Jump to content

ଜଗନ୍ନାଥ ମନ୍ଦିର, ହାଇଦ୍ରାବାଦ

ଉଇକିପିଡ଼ିଆ‌ରୁ


ଜଗନ୍ନାଥ ମନ୍ଦିର, ହାଇଦ୍ରାବାଦ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନରୋଡ଼ ନମ୍ବର ୧୨, ବଞ୍ଜାରା ହିଲ୍ସ, ହାଇଦ୍ରାବାଦ
Stateଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା
Countryଭାରତ
Website
http://www.shrijagannathtemplehyderabad.com/index.html

ହାଇଦ୍ରାବାଦ ସହରର ବଞ୍ଜାରା ହିଲ୍ସଠାରେ ଏହି ମନ୍ଦିରଟି ଅବସ୍ଥିତ । ମନ୍ଦିରଟି ୨୦୦୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ମନ୍ଦିରର ମୁଖ୍ୟ ଆରାଧ୍ୟ ହେଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ବେଢା ମଧ୍ୟରେ ପୂଜା ପାଉଥିବା ଅନ୍ୟାନ୍ୟ ଦେବଦେବୀ ହେଲେ କମଳା, ବିମଳା, ଗଣେଶ, କାଶୀ ବିଶ୍ୱନାଥ ଓ ନବଗ୍ରହ । ମନ୍ଦିରରେ ବାର ମାସରେ ତେର ପର୍ବ ପାଳିତ ହେଉଥିଲେ ମଧ୍ୟ, ରଥଯାତ୍ରା ମୁଖ୍ୟ ପର୍ବ ।[]

ପରିଚାଳନା

[ସମ୍ପାଦନା]

ମନ୍ଦିର ପରିଚାଳନା ଦାୟିତ୍ୱ କଳିଙ୍ଗ କଲ୍ଚରାଲ ଟ୍ରଷ୍ଟ ଉପରେ ନ୍ୟସ୍ତ ।

ବିଶେଷତ୍ୱ

[ସମ୍ପାଦନା]

ମନ୍ଦିରଟିକୁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି । ମନ୍ଦିରଟିର ଉଚ୍ଚତା ପ୍ରାୟ ୭୫ ଫୁଟ ଅଟେ ଏବଂ ପ୍ରାୟ ୨୭୦୦୦ ବର୍ଗ ଫୁଟ କ୍ଷେତ୍ରଫଳର ବେଢା ରହିଛି । ମନ୍ଦିରରେ ତିନିଟି ଦ୍ୱାର ରହିଛି । ଜାଗା ଅଧିକାର କରି ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ କରିବାକୁ କଳିଙ୍ଗ କଲ୍ଚରାଲ ଟ୍ରଷ୍ଟକୁ ଏକ ଦଶନ୍ଧିରୁ ଉର୍ଦ୍ଧ ସମୟ ଲାଗିଥିଲା । ନିର୍ମାଣ କାର୍ଯ୍ୟ କେବଳ ୫ବର୍ଷରୁ ଅଧିକ ସମୟ ଲାଗିଥିଲା । ମନ୍ଦିର ନିର୍ମାଣ କରିବାକୁ ଓଡ଼ିଶାରୁ ପ୍ରାୟ ୬୦ଜଣ ଶିଳ୍ପୀ ହାଇଦ୍ରାବାଦ ଆସିଥିଲେ । ପଥର ମଧ୍ୟ ଓଡ଼ିଶାରୁ ଆମଦାନୀ କରାଯାଇଥିଲା । ହାଇଦ୍ରାବାଦରେ ଥିବା ଓଡ଼ିଆମାନଙ୍କ ପାଇଁ ଏହି ମନ୍ଦିର ଏକ ମିଳନ ସ୍ଥଳୀ ଭାବରେ ଉଭା ହୋଇଛି ।[]

ଅବସ୍ଥିତି

[ସମ୍ପାଦନା]

ଜଗନ୍ନାଥ ମନ୍ଦିର, ହାଇଦ୍ରାବାଦ ସହରର ବଞ୍ଜାରା ହିଲ୍ସ ଅଞ୍ଚଳର ୧୨ ନମ୍ବର ରାସ୍ତାରେ ଅବସ୍ଥିତ ।[] ସାମ୍ନାରେ କେ.ଭି.ଆର ପାର୍କ ଓ ପାଖରେ ତେଲେଙ୍ଗାନା ଭବନ ରହିଛି ।

  1. "ଆର୍କାଇଭ୍ କପି". Archived from the original on 2014-08-14. Retrieved 2015-08-18. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2015-09-19. Retrieved 2015-08-18. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2018-04-19. Retrieved 2015-08-18. {{cite web}}: Cite has empty unknown parameter: |1= (help)