ଅମରନାଥ ପ୍ରଧାନ

ଉଇକିପିଡ଼ିଆ‌ରୁ
ଅମରନାଥ ପ୍ରଧାନ
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପ୍ରସନ୍ନ ଆଚାର୍ଯ୍ୟ
ପର ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ
ପର ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଆଠମଲ୍ଲିକ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୯୦
ପୂର୍ବ ଅଧିକାରୀଭଜମନ ବେହେରା
ପର ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀଆଠମଲ୍ଲିକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1958-05-11) ୧୧ ମଇ ୧୯୫୮ (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୌସୁମୀ ପ୍ରଧାନ
ବାପା/ବୋଉବିଶ୍ୱନାଥ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଅମରନାଥ ପ୍ରଧାନ (ଜନ୍ମ: ୧୧ ମଇ ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅମରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ଅମରନାଥ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅମରନାଥ ପ୍ରଧାନ ୧୯୫୮ ମସିହାର ମଇ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ପ୍ରଧାନ ଓ ପତ୍ନୀଙ୍କ ନାମ ମୌସୁମୀ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅମରନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧] ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Amarnath Pradhan". odishaassembly.nic.in. Odisha Assembly. Retrieved 8 July 2020.
  2. "Lok Sabha 2019 constituency: Odisha's Sambalpur is a BJD bastion". Hindustan Times (in ଇଂରାଜୀ). 3 April 2019. Retrieved 8 July 2020.