲେ । ସୁଦାମ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସ୍ତରୀୟ ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁଦାମ ମାରାଣ୍ଡି ୧୯୬୨ ମସିହାର ଜୁନ ମାସ ୧ ତାରିଖରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ହେଉଛନ୍ତି ଲକ୍ଷ୍ମଣ ମାରାଣ୍ଡି । ସେ ରଞ୍ଜିତା ମାରାଣ୍ଡିଙ୍କୁ ବିବାହ କରିଥିଲେ । ସୁଦାମ ବାରିପଦାର ଏମ୍.ପି.ସି. ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ସୁଦାମ ମାରାଣ୍ଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଉପସଭାପତି ଏବଂ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୩][୪] ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ୧୯୯୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ପ୍ରଥମ ଥର ପାଇଁ ବାଙ୍ଗିରିପୋଷ ନିର୍ବାଚନ ମଣ୍ଡଳୀ ଓଡ଼ିଶାର ବିଧାନ ସଭାର ୧୦ମ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହାପରେ ସେ ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ କୁଳିଆନା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।[୨]

୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସୁଦାମ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରତିନିଧି ଭାବରେ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସୁଦାମ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଙ୍ଗିରିପୋଷିରୁ ନିର୍ବାଚନ ଲଢ଼ିଥିଲେ ଏବଂ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ସୁଦାମ ଓଡ଼ିଶା ବିଧାନ ସଭାରେ କ୍ରୀଡ଼ା ଓ ଯୁବ ବିଭାଗର ଏବଂ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୬][୭]

ଆଧାର[ସମ୍ପାଦନା]

  1. Dharitri. "'ଗ୍ରାମାଞ୍ଚଳ ଲୋକଙ୍କୁ ଯୋଜନା କଥା କୁହ'". Dharitri.com (in ଇଂରାଜୀ). Retrieved 2019-02-09.
  2. ୨.୦ ୨.୧ ୨.୨ ୨.୩ ୨.୪ "Shri Sudam Marndi". odishaassembly.nic.in. Odisha Bidhansabha. Retrieved 9 February 2019.
  3. "ଜେଏମ୍‌ଏମ୍‌ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରୁଛି: ସୁଦାମ ମାରାଣ୍ଡି". Odisha Reporter (in ଆମେରିକୀୟ ଇଂରାଜୀ). 2016-02-11. Retrieved 2019-02-09.
  4. OdishaTime (2017-05-09). "ଏବେ କୁଆଡେ଼ ଯିବେ ସୁଦାମ ?". Odisha News, Politics, Media | Odia News | Bhubaneswar (in ଆମେରିକୀୟ ଇଂରାଜୀ). Retrieved 2019-02-09.
  5. "MLA Sudam Marndi Profile | BANGIRIPOSI Constituency". www.naveenpatnaik.com. Archived from the original on 2018-08-15. Retrieved 2019-02-09.
  6. "ଦ୍ୱିତୀୟ ଭୁବନେଶ୍ୱର ସାଇକ୍ଲୋଥନକୁ ଉଦଘାଟନ କଲେ କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି ,ଶିଖରଚଣ୍ଡୀ ନିକଟରୁ ସାଇକ୍ଲୋଥନ୍ ଆରମ୍ଭ,କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ସାଇକେଲରେ ପ୍ରତିଯୋଗୀ – Kanak News" (in ଆମେରିକୀୟ ଇଂରାଜୀ). Retrieved 2019-02-09.
  7. Dharitri. "ତୁଟିଲା ୨୬ ବର୍ଷର ତିକ୍ତତା". Dharitri.com (in ଇଂରାଜୀ). Retrieved 2019-02-09.

ବାହାର ଆଧାର[ସମ୍ପାଦନା]