ରାଇବଣିଆ ଦୁର୍ଗ

ଉଇକିପିଡ଼ିଆ ରୁ
Jump to navigation Jump to search
ରାଇବଣିଆ ଦୁର୍ଗ
ଦିଗବାରେଣୀ21°55′35″N 87°11′12″E / 21.9264056°N 87.1867278°E / 21.9264056; 87.1867278
ଅବସ୍ଥିତିଲକ୍ଷ୍ମଣନାଥ, ବାଲେଶ୍ୱର, ଓଡ଼ିଶା
ବିନ୍ଧାଣିମହାରାଜା ଲାଙ୍ଗୁଳା ନରସିଂହ ଦେବ
ପ୍ରକାରଦୁର୍ଗ
ଉପାଦାନମାଙ୍କଡ଼ା ପଥର

ରାଇବଣିଆ ଦୁର୍ଗ ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ମିତ ଓଡ଼ିଶାର ବାଲେଶ୍ୱରର ଲକ୍ଷ୍ମଣନାଥଠାରେ ଥିବା ଏକ ପୁରାତନ ଓ ଐତିହାସିକ ଦୁର୍ଗ । [୧] ଏହା ଓଡ଼ିଶାର ବୌଦ୍ଧବାଦର କାଳରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦେଇ ଗଢ଼ାଯାଇଥିଲା । ଏଠାରେ ୧୬୧ ଗୋଟି ଦେବୀ ମୂର୍ତ୍ତି ରହିଛି ଯେଉଁ ସବୁ ଦୁର୍ଗା ଦେବତା ବା ଇଷ୍ଟଦେବତା ତଥା ଦଶାଶରୁ ମୂର୍ତ୍ତି ଯାହା ଦେବୀ ଜୟଚଣ୍ଡୀଙ୍କ ସାଙ୍କେତିକ ରୂପ ଭାବରେ ଚିହ୍ନିତ । [୨] ଯଦିଓ ଆଇନ-ଇ-ଆକବରିରେ ତିନୋଟି ଦୁର୍ଗ ବାବଦରେ ଲିପିବଦ୍ଧ ହୋଇଛି [୧] ଏଠାରେ ୪ ଗୋଟି ଦୁର୍ଗ ରହିଛି, ବଡ଼ ଦୁଇଟି ରାଇବଣିଆ ଗାଁ ନିକଟରେ ରହିଥିବା ବେଳେ ବାକି ଦୁଇଟି ଛୋଟ ଦୁର୍ଗ ଫୁଲଟା (ଫୁଲହତା) ପାଖରେ ରହିଛି । [୩] ବାଲେଶ୍ୱର ଗାଜେଟିଅର ଅନୁସାରେ କଳାପାହାଡ଼ ଉତ୍କଳ ଆକ୍ରମଣ କରିବା କାଳରେ ଏହା ଭାଙ୍ଗିଦିଆଯାଇଥିଲା । ଭଙ୍ଗା ଦୁର୍ଗର ଅବଶେଷ ସ୍ଥାନୀୟ ଜମିଦାର ଓ ଗାଁ ଲୋକଙ୍କ ଘର ତୋଳାରେ ବ୍ୟବହାର ହୋଇଥିଲା । [୪]

ଅବସ୍ଥାନ[ସମ୍ପାଦନା]

ରାଇବଣିଆ ଦୁର୍ଗ ସମୂହ ହାତୀଗଡ ନିକଟରେ ଅବସ୍ଥିତ ଯାହା ଜଳେଶ୍ୱର ଠାରୁ 9 miles (14 km) ଦୁଋଅରେ ଅବସ୍ଥିତ ଓ ସୁବର୍ଣ୍ଣରେଖା ନଦୀ ଠାରୁ 2 miles (3.2 km) ଦୂରରେ ଅବସ୍ଥିତ ।[୩]

ଇତିହାସ[ସମ୍ପାଦନା]

ଉତ୍କଳର ଗଙ୍ଗ ବଂଶର ଶାସକ ଲାଙ୍ଗୁଳା ନରସିଂହ ଦେବ, ବାହାମଣିର ଶାସକ ହୁମାୟୁଁ ଶାହଙ୍କ ବିରୋଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ପଥରେ ଓଡ଼ିଶା ଓ ବଙ୍ଗର ସୀମାନ୍ତରେ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶତ୍ରୁ ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ଦୁର୍ଗର ନିର୍ମାଣ କରିଥିଲେ ।[୫] [୬]

ବିଶେଷତା[ସମ୍ପାଦନା]

