ମଙ୍ଗଳ ଗୀତ
ଦାରୁ ଶଗଡ଼ିର ବନ୍ଦାପନା, ରଥଯାତ୍ରା ଇତ୍ୟାଦିରେ ମଙ୍ଗଳ ଗୀତ ବୋଲାଯାଏ । ଜଗନ୍ନାଥଙ୍କ ଉପାସନା ସହ ମଙ୍ଗଳଗୀତ ଜଡ଼ିତ । ଏହା ମାହାରୀ ପରମ୍ପରା ସହ ସମ୍ପୃକ୍ତ ବୋଲି କୁହଯାଏ ।[୧]
ଐତିହାସିକ ମତବାଦ
[ସମ୍ପାଦନା]ମଙ୍ଗଳ ଗୀତ ହେଉଛି, ମଙ୍ଗଳ କାମନା କରି ଗାନ ହେଉଥିବା ଗୀତ । ସ୍କନ୍ଧ (୧୧ ଆ)ରେ ଇନ୍ଦ୍ରଦ୍ୟୁମ୍ନ ପରୁଷୋତ୍ତମ କ୍ଷେତ୍ରକୁ ଯାତ୍ରା କରିବା ପୂର୍ବରୁ ସିଂହସାନାସୀନ ହୋଇ ବ୍ରାହ୍ମଣମାନଙ୍କର ମାଙ୍ଗଳିକ ବାକ୍ୟ ଶ୍ରବଣ କରିବା ଓ ଅଭିଷିକ୍ତ ହେବା, ତାଙ୍କର ମଙ୍ଗଳାରୋପଣ କରାଯିବା ଓ ଏହି ସମୟରେ ମଙ୍ଗଳପାଠକମାନେ ମଙ୍ଗଳ ବାକ୍ୟପାଠ କରିବା ଏବଂ ତାଙ୍କ ଯାତ୍ରା ପଥରେ ପରନାରୀଗଣ ମଙ୍ଗଳଗୀତ ଗାନ କରି ଲାଜା ଓ ପୁଷ୍ପବର୍ଷଣ କରିବାର ଚିତ୍ର ପ୍ରଦତ ।[୧]
ରାଜା ଓ ସେବାୟତଙ୍କ ଘରେ ଶୁଭକାର୍ଯ୍ୟରେ 'ମାହାରିମଙ୍ଗଳ' ମଙ୍ଗଳଗୀତ ଗାଉଥଲେ । ତେଣୁ ସେମାନଙ୍କୁ ମଙ୍ଗଳନାରୀ କୁହାଯାଉଥଲା ।
ଓଡ଼ିଆ ପରମ୍ପରା
[ସମ୍ପାଦନା]ଓଡ଼ିଆ ଚଳଣିରେ ଶିଶୁର ଜନ୍ମ, ପଞ୍ଚୁଆତି, ଷଷ୍ଠୀ, ଉଠିଆରି ସ୍ନାନ, ନାମକରଣ, ସ୍ୱନକ୍ଷତ୍ର, କର୍ଣ୍ଣଭେଦ, ପନିଅର ଲାଗି(ଚୂଡ଼ାକର୍ମ), ବ୍ରତ, ବିବାହ ନିମନ୍ତେ ଜାତକ ଦେଖା, କନ୍ୟା ଦେଖା, ବେଦୀ ତିଆରି, ହାଣ୍ଡି ମଙ୍ଗୁଳା, ବରବାହାରିବା, ଲବଣ ଚଉଁରୀ, ହାତଗଣ୍ଠି, ପଞ୍ଚୁଗ୍ରାସୀ, ବରକନ୍ୟା ପହଞ୍ଚିବା, ଚଉଠି ଆଦିରେ ସାତ ସଧବା ଗଣିକାଙ୍କଦ୍ୱାରା ମଙ୍ଗଳଗାନ କରାଯାଏ । ସାଧାରଣତଃ ବ୍ରତ, ବିବାହର ପୂର୍ବଦିନ କୃତ୍ୟକୁ ମଙ୍ଗଳକୃତ୍ୟ କୁହାଯାଏ । ତେବେ ବିବାହକୁ ମଧ୍ୟ ମଙ୍ଗଳକୃତ୍ୟ କୁହାଯିବାର ଦୃଷ୍ଟାନ୍ତ ଅଛି ।[୧]
ସାହିତ୍ୟ
[ସମ୍ପାଦନା]ଓଡ଼ିଆ ଓ ବଙ୍ଗଳା ସାହିତ୍ୟରେ ମଙ୍ଗଳକାବ୍ୟ ଅନେକ ଉଦାହରଣ ରହିଛି ।
କାଚଲାଗି ହେଉଛନ୍ତି ଚନକର ବାଳି, ସ୍ୱର୍ଗେ ଥାଇ ଅପସରା ଦ୍ୟନ୍ତି ହୁଳହୁଳି ।
ଶ୍ରୀହସ୍ତ ବଢ଼ାଇ ଦେଲେ ଜନକର ଜେମା, ଅକଳଙ୍କ ଶ୍ରୀମୁଖ କି ଶରତ ଚନ୍ଦ୍ରମା ।
କାଚଲାଗି ସାରି ସର୍ବେ ଚଉସମ ବୋଳି, ଇଷ୍ଟ ଦେବତାଙ୍କୁ ତହୁଁ ଓଳଗିଲେ ବାଳୀ - କାର୍ତ୍ତିକଚନ୍ଦ୍ର ଦାସ
ଏହି ମଙ୍ଗଳଗାନ ପରମ୍ପରା ଜଗନ୍ନାଥ ମନ୍ଦିର ଓ ପୁରୀର ଅନେକ ସାହିରେ ଆଜି ମଧ୍ୟ ଦେଖାଯାଏ ।[୧]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "ମଙ୍ଗଳ ଗୀତ". ପ୍ରମେୟ. ୨୫ ମଇ ୨୦୧୫. p. ୨. Retrieved 20 September 2015.
{{cite news}}
: Check date values in:|date=
(help)[permanent dead link]