ସଙ୍ଗୀତା କୁମାରୀ ସିଂଦେଓ
ସଙ୍ଗୀତା କୁମାରୀ ସିଂହଦେଓ | |
---|---|
ସାଂସଦ: ୧୭ଶ ଓ ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | କଳିକେଶ ନାରାୟଣ ସିଂହଦେଓ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ସାଂସଦ: ୧୨ଶ, ୧୩ଶ, ୧୪ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୮ – ୨୦୦୯ | |
ପର ଅଧିକାରୀ | କଳିକେଶ ନାରାୟଣ ସିଂହଦେଓ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନୂଆ ଦିଲ୍ଲୀ, ଦିଲ୍ଲୀ | ୩ ଡିସେମ୍ବର ୧୯୬୧
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | କନକ ବର୍ଦ୍ଧନ ସିଂହ ଦେଓ |
ସନ୍ତାନ | ନିବୃତ୍ତି କୁମାରୀ ସିଂଦେଓ |
ଘର | ଶୈଳଶ୍ରୀ ପ୍ୟାଲେସ୍, ବଲାଙ୍ଗୀର, ଓଡ଼ିଶା |
୩୦ ମଇ, ୨୦୧୯ ସୁଦ୍ଧା ଆଧାର: [୧] |
ସଙ୍ଗୀତା କୁମାରୀ ସିଂଦେଓ (ଜନ୍ମ: ୩ ଡିସେମ୍ବର ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ପୂର୍ବରୁ, ସେ ୧୨ଶ, ୧୩ଶ, ୧୪ଶ ଓ ୧୭ଶ ଲୋକ ସଭାର ସଦସ୍ୟା ଥିଲେ ।
ଜୀବନୀ
[ସମ୍ପାଦନା]ସେ ବଲାଙ୍ଗୀର ରାଜପରିବାରର ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ନୂଆ ଦିଲ୍ଲୀର ପୂର୍ବତନ ପିଆର୍ଙ୍କ ଝିଅ । ତାଙ୍କର ସ୍ୱାମୀ କନକ ବର୍ଦ୍ଧନ ସିଂହ ଦେଓ ଜଣେ ରାଜନେତା, ଯିଏକି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।
ରାଜନୈତିକ ଜୀବନ
[ସମ୍ପାଦନା]ସଙ୍ଗୀତା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୧୯୯୮, ୧୯୯୯ ଓ ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ, ସେ ନିଜ ସ୍ୱାମୀଙ୍କ ସମ୍ପର୍କୀୟ କଳିକେଶ ନାରାୟଣ ସିଂହଦେଓଙ୍କଠାରୁ ହାରିଯାଇଥିଲେ ଓ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କୁ ୧୯,୫୧୬ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ, ସେ ସମୁଦାୟ ୬,୧୭,୭୪୪ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କୁ ୧,୩୨,୬୬୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩]
ଅଧିକ ତଥ୍ୟ
[ସମ୍ପାଦନା]- Members of Fourteenth Lok Sabha - Parliament of India website
- Nivritti Kumari Singh Deo official Facebook
- ↑ "General Election 2019 - Election Commission of India". results.eci.gov.in. Retrieved 2019-05-30.
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Bolangir (Odisha)". Election Commission of India. Retrieved 6 June 2024.
- ୧୮ଶ ଲୋକ ସଭା ସଭ୍ୟ
- ଓଡ଼ିଶା ରାଜନୀତି
- ଭାରତୀୟ ଜନତା ପାର୍ଟିର ରାଜନୀତିଜ୍ଞ
- ୧୪ତମ ଲୋକ ସଭା ସଭ୍ୟ
- ଓଡ଼ିଆ ମହିଳା ରାଜନୀତିଜ୍ଞ
- ୧୯୬୧ ଜନ୍ମ
- ଜୀବିତ ବ୍ୟକ୍ତି
- ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ
- ବଲାଙ୍ଗୀରର ଲୋକ
- ଏକବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ
- ଏକବିଂଶ ଶତାବ୍ଦୀର ଭାରତୀୟ ରାଜନୀତିଜ୍ଞ
- ବିଂଶ ଶତାବ୍ଦୀର ଭାରତୀୟ ମହିଳା ରାଜନୀତିଜ୍ଞ
- ବିଂଶ ଶତାବ୍ଦୀର ଭାରତୀୟ ରାଜନୀତିଜ୍ଞ
- ଭାରଟୟ ମହିଳା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ
- ୧୭ଶ ଲୋକ ସଭା ସଭ୍ୟ
- ୧୨ଶ ଲୋକ ସଭା ସଭ୍ୟ
- ୧୩ଶ ଲୋକ ସଭା ସଭ୍ୟ
- ୧୪ଶ ଲୋକ ସଭା ସଭ୍ୟ
- ଓଡ଼ିଶାର ଲୋକ ସଭା ସଦସ୍ୟ
- ଓଡ଼ିଶାର ଭାରତୀୟ ଜନତା ପାର୍ଟି ରାଜନେତା