୫ମ ଲୋକ ସଭା
ଦେଖଣା
ଭାରତର ୫ମ ଲୋକ ସଭାକୁ ୧୯୭୧ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୫ ମାର୍ଚ୍ଚ ୧୯୭୧ରୁ ୧୮ ଜାନୁଆରୀ ୧୯୭୭ । ଭାରତୀୟ ସଂସଦର ଦୁଇଟି ବିଭାଗ ମଧ୍ୟରୁ ଲୋକ ସଭା ହେଉଛି ସିଧାସଳଖ ଲୋକମାନଙ୍କଦ୍ୱାରା ନିର୍ବାଚିତ ସଭ୍ୟଙ୍କ ସଭାଗୃହ ବା ସଂସଦର ତଳ ସଦନ । ୧୯୭୧ ମସିହାର ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଇନ୍ଦିରା ଗାନ୍ଧୀ ଏହାର ପୂର୍ବ ୪ର୍ଥ ଲୋକ ସଭାର ପ୍ରଧାନମନ୍ତ୍ରୀ ଥିଲେ । ଏହି ଲୋକ ସଭାର ପରବର୍ତ୍ତୀ ୬ଷ୍ଠ ଲୋକ ସଭା ପାଇଁ ୧୯୭୭ରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୨୧୭ଟି ଆସନରେ ପରାଜିତ ହୋଇଥିଲା ।
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
[ସମ୍ପାଦନା]- ବାଚସ୍ପତି:
- ଗୁରୁଦୟାଲ ସିଂହ ଢିଲୋନ୍ ୨୨ ମାର୍ଚ୍ଚ ୧୯୭୧ରୁ ୧ ଡିସେମ୍ବର ୧୯୭୫
- ବଳି ରାମ ଭଗତ ୫ ଜାନୁଆରୀ ୧୯୭୬ରୁ ୨୫ ମାର୍ଚ୍ଚ ୧୯୭୭
- ଉପ ବାଚସ୍ପତି:
- ଜର୍ଜ ଗିଲ୍ବଟ୍ ସ୍ୱେଲ୍ ୨୭ ମାର୍ଚ୍ଚ ୧୯୭୧ରୁ ୧୮ ଜାନୁଆରୀ ୧୯୭୭
- ମହା ସଚିବ:
- ଏସ୍. ଏଲ୍. ଶକଧର ୨ ସେପ୍ଟେମ୍ବର ୧୯୬୪ରୁ ୧୮ ଜୁନ ୧୯୭୭
ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ
[ସମ୍ପାଦନା]ବିଭିନ୍ନ ରାଜନୈତିକ ଦଳରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି[୨]-
| କ୍ରମିକ ସଂଖ୍ୟା | ରାଜନୈତିକ ଦଳ | ସଦସ୍ୟଙ୍କ ସଂଖ୍ୟା |
|---|---|---|
| ୧ | କଂଗ୍ରେସ | ୩୫୨ |
| ୨ | ଭାରତୀୟ କମୁନିଷ୍ଟ ଦଳ | ୨୫ |
| ୩ | କମୁନିଷ୍ଟ ଦଳ | ୨୩ |
| ୪ | ଡି.ଏମ୍.କେ | ୨୩ |
| ୫ | ଜନ ସଂଘ | ୨୨ |
| ୬ | କଂଗ୍ରେସ (ଓ) | ୧୬ |
| ୭ | ସ୍ୱାଧୀନ | ୧୪ |
| ୮ | ତେଲେଙ୍ଗାନା ପ୍ରଜା ସମିତି | ୧୦ |
| ୯ | ସ୍ୱତନ୍ତ୍ର ଦଳ | ୮ |
| ୧୦ | ଆର୍.ଏସ୍.ପି | ୩ |
| ୧୧ | ସାମୁଖ୍ୟ ସୋସିଆଲିଷ୍ଟ ଦଳ | ୩ |
| ୧୨ | କେରଳ କଂଗ୍ରେସ | ୩ |
| ୧୩ | ଏ.ଆଇ.ଏଫ୍.ବି | ୨ |
| ୧୪ | ଇଣ୍ଡିଆନ ୟୁନିଅନ ମୁସ୍ଲିମ୍ ଲିଗ୍ | ୨ |
| ୧୫ | ପ୍ରଜା ସୋସିଆଲିଷ୍ଟ ଦଳ | ୨ |
| ୧୬ | ଅକାଳୀ ଦଳ | ୧ |
| ୧୭ | ଅଲ୍ ପାର୍ଟି ହିଲ୍ ଲିଡରର୍ସ କନ୍ଫରେନ୍ସ | ୧ |
| ୧୮ | ବଙ୍ଗଳା କଂଗ୍ରେସ | ୧ |
| ୧୯ | ଭାରତୀୟ କ୍ରାନ୍ତି ଦଳ | ୧ |
| ୧୯ | ଝଙ୍କଡ଼ ଦଳ | ୧ |
| ୨୦ | ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ | ୧ |
| ୨୧ | ୟୁନାଇଟେଡ୍ ଗୋନ୍ସା | ୧ |
| ୨୨ | ଉତ୍କଳ କଂଗ୍ରେସ | ୧ |
| ୨୩ | ବିଶାଳ ହରିଆଣା ଦଳ | ୧ |
ଆଧାର
[ସମ୍ପାଦନା]- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
- ↑ http://164.100.47.132/lssnew/Members/partyar.aspx?lsno=6