ସଞ୍ଜୟ ଭୋଇ

ଉଇକିପିଡ଼ିଆ‌ରୁ
ସଞ୍ଜୟ ଭୋଇ
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀପ୍ରଭାସ କୁମାର ସିଂହ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1974-03-11) ୧୧ ମାର୍ଚ୍ଚ ୧୯୭୪ (ବୟସ ୫୦)
ପାଇକମାଳ, ବରଗଡ଼
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉକୃପାସିନ୍ଧୁ ଭୋଇ (ବାପା)
ସୂର୍ଯ୍ୟକୁମାରୀ ଭୋଇ (ମାଆ)
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ବୃତ୍ତିରାଜନେତା
ପେଷାଆଇଟି

ସଞ୍ଜୟ ଭୋଇ (ଜନ୍ମ: ୧୧ ମାର୍ଚ୍ଚ ୧୯୭୪) ଜଣେ ଭାରତୀୟ ରାଜନେତା । ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସଞ୍ଜୟ ୧୯୪୯ ମସିହାର ମାର୍ଚ୍ଚ ୧୧ ତାରିଖରେ ବରଗଡ଼ ଜିଲ୍ଲାପାଇକମାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କୃପାସିନ୍ଧୁ ଭୋଇ ଜଣେ ସାଂସଦ ଭାବରେ ସମ୍ବଲପୁରରୁ ଲୋକ ସଭାକୁ ୪ ଥର ନିର୍ବାଚିତ ହୋଇଥିଲେ ।[୨] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଜଣେ ଆଇଟି ଇଞ୍ଜିନିୟର୍ ଭାବରେ କାମ କରୁଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସଞ୍ଜୟ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଓଡ଼ିଶା ଫେରି ଆସିଥିଲେ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ପଛୁଆ ବର୍ଗ ଅଞ୍ଚଳରେ ଉନ୍ନତି ପାଇଁ କାମ କରୁଥିଲେ । ସେ ଓଡ଼ିଶାର ଅନାହାରରେ ମୃତ୍ୟକୁ ରୋକିବା ଦିଗରେ କାମ କରୁଥିଲେ ।[୩] ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ରାଜନୀତି ଆରମ୍ଭ କରିଥିଲେ । ଡିସେମ୍ବର ୨୦୨୨ରେ ସେ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୪][୫]

୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ[୨] ଏବଂ ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

୨୦୧୪ ଭାରତୀୟ ସାଧାରଣ ନିର୍ବଚନରେ ସେ କଂଗ୍ରେସର ପାର୍ଥୀ ଭାବରେ ବରଗଡ଼ରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ସମୁଦାୟ ୨,୭୪,୬୧୦ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ[୭] ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଭାସ କୁମାର ସିଂହ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୮]

ଆଧାର[ସମ୍ପାଦନା]

  1. "Shri Sanjay Bhoi - Members of Parliament (Lok Sabha) - Who's Who - Government: National Portal of India". Retrieved 2010-04-20.
  2. ୨.୦ ୨.୧ "Odisha: Ex-Congress MP Sanjay Bhoi joins BJP ahead of Padampur bypoll". The Times of India. 2022-12-02. ISSN 0971-8257. Retrieved 2023-09-05.
  3. "Sanjay Bhoi on starvation deaths in Orissa". governancenow.com. Retrieved 2010-04-20.
  4. "ବିଜେପିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ସାଂସଦ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ସଞ୍ଜୟ ଭୋଇ । | Kanak News" (in ଆମେରିକୀୟ ଇଂରାଜୀ). 2022-12-01. Retrieved 2023-09-05.
  5. "ମୋଦୀଙ୍କ ବିକାଶ ଦେଖି ମୁଁ ବିଜେପିରେ ଯୋଗଦେଲି : ସଞ୍ଜୟ ଭୋଇ". argusnews.in (in ଇଂରାଜୀ). Retrieved 2023-09-05.
  6. "List of Winning Candidates" (PDF). Retrieved 2010-04-20.
  7. "Odisha: Former Congress MP Sanjay Bhoi joins BJP ahead of Padampur bypoll" (in ଆମେରିକୀୟ ଇଂରାଜୀ). 2022-12-01. Retrieved 2023-09-05.
  8. "SANJAY BHOI : Bio, Political life, Family & Top stories". The Times of India. Retrieved 2023-09-05.

ବାହାର ଆଧାର[ସମ୍ପାଦନା]