ଏହା ସେତେବେଳେ ଓଡ଼ିଶା-ବଙ୍ଗ ପ୍ରବେଶ ଦୁଆର ଭାବରେ ବ୍ୟବହାର କରାଯାଉ ଥିଲା । ଏହି ଦୁର୍ଗର ଚାରିପାଖର ମାଙ୍କଡ଼ା ପଥରରେ ତିଆରି ଚାରିକୋଶ ବ୍ୟାପୀ ଗଡ଼ଦେଇ ବେଢ଼ା । ଗଡ଼ର ପରିଖା ଅତି ବଡ଼ ଓ ଗଭୀର ଥିଲା । ତାହାର ଚାରିପାଖରେ ସୈନ୍ୟ ସାମନ୍ତ ଓ ଅସ୍ତ୍ରଶସ୍ତ୍ର ରହୁଥିଲା । ଏହି ଦୁର୍ଗର ବର୍ଣ୍ଣନା ଆଇନ-ଇ-ଆକବରୀ ପୋଥିରେ ମଧ୍ୟ କରାଯାଇଅଛି ।[୭]

ଗମନାଗମନ[ସମ୍ପାଦନା]

ଏହା ଲକ୍ଷ୍ମଣନାଥ ରେଳ ଷ୍ଟେସନ ଠାରୁ ସଡ଼କ ପଥରେ ୧୮ କି.ମି. ଦୂରରେ ଅବସ୍ଥିତ । ରେଳପଥରେ ଏହା ଜଳେଶ୍ୱର ଠାରୁ ୨୫ କି.ମି. ଓ ବାଲେଶ୍ୱର ଠାରୁ ୭୫କି.ମି. ଦୂରରେ ସୁବର୍ଣ୍ଣରେଖା ନଦୀର ପଶ୍ଚିମ ପାଖରେ ଅବସ୍ଥିତ । ଏଠାରେ କୌଣସି ଡାକବଙ୍ଗଳା ନଥିଲେ ହେଁ ୨୫ କି.ମି. ଦୂର ଜଳେଶ୍ୱରଠାରେ ଦୂରଗାମୀ ଯାତ୍ରୀ ମାନେ ରହି ପାରିବେ ।[୭]

ସାହିତ୍ୟରେ[ସମ୍ପାଦନା]

ଫକିର ମୋହନଙ୍କ ଲିଖିତ ଲଛମା ଉପନ୍ୟାସ ଏହି ରାଇବଣିଆ ଦୁର୍ଗ ଉପରେ ପର୍ଯ୍ୟବେଶିତ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Manohar Sajnani (2003). [books.google.com/books?id=nxtnsT8CdZ4C&pg=PA284&dq=raibania+fort+balasore+ain+i+akbari&hl=en&sa=X&ei=bSCuT-SLE87qrQffj-jbAw&ved=0CDYQ6AEwAA Encyclopaedia of tourism resources in India: Volume 2 - Page 284]. Gyan Publishing House. ISBN 978-8178350189.
  2. Thomas E. Donaldson (2002). [books.google.co.in/books?id=MBjqAAAAMAAJ&q=raibania+fort+balasore&dq=raibania+fort+balasore&hl=en&sa=X&ei=cBuuT7-YBdDyrQfG09zsAw&redir_esc=y Tantra and Śākta art of Orissa, Volume 1]. D.K. Printworld. p. 1398. ISBN 9788124601976.
  3. ୩.୦ ୩.୧ Ramesh Prasad Mohapatra (1986). [books.google.co.in/books?ei=cBuuT7-YBdDyrQfG09zsAw&id=PA5DAAAAYAAJ&dq=raibania+fort+balasore&q=raibania#search_anchor Archaeology in Orissa: Sites and Monuments, Volume 2]. University of Virginia: Stosius Inc/Advent Books Division. ISBN 978-8170183464.
  4. Harish Chandra Das (1986). [books.google.co.in/books?id=HPMeAAAAMAAJ&q=raibania+fort+balasore&dq=raibania+fort+balasore&hl=en&sa=X&ei=cBuuT7-YBdDyrQfG09zsAw&redir_esc=y Military history of Kalinga Issue 29 of Orissa studies project]. Punthi Pustak. p. 363.
  5. (Stirling's Orissa p.77)
    "The boldnes and enterprise of the Orissan monarchs in those days, may surprise us when we consider the situation of Kola in the heart of Central India beyond Kalberga and Bedar".
  6. THE FORT OF BARABATI. Dr H.C. Das. ପୃ. ୩
  7. ୭.୦ ୭.୧ Tourist Places. ବାଲେଶ୍ୱର ଜିଲ୍ଲା ପୋର୍ଟାଲ