ଗୌର ଘୋଷ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗୌର ପ୍ରସାଦ ଘୋଷ
ଗୌର ପ୍ରସାଦ ଘୋଷ.jpg
ଜନ୍ମ ଓ ଜନ୍ମସ୍ଥାନ କଟକ
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ, ପ୍ୟାରୀମୋହନ ଏକାଡେମୀ
ଜୀବିକା ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ
କାର୍ଯ୍ୟକାଳ ୧୯୫୩-୧୯୭୧
ଜୀବନସାଥି ପାର୍ବତୀ ଘୋଷ
ୱେବସାଇଟ http://www.gourparbati.com/gour_prasad_ghose.php

ଗୌର ଘୋଷ ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ । [୧] ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ଗୌର ବାବୁଙ୍କ ଅବଦାନ ରହିଛି ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗୌର, ୧୯୨୯ ମସିହା ନଭେମ୍ବର ୨୨ତାରିଖରେ କଟକର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ନାମ ଥିଲା ରାୟ ଗୌର । ତାଙ୍କ ପୂର୍ବପୁରୁଷମାନେ ପଶ୍ଚିମ ବଙ୍ଗର ବର୍ଦ୍ଧମାନର ମୂଳ ବାସିନ୍ଦା । ୧୯୪୭ମସିହାରେ ସେ କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରି, ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ପାର୍ବତୀ ଘୋଷ ତାଙ୍କ ଧର୍ମପତ୍ନୀ ।[୩] ପାର୍ବତୀ, ଗୌରଙ୍କର ସମସ୍ତ ଚଳଚ୍ଚିତ୍ରରେ ତାଙ୍କ ସହ କାର୍ଯ୍ୟ କରିଥିଲେ । ୧୯୫୩ର ଚଳଚ୍ଚିତ୍ର ଆମରି ଗାଁ ଝୁଅରେ ପ୍ରଥମ ଥର ପାଇଁ ଗୌର-ପାର୍ବତୀ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।[୪] ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।[୫] ୧୯୯୪ ମସିହା ଡିସେମ୍ବର ୧୦ ତାରିଖ ସନ୍ଧ୍ୟା ୭ଟ ୧୫ ମିନିଟରେ ଗୌର ବାବୁ ଇହଲିଳା ସମ୍ବରଣ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ବେଳେ, ଗୌର ଘୋଷ ତତକାଳୀନ "ପ୍ରଜା ସୋସାଲିଷ୍ଟ ପାର୍ଟି" ଆନୁକୁଲ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ନାଟକରେ ଅଭିନୟ କରୁଥିଲେ । ଆଇ.ଏ ପଢିବା ବେଳୁ, "ରୂପ ଭାରତୀ" ନାମକ ଫିଲ୍ମ ନିର୍ମାଣ ସଂସ୍ଥାରେ ଯୋଗ ଦେଇଥିଲେ । ଏଥି ସହିତ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମଧ୍ୟ ନାଟକ କରୁଥିଲେ । ମନୋରଞ୍ଜନ ଦାସଙ୍କ ନାଟକ "ଅଗଷ୍ଟ ୯"ରେ 'ଅମର' ଚରିତ୍ରରେ ଅଭିନୟ କରି, ଗୌର ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।[୬] ବିଭିନ୍ନ ସମୟରେ ସେ "ଜନ ସଂସ୍କୃତି ସଂଘ", "ଓଡ଼ିଶା ଥିଏଟର" ଓ ମୂମ୍ବାଇର "ପୃଥ୍ଵୀ ଥିଏଟର" ଆନୁକୁଲ୍ୟରେ ନାଟକ କରୁଥିଲେ । ସେ ମୋଟ ୯ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସହ ୨ଟି କଥାଚିତ୍ରର ପ୍ରଯୋଜନା ଓ ଗୋଟିଏ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଶ୍ରୀ ଜଗନ୍ନାଥ, ଗୌରଙ୍କ ଅଭିନିତ ପ୍ରଥମ ଚଳଚ୍ଚିତ୍ର । ୧୯୫୫ର ଚଳଚ୍ଚିତ୍ର ଭାଇ ଭାଇ ଥିଲା ତାଙ୍କଦ୍ଵାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର, ସେଥିରେ ସେ ଏକାଧିକ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେଇଥିଲେ । "ଭାଇ ଭାଇ" ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ମନୋଜ ଦାସ ସଂଳାପ ଲେଖିଥିଲେ । ନିତାଇ ପାଲିତ ଚିତ୍ରନାଟ୍ୟ ରଚନା କରିଥିଲେ । ଭୁବନେଶ୍ଵର ମିଶ୍ରବାଳକୃଷ୍ଣ ଦାସ ପ୍ରଥମ ଥର ପାଇଁ ମିଳିତ ଭାବରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚଳଚ୍ଚିତ୍ର ଲକ୍ଷ୍ମୀ, କା, ସ୍ତ୍ରୀ ଓ ସଂସାର ସଫଳତା ଲାଭ କରିଥିଲା ଓ କଟକରେ ଲଗାତାର ୧୦୦ ଦିନ ଧରି ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ପ୍ରଯୋଜକ ଭାବରେ ଗୌର, ଦୂରଦର୍ଶନ ପାଇଁ ହିନ୍ଦୀ ଭାଷାରେ "ସୋପାନ", "ପ୍ରଶ୍ନ", "ଯଶୋଧାରା" ଭଳି ଟେଲିଫିଲ୍ମ ନିର୍ମାଣ କରିଥିଲେ । ଯଶୋଧାରାରେ, ସେ ନିଶାଦ୍ରବ୍ୟ ସେବନ, ସୋପାନରେ ଶ୍ରମିକ ସମସ୍ୟା ଓ ପ୍ରଶ୍ନରେ ନାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ସେ "ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ବୋର୍ଡ଼ ଅଫ ପରିଚାଳକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
କେଦାର ଗୌରୀ ୧୯୫୪ ଅଭିନେତା
ଆମରି ଗାଁ ଝିଅ ୧୯୫୩ ଅଭିନେତା
ସ୍ତ୍ରୀ ୧୯୬୮ ଅଭିନେତା, ପ୍ରଯୋଜକ
କା ୧୯୬୬ ଅଭିନେତା, ପ୍ରଯୋଜକ
ଭାଇ ଭାଇ ୧୯୫୬ ଅଭିନେତା, ପ୍ରଯୋଜକ
ଲକ୍ଷ୍ମୀ ୧୯୫୩ ଅଭିନେତା, ପ୍ରଯୋଜକ
ସଂସାର ୧୯୫୩ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ରାଷ୍ଟ୍ରପତି ପୁରସ୍କାର (ସ୍ତ୍ରୀ ପାଇଁ) - ୧୯୬୮[୭]
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ସଂସାର ପାଇଁ) - ୧୯୭୨
  • ଓଡ଼ିଆ ଚଳଚ୍ଚିତ୍ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନୀତ - ୧୯୮୪

