ତଥାଗତ ଶତପଥୀ

ଉଇକିପିଡ଼ିଆ ରୁ
Jump to navigation Jump to search
ତଥାଗତ ଶତପଥୀ
Tathagata satpathy.jpg
ସଦସ୍ୟ: ୧୨ଶ, ୧୪ଶ, ୧୫ଶ ଏବଂ ୧୬ଶ
In office
୨୦୦୪ – ୨୦୧୯
ପୂର୍ବ ଅଧିକାରୀକାମାକ୍ଷା ପ୍ରସାଦ ସିଂହ ଦେଓ
ପର ଅଧିକାରୀମହେଶ ସାହୁ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧ ଅପ୍ରେଲ ୧୯୫୬ (1956-04-01) (୬୩ ବର୍ଷ) [୧]
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀଆଦ୍ୟାଶା ଶତପଥୀ
ସନ୍ତାନଆରିଲ ସେ ଶତପଥୀ (ପୁଅ)
ବାପା/ମା'ଦେବେନ୍ଦ୍ର ଶତପଥୀ (ବାପା)
ନନ୍ଦିନୀ ଶତପଥୀ (ମା)
ଘରଭୁବନେଶ୍ୱର, ଓଡ଼ିଶା, ଭାରତ
ଧର୍ମହିନ୍ଦୁ

ତଥାଗତ ଶତପଥୀ (ଜନ୍ମ ୧ ଅପ୍ରେଲ ୧୯୫୬) ଓଡ଼ିଶାର ଏକ ରାଜନୀତିଜ୍ଞ ଅଟନ୍ତି । ସେ ୧୬ଶ ଲୋକ ସଭା ସଦସ୍ୟ ଭାବେ ଢେଙ୍କାନାଳରୁ ଚତୁର୍ଥ ଥର ପାଇଁ ୨୦୧୪ ମସିହାରେ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସେ ରାଜନୀତିରୁ ଅବସର ନେଇଥିଲେ ।

ଓଡ଼ିଆ ଦୈନିକ ସମ୍ବାଦପତ୍ର, ଧରିତ୍ରୀ ଏବଂ ଇଂରାଜୀ ଦୈନିକ ଓଡ଼ିଶା ପୋଷ୍ଟ ସମ୍ବାଦପତ୍ରର ସେ ମୁଖ୍ୟ ସମ୍ପାଦକ ଏବଂ ମାଲିକ ଅଟନ୍ତି ।[୨]

ବ୍ୟକ୍ତିଗତ ଜୀବନ ଏବଂ କାମ[ସମ୍ପାଦନା]

ଦେବେନ୍ଦ୍ର ଶତପଥୀ ଏବଂ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଔରସରୁ ତଥାଗତ ୧୯୬୫ ମସିହାର ଉତ୍କଳ ଦିବସରେ ଅର୍ଥାତ ୧ ଅପ୍ରେଲରେ ଜନ୍ମଲାଭ କରିଥିଲେ । ସେ ଦମ୍ପତିଙ୍କର ସର୍ବ କନିଷ୍ଠ ପୁତ୍ର ସନ୍ତାନ ଥିଲେ ।[୩]

୨୦୦୦ ମସିହାରେ, ତଥାଗତ ଓଡ଼ିଶା ଗଣ ପରିଷଦରେ (ଏକ ଅଣ ରାଜନୈତିକ ସଙ୍ଗଠନ) ଯୋଗଦାନ କରିଥିଲେ, ସେଠାରେ ସେ ସାଧାରଣ ସଚିବ ଭାବରେ କାମ କରିଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାର ଗଢ଼ିବାପରେ ସେ ତାଙ୍କର ଖବରକାଗଜଦ୍ୱାରା ସରକାରଙ୍କର ଅନେକ ନୀତିକୁ ସମାଲୋଚନା କରିଆସୁଛନ୍ତି ।[ଆଧାର ଲୋଡ଼ା] ଓଡ଼ିଶା ଗଣ ପରିଷଦ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ମିଶିଯାଇଥିଲା । ଏଥି ଯୋଗୁଁ ତଥାଗତ ବାଧ୍ୟ ହୋଇ ମାର୍ଚ୍ଚ ମାସ ୨୦୦୪ ମସିହାରେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।[୪]

ତଥାଗତଙ୍କର ପୁତୁରା ସୁପର୍ଣ୍ଣ ଶତପଥୀ, ତାଙ୍କ ବିରୁଦ୍ଧରେ ୨୦୧୪ ଭାରତୀୟ ଲୋକ ସଭା ନିର୍ବାଚନରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ହାରିଯାଇଥିଲେ ।[ଆଧାର ଲୋଡ଼ା]

