ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ | |
---|---|
ଧର୍ମେନ୍ଦ୍ର ପ୍ରଧାନ | |
![]() | |
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ | |
Assumed office ୨୬ ମେ ୨୦୧୪ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ବିରାପ୍ପା ମୋଇଲି |
ମନ୍ତ୍ରୀ, ଦକ୍ଷତା ବିକାଶ ଓ ଆତ୍ମନିର୍ଭରଶୀଳ ମନ୍ତ୍ରଣାଳୟ | |
Assumed office ୩ ସେପ୍ଟମ୍ବର ୨୦୧୭ | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦି |
ପୂର୍ବ ଅଧିକାରୀ | ରାଜୀବ ପ୍ରତାପ ରୁଡ଼େ |
ମଧ୍ୟପ୍ରଦେଶ ରାଜ୍ୟସଭା ସାଂସଦ | |
Assumed office ୩ ଏପ୍ରିଲ ୨୦୧୮ | |
ପୂର୍ବ ଅଧିକାରୀ | ପ୍ରକାଶ ଯାବଡ଼଼େକର, ଭାରତୀୟ ଜନତା ପାର୍ଟି |
ସାଂସଦ | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ଦେବେନ୍ଦ୍ର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ |
ବିହାରର ରାଜ୍ୟ ସଭା ଏମପି | |
କାର୍ଯ୍ୟକାଳ ୩ ଏପ୍ରିଲ ୨୦୧୨ – ୨ ଏପ୍ରିଲ ୨୦୧୮ | |
ପର ଅଧିକାରୀ | ମନୋଜ ଝା, ଆରଜେଡ଼ି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ତାଳଚେର, ଓଡ଼ିଶା | ୨୬ ଜୁନ ୧୯୬୯
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେପି |
ଜୀବନ ସାଥୀ | ମୃଦୁଳ ପ୍ରଧାନ |
ସନ୍ତାନ | ୨ (ନୈମିଶା ପ୍ରଧାନ ଏବଂ ନିଶାନ୍ତ ପ୍ରଧାନ) |
ବୋଉ | ବସନ୍ତ ମଞ୍ଜରୀ ପ୍ରଧାନ |
ବାପା | ଦେବେନ୍ଦ୍ର ପ୍ରଧାନ |
ଘର | ତାଳଚେର, ଓଡ଼ିଶା |
୨୨ ସେପ୍ଟେମ୍ବର ସୁଦ୍ଧା |
ଧର୍ମେନ୍ଦ୍ର ପ୍ରଧାନ ଜଣେ ଭାରତୀୟ ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରାଳୟରେ ୪ ସେପ୍ଟେମ୍ବର ୨୦୧୭ରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ ।[୧] ସେ ମାର୍ଚ୍ଚ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୨] ୨୦୧୮ ଏପ୍ରିଲ ୩ରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୩]
ଶିକ୍ଷାଗତ ଯୋଗ୍ୟତା[ସମ୍ପାଦନା]
ସେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରୁ ନୃତତ୍ତ୍ୱ ବିଜ୍ଞାନରେ ଏମଏ ( M.A.- Anthropology) ଶିକ୍ଷା ଲାଭ କରିଥିଲେ ।
ରାଜନୈତିକ ଜୀବନ[ସମ୍ପାଦନା]
ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ବିଜେପିର ପୂର୍ବତନ ସାଂସଦ ଦେବେନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି । ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ । ୧୯୮୫ ମସିହାରେ ସେ ତାଳଚେର ଛାତ୍ର ସଂଘର ସଭାପତି ଥିଲେ । ପରେ ୧୯୯୫ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର ରାଷ୍ଟୀୟ ସଚିବ ଭାବେ କାର୍ଯ୍ୟରତ ଥିଲେ ।
ସେ ମଧ୍ୟ ଓଡ଼ିଶା ବିଧାନ ସଭାର ଦ୍ୱାଦଶ ଅଧିବେଶନ (୨୦୦୦- ୨୦୦୪)କୁ ଭାରତୀୟ ଜନତା ପାର୍ଟିର ଦଳୀୟ ପାର୍ଥୀ ଭାବେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ବିଧାନ ସଭା ବିତର୍କରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ପାଇଁ ଏକ ବିଶେଷ ସ୍ଥାନ ତିଆରି କଲେ । ସେଥି ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ଉତ୍କଳମଣି ପ୍ରତିଭା ସମ୍ମାନ ପାଇଥିଲେ । ବିଜେପିର ସାଧାରଣ ସମ୍ପାଦକ ହେବା ସହ ତାଙ୍କୁ ଅଗଷ୍ଟ ୨୦୧୧ରେ ଝାଡଖଣ୍ଡ ଦଳୀୟ କାର୍ଯ୍ୟକାରିଣୀର ସାଙ୍ଗଠନିକ ଅତିରିକ୍ତ ଉତ୍ତରଦାୟିତ୍ୱ ନ୍ୟସ୍ତ ଥିଲା । [୪] ଧର୍ମେନ୍ଦ୍ର ପ୍ରଧାନ ଭାରତର ଚତୁର୍ଦ୍ଦଶ ଲୋକ ସଭାର ଜଣେ ସଦସ୍ୟ ଥିଲେ । ସେ ଓଡ଼ିଶାର ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ।
୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମନ୍ତ୍ରୀ ଦାୟିତ୍ୱ ମିଳିଥିଲା । କ୍ରମାଗତ ୫ ବର୍ଷ ଜଣେ ବ୍ୟକ୍ତି ଏହି ବିଭାଗରେ ରହି ରେକର୍ଡ ସ୍ଥାପନ କରିଥିଲେ । ତାଙ୍କର ଦକ୍ଷତାର ସ୍ୱୀକୃତି ସ୍ୱରୁପ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଥର ଶ୍ରୀ ପ୍ରଧାନଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଦାୟିତ୍ୱ ମିଳିଲା । ଦେଶର ଇତିହାସରେ ଏଭଳି ଘଚଣା ପ୍ରଥମ ।
ପେଟ୍ରୋଲିୟମ ମନ୍ତ୍ରାଳୟକୁ ଏକ କର୍ପୋରେଟ ମନ୍ତ୍ରାଳୟରୁ ଗରିବ ଓ ବିଶେଷ ଭାବରେ ଗରିବ ମହିଳାଙ୍କ ପାଇଁ କାମ କରୁଥିବା ବିଭାଗର ସ୍ୱୀକୃତି ମିଳିବାରେ ତାଙ୍କର ବଡ଼ ଅବଦାନ ରହିଛି । ଉଜ୍ଜଳା ଯୋଜନା ମହିଳା ସଶକ୍ତିକରଣର ଦିଶା ପରିବର୍ତ୍ତନ କରି ପାରିଛି ।
ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାରେ ସରକାରଙ୍କ କୋର କମିଟିର ସଦସ୍ୟ ଭାବରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଛନ୍ତି ।
ପଦ ପଦବୀ ଏବଂ ତୁଲାଇଥିବା ଦାୟିତ୍ୱ[ସମ୍ପାଦନା]
- ୩ ଏପ୍ରିଲ ୨୦୧୮ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ (ବିଜେପି)
- ୨୦୧୩ରୁ ଏବେଯାଏଁ ବିହାର ବିଜେପି ରାଜ୍ୟ ଭାରପ୍ରାପ୍ତ ଅଧିକାରୀ
- ୨୦୧୧ରୁ ୨୦୧୩ ବିଜେପିରୁ କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପାଇଁ ଭାରପ୍ରାପ୍ତ ଅଧିକାରୀ
- ୨୦୧୦ରୁ ଏବେଯାଏଁ ବିହାର ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ସହ-ଭାରପ୍ରାପ୍ତ ଅଧିକାରୀ, ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ଭାରପ୍ରାପ୍ତ ଅଧିକାରୀ
- ୨୦୧୨ରୁ ୨ ଏପ୍ରିଲ ୨୦୧୮ ବିହାରରୁ ରାଜ୍ୟସଭା ସାଂସଦ (ବିଜେପି)
- ୨୦୧୦ରୁ ଏବେଯାଏଁ ବିଜେପିରେ ଅଖିଳ ଭାରତୀୟ ଜେନେରାଲ ସେକ୍ରେଟାରୀ , ଭାରତୀୟ ଜନତା ଯୁବମୋର୍ଚ୍ଚା (BJYM) ଭାରପ୍ରାପ୍ତ ଅଧିକାରୀ
- ୨୦୦୭- ୨୦୧୦ ଜାତୀୟ ସଚିବ,- ବିଜେପି, ଛତିଶଗଡ଼ ରାଜ୍ୟ ବିଜେପି ଭାରପ୍ରାପ୍ତ ଅଧିକାରୀ
- ୨୦୦୪ - ୨୦୦୯ ଲୋକ ସଭା ସାଂସଦ ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ (ବିଜେପି)
- ୨୦୦୪ - ୨୦୦୬ ଜାତୀୟ ପ୍ରେସିଡେଣ୍ଟ, ଭାରତୀୟ ଜନତା ଯୁବମୋର୍ଚ୍ଚା
- ୨୦୦୦- ୨୦୦୪ ଓଡ଼ିଶା ବିଧାନ ସଭା ବିଧାୟକ ପାଳଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଆଧାର[ସମ୍ପାଦନା]
- ↑ http://www.skilldevelopment.gov.in/New%20Minister.html
- ↑ "BJP gives in to JD(U) pressure, denies Rajya Sabha ticket to Ahluwalia". Indian Express. 20 March 2012.
- ↑ 41 Newly Elected RS Members Including Dharmendra Pradhan Take Oath By PTI Apr 3, 2018 http://odishatv.in/nation/41-newly-elected-rs-members-including-dharmendra-pradhan-take-oath-285969
- ↑ "Press: Sh. Dharmendra Pradhan & Sh. Murlidhar Rao given addl. responsibility". Indian Express. 18 August 2011.