Jump to content

ଦାରୁ ଶଗଡ଼ି

ଉଇକିପିଡ଼ିଆ‌ରୁ

ପୁରାତନ କାଳରୁ ପରିବ‌ହ‌ନ ନିମିତ୍ତ ଶଗଡ଼ିର ବ‌ହୁଳ ବ୍ୟବ‌ହାର ରହିଆସିଛି । ପୂର୍ବେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟରେ ପ୍ରାଚୀନ ମାଳିନୀ ନ‌ଦୀ ପ୍ରବାହିତ ହେଉଥିଲା । ପରବର୍ତ୍ତୀ ସମୟରେ ଏହି ନ‌ଦୀକୁ ପୋତି ଦିଆଯାଇଥିଲା, ଯାହାକି ଏବେ ଶରଧାବାଲି ନାମରେ ନାମିତ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ତିନି ଠାକୁର ତିନି ରଥରେ ବିରାଜମାନ ହୋଇ ଏହି ନ‌ଦୀ ପର୍ଯ୍ୟନ୍ତ ଯାଉଥିଲେ ଆଉ ଡଙ୍ଗା ସ‌ହାୟତାରେ ନ‌ଦୀ ପାର ହୋଇ ତିନିଗୋଟି କାଠ ନିର୍ମିତ ଶଗଡ଼ିରେ ଯାଇ ଆଡ଼ପ ମଣ୍ଡପରେ ବିରଜିତ ହେଉଥିଲେ । ଏହି ଶଗଡ଼ିର ବ୍ୟବ‌ହାର କବିମାନଙ୍କର ଭଜନରେ ମଧ୍ୟ ପରିଲକ୍ଷିତ ହୋଇଛି । ୧୬୨୨ ମସିହାରେ ଭକ୍ତ ସାଲବେଗ ଜଣାଣରେ ମଧ୍ୟ ମ‌ହାପ୍ରଭୁଙ୍କ ସେବରେ ଶଗଡ଼ିର ନିୟୋଜନ ବିଷୟରେ ଉଲ୍ଲେଖ ରହିଛି ।

ଦାରୁ ଶଗଡ଼ି

[ସମ୍ପାଦନା]

ବନଯାଗ ଯାତ୍ରାରେ ଦାରୁ ଚିହ୍ନଟ ହୋଇସାରିବା ପରେ ଯେତେବେଳେ ଦାରୁ ଛେଦନ ସାରି ଶ୍ରୀମନ୍ଦିରକୁ ନେବାର କଥା ଆସେ ସେତେବେଳେ ଦରକାର ହୁଏ ଏହି ଶଗଡ଼ି, ଯାହାକୁ ଦାରୁ ଶଗଡ଼ି ନାମରେ ଆମେ ବୋଲାଇଥାଉ । ଏହି ଶଗଡ଼ି ସାହାଯ୍ୟରେ ଦାରୁମାନ ଶ୍ରୀମନ୍ଦିରକୁ ନିଆଯାଇଥାଏ । କେନ୍ଦୁ, ବର, ତେନ୍ତୁଳି ଓ କଇଁଆ କାଠରେ ଏହି ଶଗଡ଼ି ନିର୍ମାଣ କରାଯାଏ ।[]

ଏହି ଦାରୁଶଗଡ଼ି ଚାରି ଚକ ବିଶିଷ୍ଟ ହୋଇଥାଏ । ବିଶ୍ୱକର୍ମା ସେବକମାନେ ଏହାକୁ ନିର୍ମାଣ କରିଥାନ୍ତି । ପ୍ରତି ଦରୁଙ୍କ ଲାଗି ଗୋଟିଏ ଲେଖାଏଁ ଶଗଡ଼ି ନିର୍ମାଣ ହୋଇଥାଏ । ଏହି ଶଗଡ଼ିମାନ ବରକାଠରେ ତିଆରି ଚକମାନ ଓ ତେନ୍ତୁଳି କାଠ ନିର୍ମିତ ଦଣ୍ଡାମାନ ଧାରଣ କରିଥାନ୍ତି । ବାକି ଅନ୍ୟାନ୍ୟ ଅଂଶମାନ କେନ୍ଦୁ କାଠାରେ ନିର୍ମାଣ କରାଯାଇଥାଏ । ଏହାର ଚକର କୌଣସି ଅର ନ ଥାଏ । ସେହି ଚକ‌କୁ ଲୁହା କ୍ଲାମ୍ପ ସ‌ହାୟତାରେ ଯୋଡ଼ା ଯାଇଥାଏ । ଶଗଡ଼ି ଦଣ୍ଡାର ଲମ୍ବ ଆଠହାତ ହୋଇଥାଏ ।[]

ନବକଳେବର ୨୦୧୫


କାର୍ଯ୍ୟମାନ

[ସମ୍ପାଦନା]

ଦାରୁଙ୍କୁ ଖଣ୍ଡୁଆ ପାଟରେ ଗୁଡ଼ାଇ ଶଗଡ଼ିରେ ରଖି ବାନ୍ଧି ଦିଆଯାଏ । ଦାରୁ ପ୍ରାପ୍ତ ହୋଇଥିବା ଶ୍ରୀମନ୍ଦିର ପର୍ଯ୍ୟନ୍ତ ସାଧାରଣ ଜନତା ଓ ଭକ୍ତମାନ ଏହି ଦାରୁଶଗଡ଼ିକୁ ଟାଣି ଟାଣି ନେଇଥାନ୍ତି । ବିଧି ଅନୁସାରେ, ସର୍ବପ୍ରଥମେ ଶ୍ରୀସୁଦର୍ଶନଙ୍କ ଦାରୁ, ତା'ପରେ କ୍ରମାନ୍ୱୟରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଦାରୁ ଶଗଡ଼ିରେ ଶ୍ରୀକ୍ଷେତ୍ରକୁ ପ୍ରବେଶ କରେ ।

checkY

  1. "ଚକ୍ରରାଜ ସୁଦର୍ଶନଙ୍କ ଦାରୁ ବିଜେ ଯାନ ଶଗଡ଼ି". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର. 20 April 2015. p. ୧୨. Archived from the original on 7 July 2015. Retrieved 20 July 2016.{{cite news}}: CS1 maint: bot: original URL status unknown (link) CS1 maint: unrecognized language (link)
  2. "ଶବରପଲ୍ଲୀରେ ଶଗଡ଼ ନିର୍ମାଣ ଆରମ୍ଭ". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର. 19 April 2015. p. ୧୨. Archived from the original on 7 July 2015. Retrieved 20 July 2016.{{cite news}}: CS1 maint: bot: original URL status unknown (link) CS1 maint: unrecognized language (link)