ମାର୍ଚ୍ଚ ମାସ ୨୦୧୫ ମସିହାରେ, ଭାରତର ପ୍ରଥମ ସାଂସଦ ଭାବରେ ତଥାଗତ "ମତେ କିଛି ବି ପଚାରନ୍ତୁ" ନାମକ ଏକ ସରକାରୀ ଅଧିବେଶନ ରେଡ଼ିଟରେ (Reddit) ଆୟୋଜନ କରିଥିଲେ ।[୨] ଅପ୍ରେଲ ମାସରେ ସେ ଇଣ୍ଟରନେଟ ନିରପେକ୍ଷତା ସପକ୍ଷରେ ସମର୍ଥନ କରିଥିଲେ ।[୫] ଡିସେମ୍ବର ୨୦୧୫ରେ ସମଲିଙ୍ଗୀ ସମ୍ପର୍କକୁ ଅଣଅପରାଧିକ କରିବାକୁ ଶଶୀ ଥରୁରଙ୍କଦ୍ୱାରା ପ୍ରସ୍ତାବିତ ବିଲରେ ସେ ସମର୍ଥନ ଦେଇଥିଲେ କିନ୍ତୁ, ବିଲଟି ପାସ ହୋଇପାରିନଥିଲା ।[୬]

ପରିବାର ସହିତ ଅଧିକ ସମୟ ବିତେଇବାପାଇଁ ଏବଂ ସ୍ୱଚ୍ଛ ସାମ୍ବାଦିକତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ମାର୍ଚ୍ଚ ମାସ ୨୦୧୯ ମସିହାରେ ତଥାଗତ ୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ଲଢ଼ିବେ ନାହିଁ ଏବଂ ରାଜନୀତିରୁ ଅବସର ନେଲେ ବୋଲି ଘୋଷଣା କରିଥିଲେ ।[୭]

ମତାମତ ଏବଂ ଚିନ୍ତାଧାରା[ସମ୍ପାଦନା]

ଇଣ୍ଟରନେଟ ନିରପେକ୍ଷତା ଉପରେ[ସମ୍ପାଦନା]

ମାର୍ଚ୍ଚ ମାସ ୨୦୧୪ ମସିହାରେ ଟ୍ରାଇ (Telecom Regulatory Authority of India) କିଛି ନିର୍ଦ୍ଧିଷ୍ଟ ମେସେଜିଙ୍ଗ ସେବାପାଇଁ ଟେଲିକମ ଅପରେଟର ମାନଙ୍କୁ ଅତିରିକ୍ତ ପଇସା ନେବାକୁ ଏକ କାଗଜ ଉପସ୍ଥାପନା କରିଥିଲେ ।[୮] ଅବିଳମ୍ବେ ତଥାଗତ ଟ୍ରାଇକୁ ଏକ ମୁକ୍ତ ଚିଠି ଲେଖି ଇଣ୍ଟରନେଟ ନିରପେକ୍ଷତା ସମର୍ଥନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏହି ଚିଠିରେ ସେ ଲେଖିଥିଲେ କି ଏଭଳି ପଦକ୍ଷେପ ଭାରତର ଡିଜିଟାଲ ଇଣ୍ଡିଆ ପ୍ରକଳ୍ପକୁ ବାଧା ପହଞ୍ଚାଇ ପାରେ ଏବଂ ପ୍ରାରମ୍ଭ ହେବାକୁ ଯାଉଥିବା କ୍ଷୁଦ୍ର କମ୍ପାନୀଗୁଡିକୁ ଗଭୀର କ୍ଷତି ପହଞ୍ଚାଇବ । ସେ କହିଥିଲେ ଏଭଳି ନିୟମାବଳୀଯୁକ୍ତ ଆପ ବ୍ୟବହାର ତାଙ୍କର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱତା କରିବାରେ ବାଧା ପହଞ୍ଚାଉଛି ।[୯][୧୦]

ଗଞ୍ଜେଇର ଆଇନଗତ ପ୍ରଚଳନ ଉପରେ[ସମ୍ପାଦନା]

