ଜଗନ୍ନାଥ ମନ୍ଦିର, ରାଞ୍ଚି
ଜଗନ୍ନାଥ ମନ୍ଦିର, ରାଞ୍ଚି | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଧୁର୍ୱ,ରାଞ୍ଚି[୧] |
State | ଝାଡ଼ଖଣ୍ଡ |
Country | ଭାରତ |
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଧୁର୍ୱରେ ଥିବା ଏହି ଜଗନ୍ନାଥ ମନ୍ଦିରକୁ ବରକାଗଡ଼ ଜଗନ୍ନାଥପୁରର ରାଜା ଠାକୁର ଅନିନାଥ ସିଂହଦେଓ ୧୬୯୧ମସିହାରେ ନିର୍ମାଣ କରିଥିଲେ । ନିର୍ମାଣ କାର୍ଯ୍ୟ ୧୬୯୧ ମସିହା ଖ୍ରୀଷ୍ଟମାସ ଦିନ ସମାପ୍ତ ହୋଇଥିଲା । [୨] ମନ୍ଦିରଟି ମୁଖ୍ୟ ସହରଠାରୁ ପ୍ରାୟ ୧୦କିମି ଦୂରତାରେ ଅବସ୍ଥିତ । ଏହା ଏକ ପର୍ବତଚୂଡାରେ ନିର୍ମିତ ।[୩][୪]
ଏହି ମନ୍ଦିରଟି ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି । ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ କରାଯାଏ । ରାଞ୍ଚି [୩] ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଏହି ରଥଯାତ୍ରରେ ଅଂଶଗ୍ରହଣ କରିଥାନ୍ତି ।[୪][୫]
ଏହି ମନ୍ଦିରଟି ଏକ ପର୍ବତଚୂଡାରେ ଅବସ୍ଥିତ । ମନ୍ଦିରକୁ ଯିବା ପାଇଁ ଗୋଟିଏ ପାହାଡ଼ କଟା ହୋଇ ତିଆରି କରାଯାଇଥିବା ପାହାଚ ଚଢା ରାସ୍ତା ଓ ଆଉଗୋଟିଏ ଗାଡିମଟର ଯିବା ଭଳି ରାସ୍ତା ରହିଛି । ପାହାଡ଼ ଚଢା ରାସ୍ତାରେ ଥିବା ବଡ଼ ବଡ଼ ଗଛଛାଇ ଯାତ୍ରୀମାନଙ୍କ କ୍ଲିଷ୍ଟ ନିବାରଣ କରିଥାଏ । ପର୍ବତ ଉପରୁ ରାଞ୍ଚି ସହରର ଦୃଶ୍ୟ ଅତି ମନରୋମ ହୋଇଥାଏ ।[୬]
୧୯୯୦ ମସିହା ଅଗଷ୍ଟ ୬ତାରିଖରେ ମନ୍ଦିରଟି ଭୂଷୁଡି ପଡିଥିଲା । ତତ୍କାଳୀନ ବିହାର ରାଜ୍ୟ ସରକାର ଓ ଭକ୍ତମାନଙ୍କ ସହାୟତାରେ ୧୯୯୨ ଫେବୃଆରୀ ୮ତାରିଖରେ ମନ୍ଦିର ପୁଣି ପୁନଃନିର୍ମିତ ହୋଇପାରିଥିଲା । [୫]
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ମନ୍ଦିରର ପୁରାତନ ଛବି
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-07-23. Retrieved 2015-08-05.
{{cite web}}
: Cite has empty unknown parameter:|1=
(help) - ↑ "Jagannath Temple (Ranchi)". Jharkhand Samachar. 20 May 2010. Archived from the original on 9 January 2013. Retrieved 7 March 2012.
- ↑ ୩.୦ ୩.୧ "Jharkhand". Jharkhand Fast Facts. Envis Centre on Ecotourism, Govt of India. Retrieved 7 March 2012.
- ↑ ୪.୦ ୪.୧ "Jagannath Temple, Ranchi". Retrieved 7 March 2012.
- ↑ ୫.୦ ୫.୧ "Jagannath Temple, Ranchi". Rediff.com. Archived from the original on 5 March 2014. Retrieved 7 March 2012.
- ↑ "About Jagannath Temple". Home > Jharkhand > Ranchi > Ranchi Attractions. Retrieved 7 March 2012.