ଆଲୋଚନା:ଚକା ଅପସରା ସେବକ

ଉଇକିପିଡ଼ିଆ ରୁ
Jump to navigation Jump to search

ମୋ ମତରେ 'ଚକା ଅପସରା ସେବକ' ସେବକ ଏକ ସ୍ଵତନ୍ତ୍ର ଲେଖା ହେଇ ରହୁ । ଏବଂ 'ଚକା ଅପସରା ସେବକ'ର ସଂଜ୍ଞା ଓ କିଛି କାମ ସଂକ୍ଷିପ୍ତ ଭାବେ ଶ୍ରୀମନ୍ଦିର ସେବକକୁ ନିଆଯାଉ । ନହେଲେ ସେ ଲେଖା ବହୁତ ବଡ ହେଇଯିବ ଓ ପରେ ପୁଣି ଭାଙ୍ଗିବାକୁ ପଡିବ ।--ଶିତିକଣ୍ଠ (ଆଲୋଚନା) ୧୭:୪୧, ୨୫ ସେପ୍ଟେମ୍ବର ୨୦୧୫ (UTC)

@ଶିତିକଣ୍ଠ ଦାଶଭାଇ, ଚକା ଅପସରା ସେବକ ପ୍ରସଙ୍ଗରେ ୪-୫ ଧାଡ଼ି ତଥ୍ୟ ଆଉ ସେହି ତଥ୍ୟର ସେହି ସାରାଂଶ ଶ୍ରୀମନ୍ଦିର ସେବକକୁ ଘୁଞ୍ଚାଯାଇଛି । ଆଉ ଏହି ପ୍ରକାର ପ୍ରସଙ୍ଗ ପାଇଁ ଅଧିକ ତଥ୍ୟ ଓ ବିଶ୍ଵାସଯୋଗ୍ୟ ଆଧାର ମିଳିବା କଷ୍ଟ । କାରଣ ଏଭଳି ସେବକ (ପ୍ରସଙ୍ଗ) ଙ୍କ କାର୍ଯ୍ୟ ଏତିକିରେ ସୀମିତ ଥାଏ, ତେଣୁ ଆମେ ଏଭଳି ଜଣାଶୁଣା/ପ୍ରଚଳିତ ହେଉନଥିବା ପ୍ରସଙ୍ଗକୁ ରଖିବାଟା ଠିକ ହେବନି । ମୋ ମତରେ ୨୦୧୫ ନବକଳେବର ଗଣସମ୍ପାଦନାରେ ତିଆରି ହେଇଥିବା : ଆଜ୍ଞାମାଳ, ଗନ୍ଧଣ ମେକାପ, ଗିଲାପି, ଚକା ଅସରପ, ଧ୍ଵଜବତା, ଶବରପଲ୍ଲୀ, ବେହେରଣ, ଦାରୁ ଶଗଡି, ଗରାବଡୁ ଏପରି ଆଉ କିଛି ପ୍ରସଙ୍ଗ ପ୍ରସଙ୍ଗ ନିମନ୍ତେ ଅନୁପଯୁକ୍ତ । (ଉ) : ଜଗନ୍ନାଥ ଧର୍ମରେ ଗୋଟିଏ ଛୋଟ କାଠର (ରଥଚକକାଠ) ମଧ୍ୟ ଯାହା ଲୋକକଥା/କିମ୍ବଦନ୍ତୀ ଇତିହାସ ଅଛି, ତାହାର ତଥ୍ୟ ଆମର ସବୁଠୁ ବଡ଼ ପ୍ରସଙ୍ଗରୁ ମଧ୍ୟ ଅଧିକ ହେବ,ହେଲେ ସବୁ ଆଧାରହୀନ ଓ ବିଶ୍ଵାସଯୋଗ୍ୟ ନୁହଁ । ତେଣୁ ଏସବୁ ପ୍ରସଙ୍ଗ ମାନଙ୍କର ଦରକାରୀ ତଥ୍ୟ ସଠିକ ଯାଗାକୁ ଘୁଞ୍ଚାଯାଇ ପ୍ରସଙ୍ଗକୁ ଠିକ ଯାଗାକୁ ଘୁଞ୍ଚାଯାଉ କିମ୍ବା ଲିଭେଇଦିଆଯାଉ । ଏହା ମୋର ନିଜସ୍ଵ ମତ । ସମସ୍ତଙ୍କ ମତ ଅନୁସାରେ କାମ କରାଯାଉ । --ଆଦିତ୍ୟ ମହାର (ଆଲୋଚନା) ୧୨:୪୪, ୨୨ ଡିସେମ୍ବର ୨୦୧୫ (UTC)
ମୁଁ ଭାବୁଛି ଏହା ସ୍ଵତନ୍ତ୍ର ଲେଖା ହେଇ ରହୁ ଏବଂ ଏହାର ତଥ୍ୟ ବ୍ୟବହାର କରି ଏକ ବୃହତ ଲେଖା କରାଯାଉ । ଉଭୟ ଲେଖା ସ୍ଵତନ୍ତ୍ର ଭାବେ ଆଗେଇ ପାରିବେ । 'ରଥଚକକାଠ' ସ୍ଵତନ୍ତ୍ର ଲେଖା ପରି ମନେ ହେଉନାହିଁ କିନ୍ତୁ ସେବକ ସବୁ ଅଲଗା ରୁହନ୍ତୁ । ପରେ ଯେବେ ଆମର 'ଲେଖା' ଆଉ 'ଲେଖକ' ଅଧିକ ଥିବେ ଆମେ କିଛି କଠୋର ନିୟମ ଲାଗୁ କରିବା । ଉଭୟ ଲେଖା ରହିବାରେ ଅସୁବିଧା କେଉଁଠି ? ଯଦି ନିହାତି ଆବଶ୍ୟକୀୟ ଭାବୁଥା'ନ୍ତି ତେବେ ସଭିଙ୍କ ମତାମତ ନିଆଯାଇ ଘୁଞ୍ଚେଇ ଦେବା ।--ଶିତିକଣ୍ଠ (ଆଲୋଚନା) ୧୩:୧୦, ୨୨ ଡିସେମ୍ବର ୨୦୧୫ (UTC)