ଗଞ୍ଜେଇ/ଭାଙ୍ଗ ଆଦିର ବେଆଇନ କରିବା ନିୟମକୁ ତଥାଗତ ତୀବ୍ର ସମାଲୋଚନା କରିଥିଲେ, ସେ କହିଥିଲେ ଏହା ପାରମ୍ପରିକ କାଳରୁ ଦେଶରେ ବିଭିନ୍ନ ପର୍ବପର୍ବାଣୀରେ ଏବଂ ମାଦକ ଦ୍ରବ୍ୟ ଭାବରେ ବ୍ୟବହୃତ ହୋଇଆସୁଅଛି । ସେ କହିଥିଲେ ଗଞ୍ଜେଇକୁ ବେଆଇନ ଘୋଷଣା କରି ମଦକୁ ଆଇନଗତ ରଖିବା ଗରିବ ଲୋକମାନଙ୍କ ସମ୍ପର୍କରେ ଜାତିଆଣ ମନୋଭାବ ଭଳି ଅଟେ । ସେ କହିଥିଲେ ନିଶା, ବ୍ୟକ୍ତିଟିର ଚରିତ୍ର ଉପରେ ନିର୍ଭର କରୁଛି, ସେ ବ୍ୟବହାର କରୁଥିବା ମାଦକ ଦ୍ରବ୍ୟ ଉପରେ ନୁହେଁ । ଭାଙ୍ଗର ବ୍ୟବହାର ସମ୍ପର୍କିତ Narcotic Drugs and Psychotropic Substances Act, 1985 ବିଷୟରେ ସେ ଉଲ୍ଲେଖ କରିଥିଲେ ।[୧୧] ମାର୍ଚ୍ଚ ୨୦୧୫, "ମତେ କିଛି ବି ପଚାରନ୍ତୁ" ରେଡ଼ିଟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ତଥାଗତ ଯୁବକବସ୍ଥାରେ ଗଞ୍ଜେଇ ଟାଣି ଥିବା ଉଲ୍ଲେଖ କରିଥିଲେ ।[୨][୧୨] ଅଗଷ୍ଟ ୨୦୧୫ରେ ହୋଇଥିବା ମୌସୁମୀ ଅଧିବେଶନରେ ସେ ଗଂଜେଇକୁ ଅଣ-ଅପରାଧିକ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ ।[୧୩] ଡିସେମ୍ବର ୨୦୧୫ରେ ସେ ପୁଣିଥରେ ସେହି ପ୍ରସ୍ତାବ ଆଣିଥିଲେ, ସେ ଯୁକ୍ତି ବାଢ଼ିଥିଲେ କି ଗଞ୍ଜେଇକୁ ବେଆଇନ ଘୋଷଣା କରିବା ଅର୍ଥ ଗ୍ରାମବାସୀମାନଙ୍କୁ ବାଧ୍ୟତାମୂଳକ ଭାବେ ମଦ୍ୟପ କରିବା ସଙ୍ଗେ ସମାନ ।[୧୪][୧୫]

ସମଲିଙ୍ଗୀ ସମ୍ପର୍କ ଏବଂ ମାନସିକ ନିୟମ ଉପରେ[ସମ୍ପାଦନା]

ତଥାଗତ ଶତପଥୀ ଭାରତରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଯାହା ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଘୋଷଣା କରିଥିଲା ତୀବ୍ର ବିରୋଧ କରିଥିଲେ ।[ଆଧାର ଲୋଡ଼ା] ପର୍ଣ୍ଣୋଗ୍ରାଫିକୁ ବେଆଇନ ଘୋଷଣାକୁ ଆଗତ ନିୟମକୁ ମଧ୍ୟ ସେ ତୀବ୍ର ବିରୋଧ କରିଥିଲେ ।[୧୬] [୧୭] [୧୮]

ଗୋପନୀୟତା ଏବଂ ଆଧାର ଉପରେ[ସମ୍ପାଦନା]

ତଥାଗତ ଶତପଥୀ ଆଧାର ପ୍ରକଳ୍ପ ଲୋକଙ୍କର ଆଙ୍ଗୁଠି ଛାପ ନେବା ଏବଂ ଗତିବିଧି ଉପରେ ନଜର ରଖିବାର ପ୍ରକ୍ରିୟାକୁ ବିରୋଧ କରିଥିଲେ । ପୂର୍ବରୁ ଏତେଗୁଡ଼ିଏ ଆଇଡି କାର୍ଡ଼ ଥାଉ ଥାଉ ପୁଣି ଏକ ଆଧାର କାର୍ଡ଼ର ପ୍ରଚଳନ ଅତିରିକ୍ତ ବୋଲି ସେ ଯୁକ୍ତି ବାଢ଼ିଥିଲେ । ୨୦୧୬ ମସିହାରେ ଆଧାର ବିଲକୁ ଏକ ଅର୍ଥ ବିଲ ଭାବରେ ଉପସ୍ଥାପନାକୁ ମଧ୍ୟ ସେ ବିରୋଧ କରିଥିଲେ । ବିଲ୍‌ଟିରେ ଜାତୀୟ ନିରାପତ୍ତା ସମ୍ପର୍କିତ କିଛି ବିଧିବଦ୍ଧ ଭାବରେ ପ୍ରକାଶ କରାଯାଇନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।[୧୯]

