ବିକ୍ରମ କେଶରୀ ଦେଓ
ଦେଖଣା
ବିକ୍ରମ କେଶରୀ ଦେଓ | |
---|---|
ସାଂସଦ, ୧୨ଶ, ୧୩ଶ, ୧୪ଶ ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | କଳାହାଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କଳାହାଣ୍ଡି, ଓଡ଼ିଶା | ୨୬ ନଭେମ୍ବର ୧୯୫୨
ମୃତ୍ୟୁ | ୭ ଅକ୍ଟୋବର ୨୦୦୯ | (ବୟସ ୫୬)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ନୟନଶ୍ରୀ ଦେବୀ |
ସନ୍ତାନ | ଅର୍କ କେଶରୀ ଦେଓ |
ଘର | କଳାହାଣ୍ଡି, ଓଡ଼ିଶା |
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା ଆଧାର: [୧] |
ବିକ୍ରମ କେଶରୀ ଦେଓ (୨୬ ନଭେମ୍ବର ୧୯୫୨ – ୭ ଅକ୍ଟୋବର ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ, ୧୩ଶ ଏବଂ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]
ହୃଦ୍ରୋଧ ଯୋଗୁଁ ତାଙ୍କର ୭ ଅକ୍ଟୋବର ୨୦୦୯ରେ ମୃତ୍ୟୁ ହୋଇଥିଲା ।[୪]
ପରିବାର
[ସମ୍ପାଦନା]ବିକ୍ରମ କେଶରୀ ଦେଓ କଳାହାଣ୍ଡିର ରାଜା ପ୍ରତାପ କେଶରୀ ଦେଓଙ୍କ ପୁଅ ।[୫] ବିକ୍ରମଙ୍କର ପୁଅ ଅର୍କ କେଶରୀ ଦେଓ ବାପାଙ୍କର ମୃତ୍ୟୁପରେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି ।[୬]
ରାଜନୀତି
[ସମ୍ପାଦନା]ବିକ୍ରମ ୧୯୮୫ରୁ ୧୯୯୮ ଯାଏଁ ଜୁନାଗଡ଼ ବିଧାନ ସଭା ଆସନରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ପ୍ରଥମେ ସେ ଜନତା ପାର୍ଟି ତରଫରୁ ଏବଂ ପରେ ଦୁଇଥର ଭାରତୀୟ ଜନତା ପାର୍ଟି ତରଫରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ "Biographical Sketch of Member of 12th Lok Sabha". parliamentofindia.nic.in. 2001. Retrieved 14 May 2012.
Election Result of Kalahandi Lok Sabha Constituency
- ↑ "Biographical Sketch of Member of 13th Lok Sabha". parliamentofindia.nic.in. 2001. Retrieved 14 May 2012.
Election Result of Kalahandi Lok Sabha Constituency
- ↑ "Kalahandi | Orissa Lok Sabha Constituency Elections Results 2009 Kalahandi | Orissa MP Elections Results Kalahandi 2009 | Candidate of Kalahandi Lok Sabha". indiaelections.co.in. 2012. Archived from the original on 11 September 2014. Retrieved 14 May 2012.
Updated Election Results Details of Kalahandi
- ↑ "Senior Orissa BJP leader, ex-MP B.K. Deo dead - Thaindian News". thaindian.com. 2012. Archived from the original on 6 October 2012. Retrieved 14 May 2012.
leader and former Lok Sabha MP Bikram Keshari Deo died
- ↑ ୫.୦ ୫.୧ ୫.୨ "ଏଥର ଜୁନାଗଡ଼ିଆ ବ୍ୟାନରକୁ ନେଇ ଚର୍ଚ୍ଚା". DailyHunt (in ଇଂରାଜୀ). ଧରିତ୍ରୀ. 21 September 2018. Retrieved 14 January 2019.
- ↑ "Arka Keshari Deo joins BJD". Time of India. Retrieved 18 May 2014.