୧୩ଶ ଲୋକ ସଭା

ଉଇକିପିଡ଼ିଆ‌ରୁ


ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୩ଶ ଲୋକ ସଭାକୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।[୧]

ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସର୍ବାଧିକ ୨୭୦ଟି ଆସନ ପାଇଥିଲା, ଯାହାକି ପୂର୍ବ ଲୋକ ସଭା ଅଥବା ୧୨ଶ ଲୋକ ସଭାଠାରୁ ୧୬ଟି ଆସନ ଅଧିକ ଥିଲା । ଭାରତୀୟ ଜନତା ଦଳର ନେତା ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ର ସାଧାରଣ ନିର୍ବାଚନ ପରେ ୧୪ଶ ଲୋକ ସଭା ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିଭାଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ[ସମ୍ପାଦନା]

  • ବାଚସ୍ପତି:
    • ଜି. ଏମ୍. ସି. ବାଳଯୋଗୀ (୨୨ ଅକ୍ଟୋବର ୧୯୯୯ରୁ ୩ ମାର୍ଚ୍ଚ ୨୦୦୨)
    • ମନୋହର ଯୋଶୀ (୧୦ ମଇ ୨୦୦୨ରୁ ୨ ଜୁନ ୨୦୦୪)
  • ଉପ-ବାଚସ୍ପତି:
    • ପି ଏମ୍ ସୟୀଦ (୨୭ ଅକ୍ଟୋବର ୧୯୯୯ରୁ ୨ ଜୁନ ୨୦୦୪)
  • ମହା ସଚିବ:
    • ଜି ସି ମାଲହୋତ୍ରା (୧୪ ଜୁଲାଇ ୧୯୯୯ରୁ ୨୮ ଜୁଲାଇ ୨୦୦୫)[୩]
  • ପ୍ରଧାନମନ୍ତ୍ରୀ
  • ବିରୋଧୀ ଦଳ ନେତା
  • ସଂସଦୀୟ ବ୍ୟାପାର ମନ୍ତ୍ରୀ
    • ପ୍ରମୋଦ ମହାଜନ (୧୩ ଅକ୍ଟୋବର ୧୯୯୯ରୁ ୨୯ ଜାନୁଆରୀ ୨୦୦୩)
    • ସୁଷମା ସ୍ୱରାଜ (୨୯ ଜାନୁଆରୀ ୨୦୦୩ରୁ ୨୨ ମଇ ୨୦୦୪)[୪]

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ[ସମ୍ପାଦନା]

S.No. Party Name Party flag Number of MPs
ଭାରତୀୟ ଜନତା ପାର୍ଟି ୧୮୦
ଭାରତୀୟ ଜାତୀୟ କଂଗ୍ରେସ ୧୧୪
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) South Asian Communist Banner.svg ୩୩
ତେଲୁଗୁ ଦେଶମ ପାର୍ଟି TDPFlag.PNG ୨୯
ସମାଜବାଦୀ ପାର୍ଟି ୨୬
ଜନତା ଦଳ (ସଂଯୁକ୍ତ) Janata Dal (United) Flag.jpg ୨୧
ଶିବ ସେନା ୧୫
ବହୁଜନ ସମାଜ ପାର୍ଟି
Elephant Bahujan Samaj Party.svg
୧୪
ଡି.ଏମ୍.କେ Flag DMK.svg ୧୨
୧୦ ଏ.ଆଇ.ଏ ଡି.ଏମ୍.କେ ୧୦
୧୧ ବିଜୁ ଜନତା ଦଳ
Biju Janata Dal.jpg
୧୦
୧୨ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ All India Trinamool Congress flag.svg
୧୩ ନେସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି NCP-flag.svg
୧୪ ପି.ଏମ୍.କେ. PMK.svg
୧୫ ରାଷ୍ଟ୍ରିୟ ଜନତା ଦଳ RJD Flag.svg
୧୬ ସ୍ୱାଧୀନ No flag.svg
୧୭ ଇଣ୍ଡିଆନ ନେସ୍‌ନାଲ୍ ଲୋକଦଳ INLD party symbol
୧୮ ଭାରତୀୟ କମ୍ୟୁନିଷ୍ଟ ପାର୍ଟି South Asian Communist Banner.svg
୧୯ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ କନ୍‌ଫରେନ୍ସ JKNC-flag.svg
୨୦ ଏମ୍.ଡି.ଏମ୍.କେ. MDMK.svg
୨୧ ଆର୍.ଏସ୍.ପି RSP-flag.svg
୨୨ ଅଖିଳ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସ
୨୩ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୨୪ ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍ Flag of the Indian Union Muslim League.svg
୨୫ ରାଷ୍ଟ୍ରିୟ ଲୋକଦଳ
Indian Election Symbol Hand Pump.png
୨୬ ଶିରୋମଣି ଅକାଳୀ ଦଳ
୨୭ ଏଆଇଏମ୍ଆଇଏମ୍ No flag.svg
୨୮ ଭାରିପା ବହୁଜନ ମହାସଙ୍ଘ
୨୯ ଲିବରେସନ କମୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ
South Asian Communist Banner.svg
୩୦ ହରିୟାଣା ବିକାଶ ଦଳ
୩୧ ଜନତା ଦଳ (ଏସ୍)
୩୨ କେରଳ କଂଗ୍ରେସ (ଏମ୍)
Kerala Congress(m) Flag
୩୩ ଏମ୍.ଏ.ଡି.ଏମ୍.କେ.
୩୪ ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି Indian Election Symbol Cultivator Cutting Crop.svg
୩୫ ଭାରତୀୟ କୃଷକ ଓ କର୍ମଚାରୀ ଦଳ
୩୬ ଶୀରୋମଣି ଅକାଳୀ ଦଳ
୩୭ ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟ Sikkim-Democratic-Front-flag.svg
୩୮ ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ)

ଆଧାର[ସମ୍ପାଦନା]

  1. "Statistical Report on General Elections, 1999 to the 13th Lok Sabha" (PDF). Election Commission of India. Archived from the original (PDF) on 18 July 2014. Retrieved 14 July 2014.
  2. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  3. "Thirteenth Sabha". Lok Sabha Secretariat, New Delhi. Archived from the original on 26 ଅକ୍ଟୋବର 2014.
  4. "Lok Sabha". Legislativebodiesinindia.nic.in. Archived from the original on 21 ମଇ 2014. Retrieved 26 ସେପ୍ଟେମ୍ବର 2015.

ବାହାର ଆଧାର[ସମ୍ପାଦନା]