ଧାର୍ମୀକ ନିୟମାବଳୀ ଏବଂ ମିଶନାରୀ ଉପରେ[ସମ୍ପାଦନା]

ତଥାଗତ ଭାରତରେ ସମାନ ନାଗରିକ ସଂହିତାର ପ୍ରଚଳନକୁ ସମର୍ଥନ କରିଥଲେ । ଧର୍ମ ଉପରେ ଆଧାରିତ ବିଭିନ୍ନ ନିୟମକୁ ସେ ସମାଲୋଚନା କରିଥିଲେ, ବିଶ୍ୱ ଯାଇ କେଉଁଠି ପହଞ୍ଚିଲାଣି ହେଲେ ଏବେବି ଆମେ ଏଭଳି ନିୟମଦ୍ୱାରା ଅଲଗା ହୋଇରହଉଛୁ ।[୧୬] ସେ ମଧ୍ୟ କହିଥିଲେ ଅନେକ ମିଶନାରୀ ସଂସ୍ଥା ଓଡ଼ିଶାକୁ ଆସି ଦଳିତ ଲୋକଙ୍କୁ ମାଗଣା ଖାଦ୍ୟ ଏବଂ ଶିକ୍ଷା ପ୍ରଦାନ କରି ଖ୍ରୀଷ୍ଟିଆନ ଧର୍ମକୁ ରୂପାନ୍ତରଣ କରିଦେଉଛନ୍ତି । [୨୦] ଧର୍ମନିରପେକ୍ଷତାର ଆକ୍ଷରିକ ସଂଜ୍ଞା ବ୍ୟବହାର କରିବାକୁ ସେ ରାଜନେତା ମାନଙ୍କୁ ଆହ୍ୱାନ ଦେଇଥିଲେ ।[୨୧]

ଅନ୍ୟାନ୍ୟ ମତ[ସମ୍ପାଦନା]

ଭ୍ରଷ୍ଟାଚାର ଦୁରକରିବାକୁ ସାଂସଦମାନଙ୍କୁ ଜନ ଲୋକପାଳ ବିଲରେ ମିଶାଇବାକୁ ସେ ସମର୍ଥନ କରିଥିଲେ ।[୨୨] ଡିସେମ୍ବର ୨୦୧୫ ମସିହାରେ ସେ ମଧ୍ୟସ୍ଥତା ଏବଂ ସଂଶୋଧନ ବିଧେୟକକୁ ବଡ଼ ସଂସ୍ଥାଗୁଡିକୁ ଅନୁଚିତ ଲାଭ ଦେବ ବୋଲି ସେ ଯୁକ୍ତି ବାଢ଼ିଥିଲେ ।[୨୩] ସଂସଦ ଆଦର୍ଶ ଗ୍ରାମ ଯୋଜନାକୁ ସେ ତ୍ରୁଟିପୂର୍ଣ୍ଣ ଏବଂ ଏହାଦ୍ୱାରା ବିଶେଷ କିଛି ଲାଭ ହେବନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ଏହି ଯୋଜନାଦ୍ୱାରା ସେ ତାଙ୍କ ନିର୍ବାଚନ ମଣ୍ଡଳୀର ୩୦୦୦ ଗ୍ରାମରୁ କେବଳ ୮ଟି ଗ୍ରାମର ଉନ୍ନତି କରିବାର ଅଧିକାର ପାଉଛନ୍ତି ।[୨୪] ହିନ୍ଦୀକୁ ଜାତୀୟ ଭାଷା କରିବାର ପ୍ରସ୍ତାବକୁ ସେ ବିରୋଧ କରିଥିଲେ ।[୨୧]

