ସୁରେନ୍ଦ୍ର ସିଂହ ଭୋଇ
ସୁରେନ୍ଦ୍ର ସିଂହ ଭୋଇ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଯୋଗେନ୍ଦ୍ର ବେହେରା |
ପର ଅଧିକାରୀ | ଟୁକୁନି ସାହୁ |
ନିର୍ବାଚନ ମଣ୍ଡଳୀ | ଟିଟିଲାଗଡ଼ |
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | ସଇଁତଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ଜୁନ ୧୯୬୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମୋନିକା ସିଂହ ଦେଓ |
ବାପା/ବୋଉ | ରମେଶ ଚନ୍ଦ୍ର ସିଂହ ଭୋଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୁରେନ୍ଦ୍ର ସିଂହ ଭୋଇ (ଜନ୍ମ: ୬ ମଇ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ଓ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁରେନ୍ଦ୍ର ସିଂହ ଭୋଇ ୧୯୬୧ ମସିହାର ମଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରମେଶ ଚନ୍ଦ୍ର ସିଂହ ଭୋଇ ଓ ପତ୍ନୀଙ୍କ ନାମ ମୋନିକା ସିଂହ ଦେଓ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସୁରେନ୍ଦ୍ର ସିଂହ ଭୋଇ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୯ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୮୫,୦୮୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କଠାରୁ ୧,୩୨,୬୬୪ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ସଇଁତଳା | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ସଇଁତଳା | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଟିଟଲାଗଡ଼ | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Surendra Singh Bhoi". odishaassembly.nic.in. Odisha Assembly. Retrieved 1 October 2021.
- ↑ "2024 Indian General Election Results: Bolangir (Odisha)". Election Commission of India. Retrieved 6 June 2024.