Jump to content

ବଡ଼ଛତା ମଠ

ଉଇକିପିଡ଼ିଆ‌ରୁ
ବଡ଼ ଛତା ମଠ

ବଡ଼଼ଛତା ମଠ ଓଡ଼ିଶାର ପୁରୀରେ ସିଂହଦ୍ୱାର ନିକଟରେ ଥିବା ଏକ ମଠ । ଏହା ପୁରୀରେ ଥିବା ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଅନ୍ୟତମ । [୧]

ରୀତିନୀତି

[ସମ୍ପାଦନା]

ଶ୍ରୀକ୍ଷେତ୍ରରେ ଥିବା ମଠଗୁଡିକ ଜଗନ୍ନାଥ ସଂସ୍କୃତି ତଥା ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ବଡ଼଼ଛତା ମଠ ରାମାନନ୍ଦୀ ସଂପ୍ରଦାୟ ସହ ଜଡ଼ିତ ।[୨] ପରମ୍ପରା ଅନୁସାରେ ବଡ଼଼ଛତା ମଠର ବାବାଜୀମାନେ ପ୍ରତିଦିନ ସକାଳେ ସିଂହଦ୍ୱାର ଖୋଲାଯିବା ବେଳେ ଜୟ ବିଜୟ ଦ୍ୱାରରେ, ମଙ୍ଗଳ ଆରତୀ, ବାଳଧୂପ ଏବଂ ବଡ଼ସିଂହାର ପହୁଡ଼ ବେଳେ ସଙ୍କୀର୍ତ୍ତନ କରନ୍ତି । ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଏହିଭଳି ସଙ୍କୀର୍ତ୍ତନ ସେବା କରନ୍ତି । ଏତଦ୍‌ବ୍ୟତୀତ ମଠ ତରଫରୁ ଚନ୍ଦନ ଯାତ୍ରା ଓ ଦୋଳ ଯାତ୍ରା ବେଳେ ମଧ୍ୟ ସଙ୍କୀର୍ତ୍ତନ ସେବା ସହ ଠାକୁରଙ୍କ ପଦ୍ମ ବେଶ ବେଳେ ଆବଶ୍ୟକୀୟ ସାମଗ୍ରୀ ମଠ ତରଫରୁ ଯୋଗାଇଦିଆଯାଇଥାଏ ।[୩][୪] ତଥ୍ୟ ଅନୁଯାୟୀ ୧୮୦୫ ଖ୍ରୀଷ୍ଟାବ୍ଦ ବେଳକୁ ବଡ଼଼ଛତା ମଠର ଅସ୍ତିତ୍ୱ ନ ଥିଲା ।

ଏହି ମଠର ଅବସ୍ଥିତି ସିଂହଦ୍ୱାର ପ୍ରତି ବିପଦପୂର୍ଣ୍ଣ ମନେକରି ସ୍ଥାନୀୟ ପ୍ରଶାସନ ଏହାର ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଫଳରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।[୫][୬]

  1. ↑ "Math & Ashram". ଜଗନ୍ନାଥ ଏନଆଇସି ଡଟ ଇନ. Retrieved 12 October 2015.
  2. ↑ Pattnaik, Prafulla. "Mathas of Puri" (PDF). Odisha Review (July 2005): 57–60. Retrieved 10 October 2015.
  3. ↑ Mishra, Narayana. Annals and Antiquities of the Temple of Jagannātha. Sarup & Sons. pp. 05–11.
  4. ↑ "India Design Motifs – The Lotus:Badachata Matha". Archived from the original on 5 March 2016. Retrieved 10 October 2015.
  5. ↑ "Illegal Constructions adjacent to Jagannath Temple". Retrieved 10 October 2015.
  6. ↑ Mishra, Bhaskar. "Role of Maths in dailu rituals of Lord jagannath" (PDF). Orisha Review (june 2004): 21–24. Retrieved 10 October 2015.

ଅଧିକ ପଠନ

[ସମ୍ପାଦନା]