ଅନନ୍ତ ନାୟକ
ଦେଖଣା
ଅନନ୍ତ ନାୟକ | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
| ପୂର୍ବ ଅଧିକାରୀ | ଚନ୍ଦ୍ରାଣି ମୁର୍ମୁ |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ସାଂସଦ: ୧୩ଶ, ୧୪ଶ ଲୋକ ସଭା | |
| କାର୍ଯ୍ୟକାଳ ୧୯୯୯ – ୨୦୦୯ | |
| ପୂର୍ବ ଅଧିକାରୀ | ଉପେନ୍ଦ୍ରନାଥ ନାୟକ |
| ପର ଅଧିକାରୀ | ଯଶବନ୍ତ ନାରାୟଣ ସିଂ ଲାଗୁରି |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧ ମଇ ୧୯୬୯ କେନ୍ଦୁଝର, ଓଡ଼ିଶା |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଜୀବନ ସାଥୀ | ଲବଙ୍ଗଲତା ନାୟକ |
| ବୃତ୍ତି | ରାଜନୀତିଜ୍ଞ |
| 22 September, 2006 ସୁଦ୍ଧା ଆଧାର: [୧] | |
ଅନନ୍ତ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୯, ୨୦୦୪ ଓ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ, ୧୩ଶ, ୧୪ଶ ଓ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ଅନନ୍ତ ନାୟକ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୧] ଏହି ନିର୍ବାଚନରେ, ସେ ସମୁଦାୟ ୫,୭୩,୯୨୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦୁଙ୍କୁ ୯୭,୦୪୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "ଓଡ଼ିଶାର ୨୧ ଲୋକ ସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Keonjhar (Odisha)". Election Commission of India. Retrieved 6 June 2024.