Jump to content

୭ମ ଲୋକ ସଭା

ଉଇକିପିଡ଼ିଆ‌ରୁ

ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୭ମ ଲୋକ ସଭାକୁ ୧୯୮୦ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୮ ଜାନୁଆରୀ ୧୯୮୦ରୁ ୩୧ ଡିସେମ୍ବର ୧୯୮୪ । ଏହି ଲୋକ ସଭା ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୯ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[]

ଏହି ନିର୍ବାଚନରେ କଂଗ୍ରେସ ଦଳ ସର୍ବାଧିକ ୩୭୩ଟି ଆସନ ଗ୍ରହଣ କରି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥର ଲୋକ ସଭା ନିର୍ବାଚନରେ କଂଗ୍ରେସ ପୂର୍ବ ନିର୍ବାଚନ ତ‌ଥା ୬ଷ୍ଠ ଲୋକ ସଭାରେ ଅଧିଗ୍ରହଣ କରିଥିବା ସଂଖ୍ୟାଠାରୁ ୨୮୬ଟି ଆସନ ଅଧିକ ଥିଲା ।

୩୧ ଅକ୍ଟୋବର ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ଏହାର ପରବର୍ତ୍ତୀ ଲୋକ ସଭା ତ‌ଥା ୮ମ ଲୋକ ସଭା ୧୯୮୪ ମସିହା ସାଧାରଣ ନିର୍ବାଚନ ପରେ ୩୧ ଡିସେମ୍ବର ୧୯୮୪ରେ ଗଠିତ ହୋଇଥିଲା ।

ଏହି ଲୋକ ସଭାରେ ସମୁଦାୟ ନିର୍ବାଚିତ ସାଂସଦମାନଙ୍କ ମଧ୍ୟରୁ ୯.୩% ମୁସଲମାନ ସଂମ୍ପ୍ରଦାୟର ଥିଲେ, ଯାହାକି ଭାରତୀୟ ଇତିହାସରେ ସର୍ବାଧିକ ସଂଖ୍ୟକ ଥିଲା ।[]

ବାଚସ୍ପତି

[ସମ୍ପାଦନା]

ଡ. ବଳରାମ ଝକାର: ୨୨ ଜାନୁଆରୀ ୧୯୮୦ - ୧୫ ଜାନୁଆରୀ ୧୯୮୫

ଉପ ବାଚସ୍ପତି

[ସମ୍ପାଦନା]

ଶ୍ରୀ ଜି. ଲକ୍ଷ୍ମଣ: ୧ ଡିସେମ୍ବର ୧୯୮୦ - ୩୧ ଡିସେମ୍ବର ୧୯୮୪

ମହାସଚିବ

[ସମ୍ପାଦନା]

ଶ୍ରୀ ଅବତାର ସିଂହ ରିକି - ୧୦ ଜାନୁଆରୀ ୧୯୮୦ - ୩୧ ଡିସେମ୍ବର ୧୯୮୩ ଡ. ସୁବାସଚନ୍ଦ୍ର କଶ୍ୟପ - ୩୧ ଡିସେମ୍ବର ୧୯୮୩ - ୩୧ ଡିସେମ୍ବର ୧୯୮୪

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

[ସମ୍ପାଦନା]

ବିଭିନ୍ନ ରାଜନୈତିକ ଦଳରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

କ୍ରମିକ ସଂଖ୍ୟା ରାଜନୈତିକ ଦଳ ସଦସ୍ୟଙ୍କ ସଂଖ୍ୟା
ଭାରତୀୟ ଜାତୀୟ କଂଗ୍ରେସ ୩୭୭
ଜନତା (ଏସ୍) ୪୩
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୯
ଜନତା ଦଳ ୧୭
ଡି.ଏମ୍.କେ ୧୬
ସୋସିଆଲିଷ୍ଟ ଭାରତୀୟ କମୁନିଷ୍ଟ ଦଳ ୧୪
ଭାରତୀୟ ଜନତା ପାର୍ଟି ୧୩
ଭାରତୀୟ ଜାତୀୟ କଂଗ୍ରେସ (ଏସ୍) ୧୦
ନିର୍ଦଳୀୟ
୧୦ ଜେକେଏନ୍
୧୧ ସ୍ୱାଧୀନ
୧୨ ଆର୍.ଏସ୍.ପି
୧୩ ଏ.ଆଇ.ଏ ଡି.ଏମ୍.କେ
୧୪ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୫ ସର୍ବଭାରତୀୟ ମୁସଲମାନ ଦଳ
୧୬ ନୋମିନେଟେଡ୍
୧୭ ତେଲୁଗୁ ଦେଶମ୍ ପାର୍ଟି
୧୮ ଅଲ୍ ପାର୍ଟି ହିଲ୍ ଲିଡରର୍ସ କନ୍‌ଫରେନ୍ସ
୧୯ ଭାରତୀୟ ଜାତୀୟ କଂଗ୍ରେସ
୨୦ ଜନତା ଦଳ
୨୧ କେରଳ କଂଗ୍ରେସ
୨୨ ଟି.ଏମ୍.ସି

ମନ୍ତ୍ରୀମଣ୍ଡଳ

[ସମ୍ପାଦନା]
ଇନ୍ଦିରା ଗାନ୍ଧୀ ସରକାର (୭ମ ଲୋକ ସଭା)[] ମନ୍ତ୍ରୀ ମଣ୍ଡଳ
କାର୍ଯ୍ୟାଳୟନାମକାର୍ଯ୍ୟକାଳ
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୮୦୧୯୮୪
ଉପ ପ୍ରଧାନମନ୍ତ୍ରୀ ଖାଲି
ମନ୍ତ୍ରୀମଣ୍ଡଳ
ବିଭାଗନାମକାର୍ଯ୍ୟକାଳ
କୃଷି ରାଓ ବିରେନ୍ଦ୍ର ସିଂହ ୧୯୮୦୧୯୮୪
ବୈଦେଶିକ ମନ୍ତ୍ରୀ ପି. ଭି. ନରସିଂହ ରାଓ ୧୯୮୦୧୯୮୪
ଅର୍ଥ ରାମସ୍ୱାମୀ ଭେଙ୍କଟରମଣ ୧୯୮୦୧୯୮୪
ଗୃହ ବିଭାଗ ଜୈଲ ସିଂହ ୧୯୮୦୧୯୮୪
ସୂଚନା ଏବଂ ପ୍ରସାରଣ ବସନ୍ତ ସାଥୀ ୧୯୮୦୧୯୮୪
ଆଇନ ପି. ଶିବ ଶଙ୍କର ୧୯୮୦୧୯୮୪
ରେଳ କମଳାପତି ତ୍ରିପାଠୀ ୧୯୮୦୧୯୮୪
ପରିବ‌ହନ ଏବଂ ଯାତାୟତ ଅନନ୍ତ ପ୍ରସାଦ ଶର୍ମା ୧୯୮୦୧୯୮୪
ପର୍ଯ୍ୟଟନ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦୧୯୮୪
  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. Das, Shaswati (18 May 2014). "Poll data shows large number of Muslims voted for Modi". India Today. New Delhi. Retrieved 23 May 2014.
  3. http://www.keesings.com/search?kssp_selected_tab=article&kssp_a_id=30327n01ind

ବାହାର ଆଧାର

[ସମ୍ପାଦନା]