ଜଗନ୍ନାଥ ମଲ୍ଲିକ
ଜଗନ୍ନାଥ ମଲ୍ଲିକ | |
---|---|
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୮୦ | |
ପୂର୍ବ ଅଧିକାରୀ | ଶାନ୍ତନୁ କୁମାର ଦାସ |
ପର ଅଧିକାରୀ | ନିରଞ୍ଜନ ଜେନା |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୪ | |
ପୂର୍ବ ଅଧିକାରୀ | ନିରଞ୍ଜନ ଜେନା |
ପର ଅଧିକାରୀ | ସୂର୍ଯ୍ୟମଣୀ ଜେନା |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ସାଂସଦ: ୧୩ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୯ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୁଲାଇ ୧୦, ୧୯୩୬ |
ମୃତ୍ୟୁ | ୭ ଅଗଷ୍ଟ ୨୦୧୬ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଉତ୍କଳ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ |
ଜୀବନ ସାଥୀ | କଲ୍ୟାଣୀ ମଲ୍ଲିକ |
ବାପା/ବୋଉ | ରାଧା ଚରଣ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜଗନ୍ନାଥ ମଲ୍ଲିକ (୧୦ ଜୁଲାଇ ୧୯୩୬ - ୭ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଜଗନ୍ନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୂର୍ବ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଏହାପରେ ୧୯୭୪ ଓ ୧୯୭୭ ମସିହାର ଓଡ଼ିଶାର ବିଧାନ ସଭା ନିର୍ବାଚନରେ ସେ ଯାଜପୁରରୁ ଯଥାକ୍ରମେ ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ପରେ ସେ ୧୯୮୫ ଓ ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଜଗନ୍ନାଥ ମଲ୍ଲିକ ୧୯୩୬ ମସିହାର ଜୁଲାଇ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରାଧା ଚରଣ ମଲ୍ଲିକ ଏବଂ ପତ୍ନୀଙ୍କ ନାମ କଲ୍ୟାଣୀ ମଲ୍ଲିକ ।[୧] ଜଗନ୍ନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଜଗନ୍ନାଥ ମଲ୍ଲିକ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ, ଜନତା, ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ଏଥି ସହ ସେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।