ବ୍ରାହ୍ମଣୀ ମନ୍ଦିର
Jump to navigation
Jump to search
ବ୍ରାହ୍ମଣୀ ମନ୍ଦିର | |
---|---|
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 21°15′21.12″N 86°48′33.8″E / 21.2558667°N 86.809389°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ସ୍ଥାନ | ଅଭଣା |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ଅବଲୋକିତେଶ୍ୱର, ଚାମୁଣ୍ଡା |
ମୁଖ୍ୟ ପର୍ବପର୍ବାଣୀ | ଦୁର୍ଗା ପୂଜା |
ଇତିହାସ ଓ ପାଳନ | |
ନିର୍ମାଣ କାଳ | ୧୦-୧୧ଶ ଶତକ |
ନିର୍ମାତା | ସୋମବଂଶୀ ଶାସନ |
'ମନ୍ଦିର ବୋର୍ଡ଼ | ଲକ୍ଷ୍ମୀ ନାରାୟଣ ପୂଜା କମିଟି |
ବ୍ରାହ୍ମଣୀ ମନ୍ଦିର ୧୦-୧୧ଶ ଶତକରେ ନିର୍ମିତ ଓଡ଼ିଶାର ବାଲେଶ୍ୱରର ଅଭଣାଠାରେ ଅବସ୍ଥିତ ଏକ ହିନ୍ଦୁ ଓ ବୌଦ୍ଧ ଉପାସନା ପୀଠ । ଏଠାରେ ଅବଲୋକିତେଶ୍ୱର, ଚାମୁଣ୍ଡା ପୂଜିତ ହୋଇଥାନ୍ତି । ଏହା ଓଡ଼ିଶା ରାଜ୍ୟ ଐତିହ୍ୟର ଏକ ସଂରକ୍ଷିତ ଭାସ୍କର ।
ବିଷୟସୂଚୀ
ଅବସ୍ଥିତି[ସମ୍ପାଦନା]
ଏହା ସୋନ ନଇର ପୂର୍ବ ଭାଗରେ ଓଡ଼ିଶାର ବାଲେଶ୍ୱର ସହର ଠାରୁ ୨୧ କି.ମି. ଦୂରରେ ଅବସ୍ଥିତ ।
ନିର୍ମାଣ[ସମ୍ପାଦନା]
ଏହା ଏକ ସମତଳ ଛାତ ଥିବା ପିଢ଼ା ବିମାନ ଶୈଳୀର ମନ୍ଦିର । ମନ୍ଦିରରେ ପୂଜିତ ଦେବଦେବୀ ହେଲେ ଚାରି ବାହୁବିଶେଷ ଅବଲୋକିତେଶ୍ୱର ଓ ଆଠ ବାହୁ ଓ ତିନି ମୁଖା ଚାମୁଣ୍ଡା । ମୂର୍ତ୍ତି ନିର୍ମାଣ ଅନୁସାରେ ଏହା ୧୦-୧୧ଶ ଶତକରେ ନିର୍ମିତ ବୋଲି ଜଣାଯାଇଥାଏ । ଏଥିରେ କେତେକ ବୌଦ୍ଧ ମୂର୍ତ୍ତି ବିଶେଷ ରହିଅଛି ।
ପରିମାପ[ସମ୍ପାଦନା]
- କ୍ଷେତ୍ରଫଳ ( ଲମ୍ବ x ଓସାର x ଉଚ୍ଚତା) : ୪.୨୦ ମି. x ୪.୦୦ ମି. x ୬.୫୦ ମି.
- ଖଣ୍ଡ ସଂଖ୍ୟା : ୨, ମଣ୍ଡପ ପରେ ଥିବା ବିମାନ
ସ୍ଥାନିକ ସଙ୍ଗଠନ[ସମ୍ପାଦନା]
- ବିନ୍ୟାସ : ପଶ୍ଚିମାମୁଖି
- ପରିକଳ୍ପନା : ବିମାନଟି ବର୍ଗାକାର ଓ ମଣ୍ଡପଟି ଆୟତାକାର
- ଖାଲିସ୍ଥାନ : ୧୦ ମି. (ଲମ୍ବ) x ୪.୫୦ ମି. (ଓସାର)
ସ୍ଥାପନ ଶୈଳୀ[ସମ୍ପାଦନା]
ଆଲଙ୍କାରିକ ଶୈଳୀ[ସମ୍ପାଦନା]
- ବାହାର ଭାଗ : ସାଧାରଣ
- ଭିତର ଭାଗ : ସାଧାରଣ
- ଚଳନ୍ତି ସଙ୍ଗଠନ : ଚାରି ବାହୁବିଶେଷ ଅବଲୋକିତେଶ୍ୱର, ଆଠ ବାହୁ ଓ ତିନି ମୁଖା ଚାମୁଣ୍ଡା
- ଏହା ନବୀନ ମନ୍ଦିର ହେଲେ ହେଁ ପଞ୍ଚରଥ ଶୈଳୀର ସମତଳ ଓ ପଞ୍ଚାଙ୍ଗ ବାଡ଼ ବିଶିଷ୍ଟ ଅଟେ।
ନିର୍ମାଣ କାରିଗରି[ସମ୍ପାଦନା]
- ନିର୍ମାଣ ପ୍ରକାର : ଏହା ଏକ ପିଢ଼ା ବିମାନ ଶୈଳୀର ମନ୍ଦିର ଯାହାର ଆଗରେ ଏକ ସମତଳ ଜଗମୋହନ ଅଛି । ବିମାନଟି ପଞ୍ଚରଥ ଶୈଳୀର ଓ ଉଚ୍ଚତା ଭିତ୍ତିରେ ପଞ୍ଚାଙ୍ଗ ବଡ଼ ।
- ନିର୍ମାଣ : ପଥର ଗଠନ (Ashlar Masonry)
- ନିର୍ମାଣ ଉପାଦାନ : ମୋହରମ/ଲାଟେରାଇଟ (Laterite)ରେ ମନ୍ଦିରଟି ତିଆରି ଓ ମୂର୍ତ୍ତିମାନ କ୍ଳୋରାଇଟ ପଥରରେ (chlorite stone)ରେ ତିଆରି ।
ସିନ୍ଦୁର ଓ ତେଲ ଲେପନ ହେତୁ ମୂର୍ତ୍ତି ଗୁଡ଼ିକ ଭବିଷ୍ୟତରେ ନଷ୍ଟ ହୋଇଯିବାର ଆଶଙ୍କା ରହିଅଛି ।
ଆଧାର[ସମ୍ପାଦନା]
- Sahoo. Ashis Ranjan, Pradhan. Dr. S. Report on Bramhani Temple. Indira Gandhi National Centre For The Arts
- R. P. Mohapatra, 1986, Archaeology in Orissa, Vol. II, New Delhi