କନକ ବର୍ଦ୍ଧନ ସିଂହ ଦେଓ
କନକ ବର୍ଦ୍ଧନ ସିଂହ ଦେଓ | |
---|---|
![]() | |
ବିଧାୟକ: ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୧୯ | |
ପୂର୍ବ ଅଧିକାରୀ | ବିବେକାନନ୍ଦ ମେହେର |
ପର ଅଧିକାରୀ | ସରୋଜ କୁମାର ମେହେର |
ନିର୍ବାଚନ ମଣ୍ଡଳୀ | ପାଟଣାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ଜୁନ ୧୯୫୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସଙ୍ଗୀତା କୁମାରୀ ସିଂଦେଓ |
ବାପା/ବୋଉ | ରାଜ ରାଜ ସିଂହ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
କନକ ବର୍ଦ୍ଧନ ସିଂହ ଦେଓ (ଜନ୍ମ: ୧୪ ଜୁନ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
କନକ ବର୍ଦ୍ଧନ ସିଂହ ଦେଓ ୧୯୫୬ ମସିହାର ଜୁନ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ ରାଜ ସିଂହ ଦେଓ ଓ ପତ୍ନୀଙ୍କ ନାମ ସଙ୍ଗୀତା କୁମାରୀ ସିଂଦେଓ ।[୧] ତାଙ୍କ ପତ୍ନୀ ମଧ୍ୟ ଜଣେ ରାଜନେତା, ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।
ରାଜନୈତିକ ଜୀବନ[ସମ୍ପାଦନା]
କନକ ବର୍ଦ୍ଧନ ସିଂହ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ସେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ପାଟଣାଗଡ଼ | ଭାରତୀୟ ଜନତା ପାର୍ଟି |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ପାଟଣାଗଡ଼ | ଭାରତୀୟ ଜନତା ପାର୍ଟି |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ପାଟଣାଗଡ଼ | ଭାରତୀୟ ଜନତା ପାର୍ଟି |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ପାଟଣାଗଡ଼ | ଭାରତୀୟ ଜନତା ପାର୍ଟି |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ପାଟଣାଗଡ଼ | ଭାରତୀୟ ଜନତା ପାର୍ଟି |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Shri Kanak Vardhan Singh Deo". odishaassembly.nic.in. Odisha Assembly. Retrieved 21 September 2021.