ବ୍ରଜନାଥ ରଥ
| ବ୍ରଜନାଥ ରଥ | |
|---|---|
୧ମ ବାଲେଶ୍ଵର ଉଇକିପିଡ଼ିଆ କର୍ମଶାଳାରେ ବ୍ରଜନାଥ ରଥ |
|
| ଜନ୍ମ | ଜାନୁଆରି ୧୨, ୧୯୩୬ ସୁନହଟ, ବାଲେଶ୍ଵର |
| ବୃତ୍ତି | ଲେଖକ |
| ଜାତୀୟତା | ଭାରତୀୟ |
| ଆଞ୍ଚଳିକତା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ପ୍ରକାର | କବି |
| ଆଖିଦୃଶିଆ କାମ | ସାମାନ୍ୟ ଅସାମାନ୍ୟ |
|
|
|
| ଦସ୍ତଖତ | |
ବ୍ରଜନାଥ ରଥ ଓଡ଼ିଶାର ବାଲେଶ୍ଵରର ସୁନହଟରେ ୧୯୩୬ ମସିହା, ଜାନୁଆରୀ ୧୨ରେ ଜନ୍ମିତ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ଅନେକ ସମ୍ମାନଜନକ ପୁରସ୍କାର ପ୍ରାପ୍ତ ଓଡ଼ିଆକବି ।[୧]
ବିଷୟସୂଚୀ |
ଜନ୍ମ ଓ ଜୀବନ [ସମ୍ପାଦନା]
କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ଵର ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ଵନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ବ୍ରଜନାଥ ହିଁ ତାଙ୍କର ଏକମାତ୍ର ଜୀବିତ ସନ୍ତାନ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ଵାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।
୧୯୪୫ ରେ ସୁନହଟ ନିକଟରେ ଜାପାନୀ ବୋମା ପଡିଥିଲା । ଦ୍ଵିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ଵାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ଵାଧୀନତା ସମ୍ପର୍କିତ ଏକ ସ୍ଵରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।
୧୯୪୮ରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର ମନୋଜ ଦାସ ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀ ରେ ପଢୁଥିଲାବେଳେ (୧୯୫୧), ଡଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ଵାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।
ସାହିତ୍ୟ ସର୍ଜନା [ସମ୍ପାଦନା]
କବିତା [ସମ୍ପାଦନା]
- ମରୁଗୋଲାପ(୧୯୬୦)[୨]
- ନିଜସ୍ଵ ସଂଳାପ(୧୯୬୯)
- ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
- ନିଃଶଦ୍ଦ ପ୍ରତିବାଦ(୧୯୭୭)
- ସଭ୍ୟତାର ମୁହଁ(୧୯୭୯)
- ମନର ମାନଚିତ୍ର(୧୯୮୪)[୩]
- ହେ ମହାଜୀବନ!(୧୯୯୧)
- ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
- ହେ ମୋର ସ୍ଵଦେଶ!(୧୯୯୭)
- ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
- ସ୍ଵନିର୍ବାଚିତ କବିତା(୨୦୦୧)
- ସମୟର ଶଦ୍ଦଲିପି(୨୦୦୭)[୪]
- ସାମାନ୍ୟ ଅସାମାନ୍ୟ(୨୦୦୭)[୫]
- ଏକ ଏକ ଏକପଦୀ(୨୦୦୯)
ଅନୁବାଦ [ସମ୍ପାଦନା]
- ତସଲିମାଙ୍କ ଶ୍ରେଷ୍ଠ କବିତା
- ଦୁଃଖିନୀ ଝିଅର ଗୀତ
- ନିର୍ବାଚିତ କଲାମ
- ମୋ ପିଲାଦିନ
- ଅନ୍ନଦା ମଙ୍ଗଳ
ପୁରସ୍କାର [ସମ୍ପାଦନା]
- ସାହିତ୍ୟ ଭାରତୀ ସମ୍ମାନ- ୨୦୧୧ [୬]
- ଟାଗୋର ସାହିତ୍ୟ ପୁରସ୍କାର ( କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)[୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
- କବି ଶେଖର ଚିନ୍ତାମଣି ପୁରସ୍କାର
- କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
- ଭାରତ ଚନ୍ଦ୍ର ନାୟକ ସାହିତ୍ୟ ସମ୍ମାନ (ସମ୍ବଲପୁର ବିଶ୍ବବିଦ୍ୟାଳୟ)
- ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
- ଗୋକର୍ଣିକା ପୁରସ୍କାର
- ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ)
- କବି ସଚ୍ଚି ରାଉତରାୟ ସାହିତ୍ୟ ସମ୍ମାନ (ଭୁବନେଶ୍ବର ପୁସ୍ତକ ମେଳା)
- ଶୁଦ୍ରମୁନି ସାହିତ୍ୟ ପୁରସ୍କାର (ସିସୋର ସାହିତ୍ୟ ଏକାଡେମୀ)