ଲେଖା ରହିବା ଆଉ ବିଶ୍ୱସନୀୟତା ଦିଓଟି ଅଲଗା ଜିନିଷ । ପ୍ରତିଟି ସେବକ ଓ ରଥଚକକାଠ ଭଳି ବିଷୟ ପ୍ରସଙ୍ଗ ହୋଇପାରିବେ । କିନ୍ତୁ ଖୁବ ବେଶି ତଥ୍ୟ ନ ମିଳିବା ଯାଏ ଏଗୁଡ଼ିକ ବଡ଼ ପ୍ରସଙ୍ଗର ଅଂଶ ହୋଇ ରହିବେ । ଆଉ ତଥ୍ୟ ମିଳିଲେ ଅଲଗା ହେବେ । ତେବେ କିମ୍ବଦନ୍ତୀ ଏକ ଅଲଗା ବିଭାଗ ହେଲେ ସେ ଯେତେ ଲମ୍ବା ହେଲେ ବି ରଖିବାରେ କିଛି ଅସୁବିଧା ନାହିଁ । ଆଉ କିମ୍ବଦନ୍ତୀ ପ୍ରକାଶିତ ହୋଇଥିବା ବହି/ଖବରକାଗଜ/ପତ୍ରିକା ଆଧାରରେ ଗଣା ହେବ । ଆମ ପାଇଁ କିମ୍ବଦନ୍ତୀଯାକ ବି ଲାଭ! :) --ସୁଭାସିସ ପାଣିଗାହି (ଆଳାପ) ୦୭:୫୬, ୨୩ ଡିସେମ୍ବର ୨୦୧୫ (UTC)
  • ସୁଭ ଭାଇଙ୍କ ସହ ଏକ ମତ । ଶିତି ଭାଇ, ଉଭୟ ଲେଖା ରହିବାରେ ଅସୁବିଧା ନାହିଁ କେମିତି ? ଆମେ କଠୋର ନିୟମ ଲାଗୁ କରିବାନି ହେଲେ ପ୍ରାଥମିକତାକୁ ଟିକେ ହେଲେ ତ ଧ୍ୟାନ ଦେବା, ନା ଖାଲି ପ୍ରସଙ୍ଗ ସଂଖ୍ୟା ବଢେଇବା । ଯଦି ମୁଁ ଏଭଳି ପ୍ରସଙ୍ଗକୁ ଉନ୍ନତ କରିବାକୁ ଚାହୁଁଚି କିମ୍ବା ଏଭଳି ୩୦୦୦ରୁ ଅଧିକ ପ୍ରସଙ୍ଗ ପାଇଁ ଆପତ୍ତି କରୁନି , ତେବେ ନବକଳେବର ଗଣ ସମ୍ପାଦନର ଏ କେତୋଟି ପ୍ରସଙ୍ଗକୁ (କିଛି ଭଲ ତଥ୍ୟ ମଧ୍ୟ ଅଛି) କାହିଁକି ବାରଣ କରୁଛି। କାରଣ ଏଗୁଡିକ ପ୍ରସଙ୍ଗ ନିମନ୍ତେ ଅନୁପଯୁକ୍ତ ଆଉ ତାହାର କାରଣ ମୁଁ ଉପରେ ଲେଖିଛି। ଯଦି ତମ କଥା ଅନୁସାରେ ରଥଚକକାଠ/ରଥକାଠ (ଏଇଟା ଉଦାହରଣ ଥିଲା, ହେଲେ ମଧ୍ୟ ଏ ଶବ୍ଦଟି ଲୋକ ପ୍ରଚଳିତ) ସ୍ଵତନ୍ତ୍ର ଲେଖା ପରି ମନେ ହେଉନାହିଁ, ଚକା ଅପସରା ସେବକ/ଧ୍ଵଜବତା (ଶ୍ରୀମନ୍ଦିର ଶବ୍ଦକୋଷରେ ଏମିତି ବହୁତ ଶବ୍ଦର ବ୍ୟଖ୍ୟା ସହ ତଥ୍ୟ ଅଛି) ଭଳି ଅନାମଧେୟ ଶବ୍ଦ ବା ବିଷୟବସ୍ତୁକୁ ଆମ ଭଳି ଅଭିଜ୍ଞ ଉଇକିଆଳି ପ୍ରସଙ୍ଗ କରିବା କଣ ଠିକ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୦, ୨୩ ଡିସେମ୍ବର ୨୦୧୫ (UTC)
ମୋ କହିବା କଥା ହେଲା କ୍ଵାଲିଟି ଉପରେ ହିଁ ସବୁ ଗୁରୁତ୍ତ୍ଵ ଦେବାର ସମୟ ଆସିନାହିଁ । ଆଉ ଏଗୁଡ଼ିକୁ ଆମେ ଶୁଣିନାହୁଁ ମାନେ ନୁହେଁ ଅନାମଧେୟ । ମୁଁ ବି ଲେଖିବା ପୂର୍ବରୁ ଶୁଣିନଥିଲି । ପଢିବା ପରେ ଏହାର ଗୁରୁତ୍ତ୍ଵ ଉପଲବ୍ଧି କରି ଲେଖିଥିଲି । ମୋ ମତରେ ବର୍ତ୍ତମାନ ପାଇଁ ଉଭୟ ଲେଖା ରହୁ । ଆମେ କଣ୍ଟେଣ୍ଟ ଧୀରେ ଧୀରେ ସୁଧାରିବା । ଏ ଗୁଡ଼ିକ ପ୍ରୋପୋର ନାଉନ, ଆଉ ଗୋଟାଏ ସେବା କିମ୍ବା ଗୋଟାଏ ଜିନିଷର ନାମ - ଏଣୁ ସ୍ଵତନ୍ତ୍ର ପ୍ରସଙ୍ଗ ନିମନ୍ତେ ଉପଯୁକ୍ତ । ଛୋଟ ଲେଖାକୁ ଡ଼ିଲିଟ କରିବା ପାଇଁ ସମୟ ହୋଇନାହିଁ ।--ଶିତିକଣ୍ଠ (ଆଲୋଚନା) ୧୬:୩୩, ୨୩ ଡିସେମ୍ବର ୨୦୧୫ (UTC)
"ଟିକେ କଥା ଏତେ ପାଲା,
ଆଧାର ଆଉ ଉଇକିଡାଟେ ଯୋଡ଼ିଦେଲେ ସବୁ ଗଲା! :)

