ପାକଲା ଗାମୁଛା

ଉଇକିପିଡ଼ିଆ‌ରୁ

ପାକଲା ଗାମୁଛା ହେଉଛି ପୁରୀ ଜଗନ୍ନାଥ ମନ୍ଦିର ବ୍ୟବହୃତ ଏକ ସ୍ୱତନ୍ତ୍ର ଗାମୁଛା (ଏକ ପ୍ରକାରର ବସ୍ତ୍ର) ।[୧]

ବ୍ୟବହାର[ସମ୍ପାଦନା]

ଗାମୁଛା ଆଣିବା ପରେ ଯାହାକୁ ଦୀର୍ଘଦିନ ଧରି ପଚାଇ ଦିଆଯାଏ ଓ ବିଭିନ୍ନ ପ୍ରକ୍ରିୟାକରଣ କରିବା ପରେ ତାହାକୁ ବ୍ୟବହାର କରାଯାଏ । ପୁରୁଣା କାଳରେ ପଙ୍ଖା କି ଏସି ବା କୁଲର ନଥିଲା । ଗରମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଏହି 'ପାକଲା ଗାମୁଛା’ ବେଶ୍ ଫଳପ୍ରଦ ହେଉଥିଲା । ଜଗନ୍ନାଥଙ୍କ ସେବାରେ ଗାମୁଛା ଏକ ମୁଖ୍ୟ ଅଙ୍ଗ । ଜଗନ୍ନାଥ ନିଜେ ଗାମୁଛା ପିନ୍ଧନ୍ତି ଓ ତାଙ୍କର ସେବକମାନେ ବି ପିନ୍ଧନ୍ତି । ପୁରୁଣା କାଳରେ ଏମିତି ଏକ ପରିଧାନ ଥିଲା ପାକଲା ଗାମୁଛା ।[୧]

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ଏକ ଧଳା ତନ୍ତବୁଣା ଗାମୁଛାକୁ ଜାନକା ଦେଇପୁର କିଣି ଆଣନ୍ତି । ତାହାକୁ ୨ ମାସ ଧରି ପାଣିରେ ବୁଡ଼ାଇ ପଚାଇଥାନ୍ତି । ପାଣିରେ ତନ୍ତ ଗାମୁଛା ବୁଡ଼ି ରହିବାରୁ ତାହା ଲାଲ ପଡ଼ିଯାଏ । ଏହାପରେ ଗାମୁଛାକୁ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଆଉ ଏକ ପାତ୍ରରେ ପାଣିରେ ବୁଡ଼ାଇ ଦିଅନ୍ତି । ସପ୍ତାହେ ପରେ ତାକୁ ଚିପୁଡ଼ି ଛାଇରେ ଶୁଖାଯାଏ । ଦର ଶୁଖୁଲା ଗାମୁଛାକୁ ପାଣିରେ ବତୁରାଇ ପୁଣି ଛାଇରେ ଶୁଖାଯାଏ । ସପ୍ତାହେ ପରେ ତାକୁ ସୋରିଷ ତେଲରେ ବୁଡ଼ାଯାଏ । ଏହାପରେ ମିଶ୍ରି ପାଣିରେ ଦଶ ପନ୍ଦର ମିନିଟ୍ ବୁଡ଼ାଯାଏ । ତାହାପରେ ଚାଉଳଧୁଆ ପାଣି (ମଣ୍ଡ)ରେ ବତୁରାଯାଏ ଓ ଛାଇରେ ଶୁଖାଯାଏ । ଦରଶୁଖଲା ଅବସ୍ଥାରେ ପାଣିରେ ଧୋଇ ତେଲ ଅଂଶ ଛଡ଼ାଯାଏ । ଏହାପରେ ପୁଣି ମିଶ୍ରିପାଣି, ଚାଉଳଧୁଆ ପାଣି, ଛେନାପାଣିରେ ବତୁରାଯାଇ ବାରମ୍ବାର ଶୁଖାଯାଏ । ପୁଣି ଥରେ ସୋରିଷ ତେଲରେ ଚୁଡ଼ାଯାଏ । ପୂର୍ବ ପଦ୍ଧତିକୁ ଅନୁସରଣ କରାଯାଏ । ଏଭଳି ଚାରିପାଞ୍ଚଥର ସୋରିଷ ତେଲ ଦିଆଯାଏ । ଶେଷକୁ ଗାମୁଛାଟି ପୁରା ନାଲି ଦିଶେ । ସେତିକି ବେଳେ ଗାମୁଛାରେ ପଇଡ଼ ପାଣି, ନଡ଼ିଆପାଣି, ବିଭିନ୍ନ ଫଳରସ ଦିଆଯାଏ । ଛେନାପାଣିକୁ ଗରମ କରି ଦିଆଯାଏ ।[୧]

ବିଭିନ୍ନ ଦ୍ରବ୍ୟର ସଂସ୍ପର୍ଶରେ ଆସିବାରୁ ଏକ ସୁକ୍ଷ୍ମ ଆସ୍ତରଣ ଶିଉଳି ଭଳି ଗାମୁଛାରେ ରହିଯାଏ । ତାକୁ ଓଦା କଲେ ସେ ଆସ୍ତରଣଟି ଦୀର୍ଘସମୟ ପର୍ଯ୍ୟନ୍ତ ପାଣିକୁ ଧରି ରଖୁ ଦେହକୁ ଶୀତଳତା ଦେଇଥାଏ ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ପାକଲା ଗାମୁଛା". ପ୍ରମେୟ. ୬ ଜୁନ ୨୦୧୫. p. ୨. Retrieved 17 September 2015. {{cite news}}: Check date values in: |date= (help)[permanent dead link]

ଅଧିକ ତଥ୍ୟ[ସମ୍ପାଦନା]