ମହା ସୁଗନ୍ଧି

ଉଇକିପିଡ଼ିଆ‌ରୁ

ଜଗନ୍ନାଥଙ୍କ ପାଖରେ ଅନେକ ସୁଗନ୍ଧିତ ଦ୍ରବ୍ୟ ଲାଗି ହୁଏ । ସୁଗନ୍ଧିତ ପୁଷ୍ଣ ହେଉ କି ଧୂପାଦି ସୁଗନ୍ଧ ବା ସୁଗନ୍ଧିତ ଜଳ । ପୂର୍ବରୁ ଜଗନ୍ନାଥଙ୍କ ଏହି ସୁଗନ୍ଧ ଆକର୍ଷଣ ପାଇଁ ଜଣେ ସ୍ୱତନ୍ତ୍ର ସେବକ ରହିଥିଲେ । ତାଙ୍କୁ ମହାସୁଗନ୍ଧି ବୋଲି କୁହାଯାଏ ।[୧]

କାର୍ଯ୍ୟ[ସମ୍ପାଦନା]

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଏହି ସେବକ ସୁଗନ୍ଧ ଜଳ ସିଞ୍ଚନ ସେବା କରନ୍ତି । ପ୍ରତ୍ୟେକ ଅବକାଶ, ପୁଷ୍ପାଞ୍ଜଳୀ ସମୟରେ, ସ୍ନାନ, ରଥଯାତ୍ର। ପହଣ୍ଡିବିଜେ ସମୟରେ ସୁଗନ୍ଧଜଳ ସଞ୍ଚନ କରନ୍ତି [୨] । ଗ୍ରୋମ୍ ବିବରଣୀରେ ମହାସୁଗନ୍ଧି ଦେଉଳି ସେବକଙ୍କ ସମ୍ପର୍କରେ ସୂଚନା ରହିଛି । ଏ ସେବକ ଟେରାଫିଟା ପରେ କଳାହାଟ ଦ୍ୱାରରେ ପ୍ରତିଦିନ ଧୂପକାଠି ଧରି ଠିଆ ହେଉଥଲେ । ହେଲେ ଏବେ ଏହି ସେବା ଆଉ ନାହିଁ । ବହୁ ଦିନରୁ ଏହି ସେବା ବନ୍ଦ ହୋଇଯାଇଛି ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ମହାସୁଗନ୍ଧି". ପ୍ରମେୟ. ୫ ଜୁନ ୨୦୧୫. p. ୨. Retrieved 17 September 2015. {{cite news}}: Check date values in: |date= (help)[permanent dead link]
  2. ଶ୍ରୀଜଗନ୍ନାଥ ସୁଳ - ବୃଭାନ୍ତମ୍

ଅଧିକ ତଥ୍ୟ[ସମ୍ପାଦନା]