ଶ୍ରୀକାନ୍ତ କୁମାର ଜେନା
ଶ୍ରୀକାନ୍ତ କୁମାର ଜେନା | |
---|---|
ସାଂସଦ: ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଖାରବେଳ ସ୍ୱାଇଁ |
ପର ଅଧିକାରୀ | ରବିନ୍ଦ୍ର କୁମାର ଜେନା |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର, ଓଡ଼ିଶା |
କାର୍ଯ୍ୟକାଳ ୧୯୯୬ – ୧୯୯୮ | |
ପୂର୍ବ ଅଧିକାରୀ | ରବି ରାୟ |
ପର ଅଧିକାରୀ | ପ୍ରଭାତ କୁମାର ସାମନ୍ତରାୟ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା, ଓଡ଼ିଶା |
କାର୍ଯ୍ୟକାଳ ୧୯୮୯ – ୧୯୯୬ | |
ପୂର୍ବ ଅଧିକାରୀ | ଜୟନ୍ତି ପଟ୍ଟନାୟକ |
ପର ଅଧିକାରୀ | ଅନାଦି ସାହୁ |
ନିର୍ବାଚନ ମଣ୍ଡଳୀ | କଟକ, ଓଡ଼ିଶା |
ବିଧାୟକ: ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୯ | |
ପୂର୍ବ ଅଧିକାରୀ | ପ୍ରହଲ୍ଲାଦ ମଲ୍ଲିକ |
ପର ଅଧିକାରୀ | କୁଳମଣି ରାଉତ |
ନିର୍ବାଚନ ମଣ୍ଡଳୀ | ବରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଯାଜପୁର, ଓଡ଼ିଶା, ଭାରତ | ୧୮ ଜୁନ ୧୯୫୦
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ସୁବ୍ରତା ଜେନା |
ସନ୍ତାନ | ୧ ପୁଅ, ୧ ଝିଅ |
ଘର | ନୂଆ ଦିଲ୍ଲୀ, ଭାରତ |
୧୫ ଜାନୁଆରୀ, ୨୦୧୨ ସୁଦ୍ଧା ଆଧାର: india.gov.in |
ଶ୍ରୀକାନ୍ତ କୁମାର ଜେନା (ଜନ୍ମ: ୧୮ ଜୁନ ୧୯୫୦), ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଗୁଜରାଲ ଓ ଦେବ ଗୌଡ଼ାଙ୍କର ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ । ମନମୋହନ ସିଂହଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ସେ ରସାୟନ ଓ ସାର ମନ୍ତ୍ରୀ ଥିଲେ । ଭି. ପି. ସିଂହଙ୍କର ମନ୍ତ୍ରୀ ମଣ୍ଡଳରେ ସେ ରାଜ୍ୟ, କ୍ଷୁଦ୍ର ଉଦ୍ୟୋଗ ଏବଂ କୃଷି ଓ ଗ୍ରାମୀଣ ଉଦ୍ୟୋଗର ମନ୍ତ୍ରୀ ଥିଲେ ।[୧][୨][୩][୪] ୧୫ଶ ଲୋକ ସଭାକୁ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
୧୯୭୭ ମସିହାରୁ ୧୯୮୯ ମସିହା ମଧ୍ୟରେ ସେ ଓଡ଼ିଶା ବିଧାନ ସଭାକୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୯-୮୦ରେ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୯ ମସିହାରେ ସେ ପ୍ରଥମଥର ପାଇଁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୯ମ ଲୋକ ସଭା ପରେ ସେ ୧୦ମ ଲୋକ ସଭା, ୧୧ଶ ଲୋକ ସଭା ଏବଂ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ଆଗରୁ ଶ୍ରୀକାନ୍ତ ଜନତା ଦଳରେ ଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଶ୍ରୀକାନ୍ତ ଜେନା ୧୮ ଜୁନ ୧୯୫୦ରେ ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ରଘୁନାଥ ଜେନା ।[୬] ସେ ସୁବ୍ରତା ଜେନାଙ୍କୁ ବିବାହ କରିଥିଲେ ।[୬] ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।
ରାଜନୀତି
[ସମ୍ପାଦନା]ଶ୍ରୀକାନ୍ତ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ସେ ପାଠପଢ଼ା ସମୟରେ ଛାତ୍ର ନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଓଡ଼ିଶା ଯୁବ କଂଗ୍ରସ ଦଳର ସଭାପତି ଥିଲେ । ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟର ପ୍ରତିଷ୍ଠା ଦାବି କରି ଜଣେ ଯୁବ ନେତା ଭାବରେ ସେ ଅନେକଥର କାରାଗାରରେ ବନ୍ଦୀ ହୋଇଛନ୍ତି ।[୬] ୧୯୭୫ ମସିହାରୁ ୧୯୭୭ ମସିହା ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳିନ ପରିସ୍ଥିତିରେ ସେ ୧୯ ମାସ ଧରି ବନ୍ଦି ହୋଇ ରହିଥିଲେ ।[୬]
ଏହାପରେ ସେ ୧୯୭୭ ମସିହାର ଜନତା ଦଳର ଯୁବ ପ୍ରତିନିଧି ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଆଉ ଦୁଇଥର ବିଧାନ ସଭାକୁ ନିର୍ବାଚିତ ହୋଇ ୧୯୮୯ ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୬]
୧୯୮୯ ମସିହାରେ ଶ୍ରୀକାନ୍ତ ଭାରତର ସଂସଦର ତଳ ସଦନ ଲୋକ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ ଲୋକ ସଭା ତଥା ଓଡ଼ିଶାର ବିଧାନ ସଭାର ମନ୍ତ୍ରୀମଣ୍ଡଳଗୁଡ଼ିକରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୨,୩୭,୦୦୭ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ୩,୩୬,୮୫୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୭]
ଆଧାର
[ସମ୍ପାଦନା]- ↑ Statement of Srikant Kumar Jena on IIP Data
- ↑ Ministry of Statistics & Programme Implementation Releases IIP Data for November 2011[permanent dead link] under UPA II
- ↑ [୧]
- ↑ Srikant Jena Presents Annual AMAI Awards
- ↑ Lok Sabha MP Profile Retrieved on 15 January 2012
- ↑ ୬.୦ ୬.୧ ୬.୨ ୬.୩ ୬.୪ "MLA Srikant Kumar Jena Profile | BARI-DERABISI Constituency". www.naveenpatnaik.com (in ଇଂରାଜୀ). Odisha: NaveenPattnaik.com. Archived from the original on 20 July 2017. Retrieved 30 January 2019.
- ↑ "2024 Indian General Election Results: Balasore (Odisha)". Election Commission of India. Retrieved 6 June 2024.