ଦ୍ୱାଦଶୀ

ଉଇକିପିଡ଼ିଆ‌ରୁ
(ଦ୍ଵାଦଶୀରୁ ଲେଉଟି ଆସିଛି)


ଦ୍ୱାଦଶୀ ଚନ୍ଦ୍ରପକ୍ଷର ଦ୍ୱାଦଶ (୧୨ଶ) ଦିବସ - ଚନ୍ଦ୍ରର ଦ୍ୱାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥିଏକାଦଶୀର ପରବର୍ତ୍ତୀ ଓ ତ୍ରୟୋଦଶୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଦ୍ୱାଦଶୀକୁ କୃଷ୍ଣା ଦ୍ୱାଦଶୀ ଓ ଶୁକ୍ଳପକ୍ଷର ଦ୍ୱାଦଶୀକୁ ଶୁକ୍ଳା ଦ୍ୱାଦଶୀ କୁହାଯାଇଥାଏ ।

  • ବୈଶାଖ ଶୁକ୍ଳଦ୍ୱାଦଶୀ: ପିପୀତକୀ
ଭବିଷ୍ୟ ପୂରାଣ ମତେ ପିପୀତକ ନାମକ ବ୍ରାହ୍ମଣକୁ ଯମଦୂତମାନେ ଯମଲୋକକୁ ନେଇଗଲେ । ସେଠାରେ ତାକୁ ଭାରି ତୃଷା ଲାଗିବାରୁ ସେ ଯମଙ୍କୁ ସ୍ତବ କଲା । ଯମ ତା ସ୍ତବରେ ପ୍ରସନ୍ନ ହୋଇ ତାକୁ ମର୍ତ୍ତ୍ୟଲୋକକୁ ପଠାଇଦେଲେ ଓ ଶୀତଳ ଜଳପୂର୍ଣ୍ଣ କଳଶ ବ୍ରାହ୍ମଣଙ୍କୁ ଦାନ କରିବାକୁ କହିଲେ ।
ସୁନିଆଁ: ଏହି ଦିନ ଓଡ଼ିଆ ସନ ଓ ପୁରୀ ରାଜାଙ୍କ ଅଙ୍କର ପରିବର୍ତ୍ତନ ହୁଏ । ଏ ଦିନ ଓଡ଼ିଶାର ରାଜା ଓ ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ବା ସନ ଆରମ୍ଭ ହୁଏ । ଓଡ଼ିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ମାସ ଓ ଦିବସ ଗଣନା ସୌର ମାସର ଗଣନା କ୍ରମେ ହୁଏ; କିନ୍ତୁ ସନ ବା ଅଙ୍କ ଚାନ୍ଦ୍ର ଭାଦ୍ରମାସର ଦ୍ୱାଦଶୀଠାରୁ ଗଣନା କରାଯାଏ । ପୂର୍ବତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିବା ବିଧିରୁ ବୋଧ ହୁଏ ଏହି ଶବ୍ଦର ସୃଷ୍ଟି ହୋଇଛି । ଏହା ଓଡ଼ିଆମାନଙ୍କର ନୂଆ ବର୍ଷାରମ୍ଭ । [୧]
ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି । କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।[୩]
ଗୋବିନ୍ଦ ଦ୍ୱାଦଶୀ ପ୍ରାୟ ବାର ବର୍ଷରେ ଥରେ ପଡ଼େ ଓ ଏହିଦିନ ତୀର୍ଥ ସ୍ନାନରେ ମହାପୁଣ୍ୟ ଲାଭ ହୁଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ।

ଆଧାର[ସମ୍ପାଦନା]

  1. "Sunia - 52 anka 1419 declared by Gajapati Maharaja Dibyasing Dev". PURIWAVES. Retrieved 28 July 2016.
  2. "Why Govatsa Dwadashi performed before Deepavali?". Hindu Janajagruti Samiti. Retrieved 8 November 2016.
  3. http://odishan.com/1286
  4. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୧୭୧୭[permanent dead link]