ପ୍ରଦୀପ କୁମାର ପାଣିଗ୍ରାହୀ
ପ୍ରଦୀପ କୁମାର ପାଣିଗ୍ରାହୀ | |
---|---|
![]() | |
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ତ୍ରିନାଥ ବେହେରା |
ନିର୍ବାଚନ ମଣ୍ଡଳୀ | ଗୋପାଳପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଅପ୍ରେଲ ୧୯୬୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁଜାତା ପାଣିଗ୍ରାହୀ |
ବାପା/ବୋଉ | ସୁମନାଥ ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଦୀପ କୁମାର ପାଣିଗ୍ରାହୀ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]
ପ୍ରଦୀପ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁମନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁଜାତା ପାଣିଗ୍ରାହୀ ।[୨]
ରାଜନୈତିକ ଜୀବନ[ସମ୍ପାଦନା]
ପ୍ରଦୀପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]
ଦୁର୍ନିତି ଅଭିଯୋଗରେ ପ୍ରଦୀପଙ୍କୁ ୨୯ ନଭେମ୍ବର ୨୦୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା ।[୩] ସେ ତାଙ୍କର ହେବାକୁ ଥିବା ଜ୍ୱାଇଁ ପ୍ରଦୀପ ପାଠକଙ୍କ ସହ ମିଶି ଠକେଇ ଅଭିଯୋଗରେ ମଧ୍ୟ ଗିରଫ ହୋଇଥିଲେ ।[୪]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
୨୦୧୯ | ଏବେଯାଏଁ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
ଆଧାର[ସମ୍ପାଦନା]
- ↑ "The steady rise, and sharp fall of BJD lawmaker Pradeep Panigrahy". Hindustan Times (in ଇଂରାଜୀ). 5 December 2020. Retrieved 4 January 2021.
- ↑ ୨.୦ ୨.୧ "Shri Pradeep Kumar Panigrahy". odishaassembly.nic.in. Odisha Assembly. Retrieved 4 January 2021.
- ↑ "ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ - Dharitri". Dharitri Odia News. 29 November 2020. Retrieved 4 January 2021.
- ↑ "ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା : ଭିଜିଲାନ୍ସକୁ ଦେଲେ ଲୋକାୟୁକ୍ତ | Sambad". ସମ୍ବାଦ. sambad.in. 12 December 2020. Retrieved 4 January 2021.
ବାହାର ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Pradeep Kumar Panigrahy-ସମ୍ପର୍କିତ ମିଡ଼ିଆ