ଆଧାର[ସମ୍ପାଦନା]

  1. Indian Literature. Sahitya Akademi. ୧୯୯୨. 
  2. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad (୨୦୦୩). Cultural heritage of &#୯୧;Orissa&#୯୩;. State Level Vyasakabi Fakir Mohan Smruti Samsad. ISBN ୯୭୮-୮୧-୯୦୨୭୬୧-୪-୬. 
  3. http://www.orissadiary.com/ShowEntertainmentNews.asp?id=28018
  4. ସମ୍ବାଦ ୦୯/୧୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୯. http://www.sambadepaper.com/Details.aspx?id=310989&boxid=24922451. Retrieved 9 December 2016. 
  5. "ସ୍ମୃତି ଅନୁଭୂତି". ସିନେ ସମ୍ବାଦ ୧୭/୧୨/୨୦୧୫ ପୃଷ୍ଠା ୨. http://sambadepaper.com/Details.aspx?id=216876&boxid=223428733. Retrieved 17 December 2015. 
  6. Manoranjan Das; Aruṇa Kumāra Mahānti; J. K. Nayak (୧ January ୧୯୯୮). August Na. Sahitya Akademi. pp. ୬–. ISBN ୯୭୮-୮୧-୨୬୦-୦୪୮୪-୩. 
  7. http://dff.nic.in/ODIA_CINEMA_AND_ODIAS_IN_CINEMA_1.asp

ବାହାର ଆଧାର[ସମ୍ପାଦନା]