ହେଉ, ଏଇଟା ରହୁ । ହେଲେ ଆମେ ଉଭୟ ସଂଖ୍ୟା ଓ ମାନକୁ ଆଖିରେ ରଖିବା ।--ସୁଭାସିସ ପାଣିଗାହି (ଆଳାପ) ୧୮:୦୬, ୨୩ ଡିସେମ୍ବର ୨୦୧୫ (UTC)

ଏକ ମତ, ଆମେ ବର୍ତ୍ତମାନ କ୍ଵାଲିଟି ଆଉ ପ୍ରାଥମିକତା ଉପରେ ଗୁରୁତ୍ତ୍ଵ ନ ଦେଇ ଶହ ଶହ ଅଧାଗଢା ପ୍ରସଙ୍ଗ ସଂଖ୍ୟା ତିଆରି କରିବା ଉପରେ ଆମର ଲକ୍ଷ୍ୟରହିବା ଉଚିତ । ଯେକୈଣସି ପ୍ରସଙ୍ଗକୁ ଆମେ ଆଉ ନ ଲିଭେଇ ବା ନ ଘୁଞ୍ଚେଇ ସ୍ଵତନ୍ତ୍ର ପ୍ରସଙ୍ଗ କରିବାକୁ ଚେଷ୍ଟା କରିବା । --ଆଦିତ୍ୟ ମହାର (ଆଲୋଚନା) ୦୪:୪୮, ୨୪ ଡିସେମ୍ବର ୨୦୧୫ (UTC)