Jump to content

ବାଙ୍କଚୂଡ଼ା ବେଶ

ଉଇକିପିଡ଼ିଆ‌ରୁ
୨୦:୫୪, ୧୨ ଅଗଷ୍ଟ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("{{About|ବାଙ୍କଚୂଡ଼ା ବେଶ||ଜଗନ୍ନାଥଙ୍କ ବେଶ}} ମହାପ୍ରଭୁଙ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ।କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ଵାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ବେଶ ଅନୁଷ୍ଠିତ ହୋଇଥାଏ।ଏହି ଦିନ ଆବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥାନ୍ତି। ଏହି ବେଶର ବିଶେଷତ୍ଵ ଯେ ଜଗନ୍ନାଥବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ।ସୂଚନାଯୋଗ୍ୟ ଏକ ଛୋଟ ସ୍ଵର୍ଣ୍ଣ କୀରିଟ ଠାକୁର ମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ।ଭୋଗ ମଣ୍ଡପ ଶେଷ ହେବାପରେ ଠାକୁର ମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ ନିମିତ୍ତ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣ ମେଳା ଦର୍ଶନ ହେଇଥାଏ।ଏହି ବେଶ ଦର୍ଶନ ସମୟରେ ଭକ୍ତମାନେ ରତ୍ନ ସିଂହାସନ ସମୀପ ପର୍ଯ୍ୟନ୍ତ ଯାଇଥାନ୍ତି।

ଆଧାର

ଆହୁରି ଦେଖନ୍ତୁ