ଜଗନ୍ନାଥଙ୍କ ବେଶ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବେଶ ହେଲା:[୧] [୨]
- ଗଜାନନ ବେଶ ବା ଗଣପତି ବେଶ ବା ହାତୀ ବେଶ : ଜ୍ୟେଷ୍ଠ ପୂର୍ଣ୍ଣିମା
- ନବଯୌବନ ବେଶ
- ସେନାପଟାଲାଗି ବେଶ
- ଟାହ୍ୟାଲାଗି ବେଶ
- ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ (ବାହୁଡ଼ା ଏକାଦଶୀ)
- ବଣଭୋଜି ବେଶ: ଭାଦ୍ରବ କୃଷ୍ଣ ଦଶମୀ
- କାଳୀୟଦଳନ ବେଶ: ଭାଦ୍ରବ କୃଷ୍ଣ ଏକାଦଶୀ
- ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ ଦ୍ୱାଦଶୀ [୩]
- ଗିରି ଗୋବର୍ଦ୍ଧନ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ (ଏବେ ଏହି ବେଶ ବଦଳରେ କୃଷ୍ଣ ବଳରାମ ବେଶ ହେଉଅଛି ।)
- କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ
- ବଳିବାମନ ବେଶ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ
- ରାଜା ବେଶ (ବିଶେଷ ଶୈଳୀରେ ସୁନାବେଶ): ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା)
- ରାଧାଦାମୋଦର ବେଶ: ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ।
- ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ
- ବାଙ୍କଚୂଡ଼ା ବେଶ ବା ବାମନ ବେଶ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ
- ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
- ଡାଳିକିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳଚତୁର୍ଦ୍ଦଶୀ
- ରାଜରାଜେଶ୍ୱର ବେଶ (ସୁନା ବେଶ): କାର୍ତ୍ତିକ ପୂର୍ଣ୍ଣିମା
- ନାଗାର୍ଜୁନ ବେଶ: କାର୍ତ୍ତିକ ମଳ ତିଥି
- ଘୋଡ଼ଲାଗି ବେଶ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ କରାଯାଏ ।
- ମକରଚୌରାସୀ ବେଶ
- ପୁଷ୍ୟାଭିଷେକ ବେଶ (ସୁନା ବେଶ): ପୌଷ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କ ଅଭିଷେକ ହୋଇଥାଏ । ଅଭିଷେକ ପରେ ଦିଅଁମାନଙ୍କୁ ରାଜ ବେଶ (ସୁନା ବେଶ)ରେ ସୁସଜ୍ଜିତ କରାଯାଇଥାଏ ।
- ଶ୍ରାଦ୍ଧ ବେଶ
- ପଦ୍ମ ବେଶ: ମାଘ ଅମାବାସ୍ୟା ପରେ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । [୪]
- ଗଜ ଉଦ୍ଧାରଣ ବେଶ: ମାଘ ପୂର୍ଣ୍ଣିମା
- ଚାଚେରୀ ବେଶ
- ଦୋଳପୂର୍ଣ୍ଣିମା ବେଶ (ସୁନାବେଶ): ଫାଲ୍ଗୁନ ପୂର୍ଣ୍ଣିମା
- ନବାଙ୍କ ବେଶ
- ଚନ୍ଦନଲାଗି ବେଶ:
- ରଘୁନାଥ ବେଶ: ଚୈତ୍ର ଶୁକ୍ଳ ନବମୀ (ରାମ ନବମୀ) ।[୫] ୧୮୦୫ ସାଲ ପରଠାରୁ ଏହି ବେଶ ଅନୁଷ୍ଠିତ ହୋଇନାହିଁ ।[୬]
- ଅବକାଶ ବେଶ ବା ତଡ଼ପ ଉତ୍ତରୀୟ ବେଶ: ପ୍ରତ୍ୟେକ ଦିନ ସକାଳେ ଅବକାଶ ପୂର୍ବରୁ
- ନିତ୍ୟ ଧୂପ ବେଶ
- ବଡ଼ସିଂହାର ବେଶ
- ହରିହର ବେଶ
ବାର ଅନୁଯାୟୀ ଶ୍ରୀମନ୍ଦିରରରେ ଠାକୁରମାନଙ୍କୁ ବିଭିନ୍ନ ରଙ୍ଗର ପାଟବସ୍ତ୍ରରେ ଭୂଷିତ କରାଯାଇଥାଏ, ଯଥା:
- ରବିବାର - ନାଲି ରଙ୍ଗର ପାଟବସ୍ତ୍ର
- ସୋମବାର - ଧଳାଛିଟ ପାଟବସ୍ତ୍ର
- ମଙ୍ଗଳବାର - ବାର ପଟିଆ (ପାଞ୍ଚଟି ରଙ୍ଗ ବିଶିଷ୍ଟ) ବସ୍ତ୍ର
- ବୁଧବାର - ନୀଳ ରଙ୍ଗର ବସ୍ତ୍ର
- ଗୁରୁବାର - ହଳଦିଆ ପାଟବସ୍ତ୍ର
- ଶୁକ୍ରବାର - ଧଳା ପାଟବସ୍ତ୍ର
- ଶନିବାର - କଳା ପାଟବସ୍ତ୍ର
ଆଧାର
[ସମ୍ପାଦନା]- ↑ "Vesha Of Deities - Jagannath Temple". jagannathtemplepuri.com. 2012. Retrieved 16 May 2012.
Some important Veshas or costumes of the deities
- ↑ Beshas of Deities
- ↑ "beshas of lord jagannath,different besha of lord jagannath, vesha of jagannath". fullorissa.com. 2010. Archived from the original on 21 August 2012. Retrieved 24 June 2012.
This is the only beshas when Lord Jagannath's elder brother Lord Balabhadra occupid the central place
- ↑ "Puri Yatra". puritrip.com. Retrieved 26 December 2012.
It is done on any Saturday or Wednesday between the new moon day of magha and basanta panchami
- ↑ J C Manti (22 August 2014). The Saga of Jagannatha and Badadeula at Puri (: Story of Lord Jagannatha and his Temple). Vij Books India Pvt Ltd. pp. 231–. ISBN 978-93-82652-45-8.
- ↑ Mishra, Bhaskar. "Beshas of Shree Jagannath Mahaprabhu" (PDF) (June-2012): 11–21. Retrieved 4 July 2015.
{{cite journal}}
: Cite journal requires|journal=
(help) - ↑ "Vesha - Devotee Care Center". devoteecare.fullorissa.com. 2012. Archived from the original on 17 January 2013. Retrieved 28 September 2012.
colored Baralagi Pata(Silken clothes) from Sunday to Saturday. The Color represents the color of the planets.