ମୋହନ ଜେନା
ମୋହନ ଜେନା | |
---|---|
ସାଂସଦ: ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଯାଜପୁର, ଓଡ଼ିଶା | ୧୪ ଜୁଲାଇ ୧୯୫୭
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ହରପ୍ରିୟା ପାଣିଗ୍ରାହୀ (୧ ଜାନୁଆରୀ ୧୯୯୦) |
ସନ୍ତାନ | ୧ ଝିଅ |
ବାପା/ବୋଉ | ଗୋକୁଳି ଜେନା (ବାପା) ଗେହ୍ଲାରାଣୀ ଜେନା (ମାଆ) |
ଘର | ଯାଜପୁର, ଓଡ଼ିଶା |
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା ଆଧାର: [୧] |
ମୋହନ ଜେନା (ଜନ୍ମ: ୧୪ ଜୁଲାଇ ୧୯୫୭[୧]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଓଡ଼ିଶାର ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବରେ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୫ଶ ଲୋକ ସଭାକୁ ଲଗାତାର ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ ଓ ପରିବାର[ସମ୍ପାଦନା]
ମୋହନ ଜେନା ୧୪ ଜୁଲାଇ ୧୯୫୭ରେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଗୋକୁଳି ଜେନା ଓ ମାଆ ଗେହ୍ଲାରାଣୀ ଜେନା ।[୧] ମୋହନ ୧୯୯୦ ମସିହାରେ ହରପ୍ରିୟା ପାଣିଗ୍ରାହଣୀଙ୍କୁ ବିବାହ କରିଥିଲେ ।[୧]
ରାଜନୀତି[ସମ୍ପାଦନା]
ବାଣୀବିହାରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୋହନ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିବାପରେ ରାଜନୀତିରେ ଯୋଗ ଦେଇଥିଲେ । ସେ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ ଏବଂ ପରେ ୧୯୯୪ରୁ ୧୯୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[୧]
୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ଓଡ଼ିଶାର ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ପୁଣି ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପଦବୀ[ସମ୍ପାଦନା]
- ସାଧାରଣ ସମ୍ପାଦକ - ଓଡ଼ିଶା ଯୁବ ଜନତା ଦଳ (୧୯୯୨-୧୯୯୪)
- ସମ୍ପାଦକ - ଜନତା ଦଳ (୧୯୯୪-୧୯୯୮)
- ସାଂସଦ - ୧୪ଶ ଲୋକ ସଭା (୨୦୦୪-୨୦୦୯)
- ସାଂସଦ - ୧୫ଶ ଲୋକ ସଭା (୨୦୦୯-୨୦୧୪)
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Detailed Profile: Shri Mohan Jena". archive.india.gov.in (in English). India.gov.in. Archived from the original on 24 January 2019. Retrieved 24 January 2019.
{{cite web}}
: CS1 maint: unrecognized language (link) - ↑ MISHRA, ASHUTOSH. "Stars win Naveen's confidence - Ghadei, Mohan Jena denied BJD tickets". www.telegraphindia.com (in ଇଂରାଜୀ). Bhubaneswar: The Telgraph. Retrieved 24 January 2019.
{{cite news}}
: More than one of|author1=
and|last1=
specified (help)