ରୀତା ତରାଇ

ଉଇକିପିଡ଼ିଆ‌ରୁ
ରୀତା ତରାଇ
ସଦସ୍ୟ: ୧୬ଶ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀମୋହନ ଜେନା
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମରାୟପୁର, ଯାଜପୁର, ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସନ୍ତୋଷ କୁମାର ତରାଇ
ସନ୍ତାନ୨ ଝିଅ
ପେଷାରାଜନୀତିଜ୍ଞ

ରୀତା ତରାଇ (ଜନ୍ମ, ୧୦ ମଇ ୧୯୭୬) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ଭାରତର ସାଧାରଣ ନିର୍ବାଚନରେ ୧୬ଶ ଲୋକ ସଭାକୁ ଓଡ଼ିଶାର ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଜୁ ଜନତା ଦଳର ଜଣେ ସଦସ୍ୟ[୨]

ଆଦ୍ୟ ଜୀବନ[ସମ୍ପାଦନା]

ସେ ଓଡ଼ିଶାର, ଯାଜପୁର ଜିଲ୍ଲା ଅନ୍ତର୍ଗତ ରାୟପୁରଠାରେ ଜନ୍ମ ଗ୍ରହଣ କରିଥିଲେ[୩] । ଯାଜପୁର ଜିଲ୍ଲାର ପାଲିଚନ୍ଦ୍ରପୁରଠାରେ ଅବସ୍ଥିତ, ପଲ୍ଲିଶ୍ରୀ ମହିଳା ମହାବିଦ୍ୟାଳୟରେ ୧୯୯୫ ମସିହାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ[୪]

ରାଜନୈତିକ ଜୀବନ[ସମ୍ପାଦନା]

  • ୨୦୧୨-୧୪, ସେ ଜିଲ୍ଲା ପରିଷଦର ସଭ୍ୟ ଥିଲେ ।[୩]
  • ମଇ ୨୦୧୪ରେ ସେ ଲୋକ ସଭାକୁ ନିର୍ବାଚିତ ହେଲେ ।[୩]
  • ସେପ୍ଟେମ୍ବର ୨୦୧୪ଠାରୁ ସେ ମହିଳା ସଶକ୍ତିକରଣର ସଭ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୋଜନା ଷ୍ଟାଣ୍ଡିଂ କମିଟିର ସଭ୍ୟ[୫], ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କନସଲଟେଟିଭ୍ କମିଟିର ସଭ୍ୟ ରହିଆସିଛନ୍ତି ।[୩]

ଏହା ମଧ୍ଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Constituencywise Trends". Election Commission of India. Retrieved 19 May 2014.
  2. "Rita Tarai". Retrieved 21 February 2018.
  3. ୩.୦ ୩.୧ ୩.୨ ୩.୩ "Rita Tarai". Retrieved 21 February 2018.
  4. "Educational Details". Retrieved 21 February 2018.
  5. "Rita Tarai". Retrieved 21 February 2018.