ସାଲଖାନ ମୁର୍ମୁ
ଦେଖଣା
ସାଲଖାନ ମୁର୍ମୁ | |
---|---|
ସାଂସଦ: ୧୨ଶ ଓ ୧୩ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୮ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଜୁନ ୧୯୫୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସୁମିତ୍ରା ମୁର୍ମୁ |
ବାପା/ବୋଉ | ରାମରାୟ ମୁର୍ମୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସାଲଖାନ ମୁର୍ମୁ (ଜନ୍ମ: ୨ ଜୁନ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସାଲଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୮ ଓ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଝାଡ଼ଖଣ୍ଡ ଡିସୁମ୍ ପାର୍ଟିର ପ୍ରତିଷ୍ଠାତା ।[୨]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ସାଲଖାନ ମୁର୍ମୁ ୧୯୫୨ ମସିହାର ଜୁନ ମାସ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରାମରାୟ ମୁର୍ମୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକୋତ୍ତର ।[୧] ତାଙ୍କ ପତ୍ନୀଙ୍କ ନାମ ସୁମିତ୍ରା ମୁର୍ମୁ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସାଲଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ଲୋକ ସଭାରେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Salkhan Murmu". odishaassembly.nic.in. Odisha Assembly. Retrieved 17 August 2019.
- ↑ "JDP will merge with BJP, says Salkhan Murmu". Archived from the original on 2016-03-13. Retrieved 2019-08-17.