ହରିହର ବେଶ

ଉଇକିପିଡ଼ିଆ‌ରୁ

ହରିହର ବେଶ ବଡ଼ଠାକୁର ବଳଭଦ୍ରଙ୍କର ଏକ ବିଶେଷ ବେଶ । ଏହା ବର୍ଷକରେ ବଳଭଦ୍ରଙ୍କ ମାତ୍ର ଦୁଇଗୋଟି ସବିଶେଷ ବେଶରୁ ଗୋଟିଏ । ପରମ୍ପରାକ୍ରମେ ଏହି ବେଶ ଦୀପାବଳୀ ଅମାବାସ୍ୟାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ପ୍ରତ୍ଯେକ ସୋମବାର ଦିନ ଅବକାଶଠାରୁ ବାଳଧୂପ ପର୍ଯ୍ୟନ୍ତ କରାଯାଏ । ଏହି ବେଶରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ ଅଧା କଳା ଓ ଅଧା ଧଳା ବର୍ଣ୍ଣର ବସ୍ତ୍ରରେ ମଣ୍ଡିତ କରାଯାଏ ।[୧] ଏହା ହରିହର ଉପାସନାର ପ୍ରତୀକ । ବଳଭଦ୍ରାଙ୍କ ଉପାସନାରେ ବାସୁଦେବ ମନ୍ତ୍ର ସହ ଶ୍ରୀକଣ୍ଠାଦି ନ୍ୟାସ ବ୍ୟବହାର କରାଯାଏ । ଓଡ଼ିଶାରେ ପାରମ୍ପରିକ ଭାବେ ଶିବଙ୍କୁ ଧବଳ ବର୍ଣ୍ଣରେ ଓ କୃଷ୍ଣ ବା ବିଷ୍ଣୁଙ୍କୁ ଗାଢ଼ କଳା ବର୍ଣ୍ଣରେ ଚିତ୍ରିତ କରାଯାଏ । ଏହି ଦୁଇ ଦେବତାଙ୍କର ସମନ୍ୱୟକୁ ପ୍ରତିପାଦିତ କରେ ।

ଆଧାର[ସମ୍ପାଦନା]

  1. "ଆଜି ହରିହର ବେଶ". ଧରିତ୍ରୀ. Retrieved 7 November 2016.

ଅଧିକ ତଥ୍ୟ[ସମ୍ପାଦନା]