ଧାମରା
ଧାମରା | |
— ସହର — | |
ଦିଗବାରେଣି | 20°47′44″N 86°54′03″E / 20.79556°N 86.90083°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ଭଦ୍ରକ ଜିଲ୍ଲା |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 0 metres (0 ft) |
ଭାରତଦେଶରେ ଓଡ଼ିଶାରାଜ୍ୟର ଭଦ୍ରକଜିଲ୍ଲା ଅନ୍ତର୍ଗତ ଧାମରା (Dhamara) ବ୍ରାହ୍ମଣୀ ବୈତରଣୀ ମୁହାଣର ଏକ ସହର। ନଦୀର ଅପରପାର୍ଶ୍ୱରେ କାଳିଭଞ୍ଜଡ଼ିଆଁ ଜଙ୍ଗଲ ଓ ଭିତର କନିକା ଅଭୟାରଣ୍ୟର ଶୋଭା ଅତୁଳନୀୟ। ପଞ୍ଚଦଶ ଶତାବ୍ଦୀ ବେଳକୁ ଏହା ଏକ ବନ୍ଦରରୂପେ ବିକଶିତ ହୋଇଥିଲା।[୧] ଉତ୍ତର ଓଡ଼ିଶା ଓ କଲିକତା ଭିତରେ ବାଣିଜ୍ୟିକ ସମ୍ପର୍କ ରକ୍ଷା କରିବାପାଇଁ ଏହି ବନ୍ଦର ବିକଶିତ ହୋଇଥିଲା, ଯାହା ୧୯୪୭ର ଭାରତର ସ୍ୱାଧୀନତା ପରେ ଧିମା ପଡ଼ିଯାଇଥିଲା।
ଏପ୍ରିଲ ୧୯୯୮ରେ ଧାମରା ବନ୍ଦର ଗଢ଼ି ତୋଳିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେଲା। ବଙ୍ଗୋପସାଗରଠାରୁ ପାଖାପାଖି ସାତ କିଲୋମିଟର ଦୂରରେ ଏହି ଗଭୀର ଜଳ ବନ୍ଦରକୁ ତିଆରି କରିବାକୁ ପ୍ରସ୍ତାବ ହେଲା।[୨]
ଭବିଷ୍ୟତ କାର୍ଯ୍ୟ ଯୋଜନା[ସମ୍ପାଦନା]
- ଧାମରାର ଚାରିଡ଼ିହାଠାରେ ଓଡ଼ିଶାର ପ୍ରଥମ ଜାହାଜ ତିଆରି କାରଖାନା ପ୍ରତିଷ୍ଠିତ ହେବାର ଅଛି। ଏହା ପୂର୍ବଭାରତେର ପ୍ରଥମ ପ୍ରାଇଭେଟ ସଂସ୍ଥା ହେବ। ଅପିଜୟ ସୁରେନ୍ଦ୍ର ଗ୍ରୁପ ଓ ଭାରତ ସିପୟାର୍ଡ ଲିମିଟେଡ୍ ଏହି ଆଧୁନିକତମ ଜାହାଜ ତିଆରି କାରଖାନାକୁ ୨୨୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରି ମିଳିତ ଭାବେ ଗଢିବେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୯୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଅଟକଳ ହୋଇଛି।
- ୱେଲସ୍ପନ ପାୱାର ଏଣ୍ଡ ଷ୍ଟିଲ୍ ଲିଃ. ଧାମରାଠାରେ ଏକ ଲୌହ ପରିଶୋଧନ କେନ୍ଦ୍ର ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେିଇଛନ୍ତି। ଏହି କମ୍ପାନୀ ଆଗରୁ ୬୧୦୩.୮୦ କୋଟି ଟଙ୍କାର ଏକ ଇଷ୍ପାତ କାରଖାନା ଟାଙ୍ଗୀଠାରେ ପ୍ରତିଷ୍ଠା କରିବାପାଇଁ ଆଗରୁ ମଞ୍ଜୁରି ପାଇ ସାରିଛନ୍ତି।
ଦର୍ଶନୀୟ ସ୍ଥାନ[ସମ୍ପାଦନା]
- ଧାମରେଈ ମନ୍ଦିର
- ଧାମରା ବନ୍ଦର
- ସାତଭାୟା
- ଭିତର କନିକା କୁମ୍ଭୀର ଅଭୟାରଣ୍ୟ
ଧାମରାମୁହାଣର ଅପରୂପ ଶୋଭାରେ ବିମୁଗ୍ଧ କବିବର ରାଧାନାଥ ‘ଉଷା’ କାବ୍ୟରେ ଲେଖିଛନ୍ତି:
‘ଧାମରା ମୋହାଣେ ପାଣ୍ଡୁ ଜଳାରଣ୍ୟେ ବାହୁଁ ନୌଚର ପୂର୍ବମୁଖେ ତରୀ ଦେଖଇ ସମ୍ମୁଖେ ମହା ସାଗର ନୀଳ ସେତୁ କାନ୍ତି ଧରିତ୍ରୀର ଶ୍ୟାମ ସୀମା ବଳୟ ଧନ-ଜନ-ପ୍ରାଣ ବିନାଶ ଚିନ୍ତାରେ ହୋଇ ଅଥୟ
ଭୟେ ଜଡ଼କର ଯୋଡ଼ି ପୋତ-ପଡ଼ି ଯାଚେ ଅଭୟ ତେଜୋଧାମ ଯେଉଁ ଧାମରୀ ଦେବୀଙ୍କ କଞ୍ଜ ପୟରେ ତାଙ୍କ ଅଧିଷ୍ଠିତ ଭୂମିରୁ ଆସିଲେ ଭୂପ କୁମରେ।’ (ପୃ.-୮୯)
ଆଧାର[ସମ୍ପାଦନା]
- ↑ Sila Tripati. "Early Maritime Activities of Orissa on the East Coast of India: Linkages in Trade and Cultural Developments" (PDF). Marine Archaeology Centre, National Institute of Oceanography, Dona Paula, Goa. Retrieved 23 ନଭେମ୍ବର 2010.
- ↑ "Dhamra port". DHAMRA PORT COMPANY LTD. Retrieved 23 ନଭେମ୍ବର 2010.