ପର୍ଶୁରାମ ମାଝୀ

ଉଇକିପିଡ଼ିଆ‌ରୁ
ପର୍ଶୁରାମ ମାଝୀ
ସାଂସଦ: ୧୩ଶ ଏବଂ ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-12-01) ୧ ଡିସେମ୍ବର ୧୯୬୧ (ବୟସ ୬୨)
ନବରଙ୍ଗପୁର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀକୁସୁମ ମାଝୀ
ସନ୍ତାନ୧ ପୁଅ, ୨ ଝିଅ
ଘରନବରଙ୍ଗପୁର, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ପର୍ଶୁରାମ ମାଝୀ (ଜନ୍ମ: ୧ ଡିସେମ୍ବର ୧୯୬୧) ଜଣେ ଭାରତୀୟ ରାଜନୀତିଜ୍ଞ ।[୧] ସେ ଭାରତର ସଂସଦର ତଳ ସଦନ ଲୋକ ସଭା୧୩ଶ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ଓଡ଼ିଶାନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।


ଜନ୍ମ ଓ ପରିବାର[ସମ୍ପାଦନା]

ପର୍ଶୁରାମ ମାଝୀ ୧୯୬୧ ମସିହା ଡିସେମ୍ବର ୧ ତାରିଖରେ ଓଡ଼ିଶାର ନବରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ମାଝୀ କୁସୁମ ମାଝୀଙ୍କୁ ବିବାହ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ପର୍ଶୁରାମ ମାଝୀ ୧୯୯୯ ମସିହା ଭାରତୀୟ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି[୩] ଭାବରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହାପରେ ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ୨ୟଥର ପାଇଁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ୧୯୯୯ ଓ ୨୦୦୪ ମସିହାରେ ପର୍ଶୁରାମ ନବରଙ୍ଗପୁରରୁ ଲୋକ ସଭାକୁ ନିର୍ବାଚିତ ହେବାପରେ ୨୦୦୯ରେ ପ୍ରଦୀପ ମାଝୀଙ୍କଠାରୁ ପରାସ୍ତ ହୋଇଥିଲେ ଏବଂ ୨୦୧୪ରେ ମଧ୍ୟ ପୁଣିଥରେ ନବରଙ୍ଗପୁର ଆସନରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. Faith Under Fire (in ଇଂରାଜୀ). Media House. 2008. ISBN 9788174953209.
  2. "Former Nabarangpur MP, driver injured in road accident". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-09-11. Retrieved 2019-02-03.
  3. "General Elections 2004 Candidates Details for 13-Nowrangpur constituency of ORISSA". affidavitarchive.nic.in. Retrieved 2019-02-03.
  4. Rana, Mahendra Singh (2006). India Votes: Lok Sabha & Vidhan Sabha Elections 2001-2005 (in ଇଂରାଜୀ). Sarup & Sons. ISBN 9788176256476.
  5. "Parsuram Majhi(Bharatiya Janata Party(BJP)):Constituency- NABARANGPUR(ORISSA) - Affidavit Information of Candidate:". www.myneta.info. Retrieved 2019-02-03.
  6. "Majhi trio in fray - Big three eye Nabarangpur Lok Sabha seat". www.telegraphindia.com (in ଇଂରାଜୀ). Retrieved 2019-02-03.

ବାହାର ଆଧାର[ସମ୍ପାଦନା]