ଆଣବିକ ଶକ୍ତି ପ୍ଲାଣ୍ଟ ତିଆରିକୁ ସେ ବିରୋଧ କରିଥିଲେ । ସମଗ୍ର ବିଶ୍ବ ଏହି ଶକ୍ତିରୁ ଦୁରକୁ ଯାଉଥିଲାବେଳେ ଭାରତ କାହିଁକି ଆରମ୍ଭ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଫ୍ରାନ୍ସର ଆରେଭା ଆଣବିକ ସଂସ୍ଥା, ମହାରାଷ୍ଟ୍ରକୁ ପୁରୁଣାକାଳିଆ ପ୍ରଯୁକ୍ତି ବିଦ୍ୟା ବିକିଛି ବୋଲି କହିଥିଲେ । କେନ୍ଦ୍ର, ଅନ୍ୟ ଦେଶଗୁଡ଼ିକ ଭଳି ଆଣବିକ କେନ୍ଦ୍ରର ସୁରକ୍ଷା ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ କହିଥିଲେ ।[୨୫][୨୬]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Tathagata Satpathy". Lok Sabha. Retrieved 10 January 2016.
  2. ୨.୦ ୨.୧ ୨.୨ "Tathagata Satpathy, MP who accepted the internet challenge and won". Hindustan Times. 16 March 2015. Retrieved 29 December 2015.
  3. "Ex-CM of Orissa Nandini Satpathy passes away". The Times of India. 5 August 2006. Retrieved 29 December 2015.
  4. "That's What Friends Are For". The Telegraph (India). 31 March 2004. Retrieved 10 January 2016.
  5. "Odisha MP earns internet points by writing a letter to the TRAI Chairman in support of Net Neutrality". IBNLive. Retrieved 8 April 2015.
  6. "Private member bill on homosexuality defeated in LS". Business Standard. 18 December 2015. Retrieved 10 January 2016.
  7. "BJD lawmaker to quit electoral politics, says 13-yr-old son convinced him". https://www.hindustantimes.com/ (in ଇଂରାଜୀ). 2019-03-05. Retrieved 2019-06-27. External link in |website= (help)
  8. Singh, Saurabh (8 April 2015). "Politicos slam TRAI's stance on net neutrality". India Today. Retrieved 12 April 2015.
  9. "'TRAI's Internet Consultation threat to my functioning as representative'- Odisha MP". The Economic Times. 8 April 2015. Retrieved 6 January 2016.
  10. "Net Neutrality: Airtel's new apps plan may go against PM Modi's Digital India vision". The Economic Times. 9 April 2015. Retrieved 6 January 2016.
  11. "Cannabis ban is elitist. It should go: Tathagata Satpathy". The Times of India. 29 March 2015. Retrieved 29 December 2015.
  12. "Not your typical MP: BJD's Tathagata Satpathy is internet's new favourite". The Times of India. 17 March 2015. Retrieved 29 December 2015.
  13. "When some MPs choose to go by their heart". The Hindu. 24 August 2015. Retrieved 6 January 2016.
  14. "BJD's Sathpathy asks parliament to legalise marijuana use to reduce alcohol". DNA India. 11 December 2015. Retrieved 6 January 2016.
  15. "Make cannabis consumption legal; ban is turning people alcoholic: BJD chief whip Tathagata Satpathy". The Indian Express. 11 December 2015. Retrieved 10 January 2016.
  16. ୧୬.୦ ୧୬.୧ "'Junk outdated laws like ban on porn, homosexuality'". The Times of India. 7 August 2015. Retrieved 29 December 2015.
  17. "Tharoor's Bill on homosexuality voted out". The Hindu. 19 December 2015. Retrieved 29 December 2015.
  18. "Tharoor's bill on homosexuality voted out by LS". Business Standard. 18 December 2015. Retrieved 29 December 2015.
  19. "Opposition Alleges Aadhaar Data Could Be Used For Mass Surveillance". NDTV. 11 March 2016. Retrieved 11 March 2016.
  20. "Christians of India under attack". GlobalPost. 30 May 2010. Retrieved 10 January 2016.
  21. ୨୧.୦ ୨୧.୧ "Nirapeksh row? Eat crow, stick to 'secular'". The Telegraph (India). 27 November 2015. Retrieved 10 January 2016.
  22. "MPs too should be made accountable: Tathagata Satpathy, A member of Parliament, representing Biju Janata Dal". The Economic Times. 15 September 2011. Retrieved 29 December 2015.
  23. "BJD member Tathagata Satpathy accuses government of favouring mega corporates". The Economic Times. 17 December 2015. Retrieved 29 December 2015.
  24. "Poke Me: Sansad Adarsh Gram Yojana a well-intentioned but impractical scheme". The Economic Times. 8 July 2015. Retrieved 29 December 2015.
  25. "LS passes bill to allow NPCIL to have tie-ups with other PSUs". Business Standard. 14 December 2015. Retrieved 10 January 2016.
  26. "LS MPs question nuclear plant safety". Business Standard. 14 December 2015. Retrieved 10 January 2016.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]