ଅନନ୍ତ ସେଠୀ

ଉଇକିପିଡ଼ିଆ‌ରୁ
ଅନନ୍ତ ସେଠୀ
ସାଂସଦ: ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୪ – ୧୯୮୯
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ
ପର ଅଧିକାରୀମୂରଲୀଧର ଜେନା
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀରଥ ଦାସ
ପର ଅଧିକାରୀପ୍ରଫୁଲ୍ଲ ସାମଲ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1951-07-17) ୧୭ ଜୁଲାଇ ୧୯୫୧ (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସାବିତ୍ରୀ ସେଠୀ
ସନ୍ତାନକୁମାର ଶ୍ରୀ ଚିରଞ୍ଜୀବି
ବାପା/ବୋଉରାମଚନ୍ଦ୍ର ସେଠୀ
ବୃତ୍ତିରାଜନୀତିଜ୍ଞ

ଅନନ୍ତ ସେଠୀ (ଜନ୍ମ:୧୭ ଜୁଲାଇ ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭା ଏବଂ ଓଡ଼ିଶା ତରଫରୁ ଲୋକ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୮୪ ମସିହାରେ ଅନନ୍ତ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୨୦୦୪ ମସିହାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅନନ୍ତ ସେଠୀ ୧୯୫୧ ମସିହାର ଜୁଲାଇ ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ରାମଚନ୍ଦ୍ର ସେଠୀ । ସେ ବିଜ୍ଞାନରେ ସ୍ନାତକ କରିଥିଲେ । ଏହାପରେ ସେ ଏକ ବ୍ୟାଙ୍କରେ ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ଅନନ୍ତ, ସାବିତ୍ରୀ ସେଠୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ଅନନ୍ତ ସେଠୀ ବ୍ୟାଙ୍କ ଚାକିରୀରୁ ସେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ଅନନ୍ତ ଓଡ଼ିଶା ବିଧାନ ସଭା ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସଭ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।

୧୯୮୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଲୋକ ସଭାକୁ ଯାଇଥିଲେ । ଏହି ଲୋକ ସଭାରେ ସେ ୧୯୮୪ ମସିହାରୁ ୧୯୮୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭଣ୍ଡାରୀପୋଖୀର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବରେ ବିଧାନ ସଭାର ନିର୍ବାଚନ ଲଢ଼ିଥିଲେ ।

ଆଧାର[ସମ୍ପାଦନା]

  1. "Shri Ananta Sethi". odishaassembly.nic.in. Odisha Assembly. Retrieved 2 April 2019.