ସମ୍ବିତ ପାତ୍ର
ସମ୍ବିତ ପାତ୍ର | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
| ପୂର୍ବ ଅଧିକାରୀ | ପିନାକୀ ମିଶ୍ର |
| ନିର୍ବାଚନ ମଣ୍ଡଳୀ | ପୁରୀ |
| ରାଷ୍ଟ୍ରୀୟ ମୁଖପାତ୍ର: ବିଜେପି | |
| Assumed office ୨୦୧୪ | |
| ଅଧ୍ୟକ୍ଷ: ଭାରତୀୟ ପର୍ଯ୍ୟଟନ ବିକାଶ ପରିଷଦ | |
| Assumed office ୩୦ ନଭେମ୍ବର ୨୦୨୧ | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୩ ଡିସେମ୍ବର ୧୯୭୪ ବୋକାରୋ, ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ), ଭାରତ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଶିକ୍ଷାନୁଷ୍ଠାନ | |
| ବୃତ୍ତି |
|
ସମ୍ବିତ ପାତ୍ର (ଜନ୍ମ: ୧୩ ଡିସେମ୍ବର ୧୯୭୪) ଜଣେ ଭାରତୀୟ ରାଜନେତା ଏବଂ ଶଲ୍ୟ ଚିକିତ୍ସକ, ଯିଏକି ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ମସିହାରୁ, ସେ ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି[୩] ଏବଂ ୨୦୨୧ ମସିହାରୁ ଭାରତୀୟ ପର୍ଯ୍ୟଟନ ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ।[୪] ପାତ୍ର, ହିନ୍ଦୁ ରାଓ ହସ୍ପିଟାଲରୁ ତାଙ୍କର ପ୍ରଥମ ଚାକିରି ଆରମ୍ଭ କରିଥିଲେ । ୨୦୧୭ ମସିହାରେ, ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।[୫][୬]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସମ୍ବିତ ପାତ୍ର ୧୯୭୪ ମସିହାର ଡିସେମ୍ବର ୧୩ ତାରିଖରେ, ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ) ରାଜ୍ୟର ଧାନବାଦ ଜିଲ୍ଲାର ବୋକାରୋ ଷ୍ଟିଲ୍ ସିଟିରେ, ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୭][୮] ତାଙ୍କ ବାପାଙ୍କ ନାମ ରବୀନ୍ଦ୍ରନାଥ ପାତ୍ର, ଯିଏକି ବୋକାରୋ ଷ୍ଟିଲ୍ ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ । ସେ ଚିନ୍ମୟ ବିଦ୍ୟାଳୟ, ବୋକାରୋରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ।[୮] ୧୯୯୭ ମସିହାରେ, ସେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଓ ରିସର୍ଚ୍ଚରୁ ତାଙ୍କର ଏମ୍.ବି.ବି.ଏସ୍ କରିଥିଲେ ଏବଂ ପରେ, ୨୦୦୨ ମସିହାରେ, କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରୁ ସେ ଏମ୍.ଏସ୍ (ଜେନେରାଲ ସର୍ଜରୀ) ଡିଗ୍ରୀ ହାସଲ କରିଥିଲେ ।[୮][୬]
୨୦୦୩ ମସିହାରେ, ସେ ୟୁପିଏସ୍ସି ଦ୍ୱାରା ପରିଚାଳିତ ମିଳିତ ମେଡିକାଲ୍ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହିନ୍ଦୁ ରାଓ ହସ୍ପିଟାଲରେ ଜଣେ ମେଡିକାଲ୍ ଅଫିସର ଭାବରେ ଯୋଗ ଦେଇଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]୨୦୧୦ ମସିହାରେ ପାତ୍ରଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦିଲ୍ଲୀ ଶାଖାର ମୁଖପାତ୍ର ଭାବରେ ଯୋଗ ଦେଇଥିଲେ । ୨୦୧୨ ମସିହାରେ ଦିଲ୍ଲୀର କାଶ୍ମୀରୀ ଗେଟ୍ ୱାର୍ଡ଼ରୁ ବିଜେପି ପ୍ରାର୍ଥୀ ଭାବରେ ସେ ପୌରପାଳିକା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ ।[୯] ଏହା ପରେ ପୂର୍ଣ୍ଣକାଳୀନ ରାଜନୀତିରେ କାମ କରିବା ପାଇଁ ସେ ନିଜ ଡାକ୍ତରୀ ଚାକିରୀରୁ ଇସ୍ତଫା ଦେଇଥିଲେ । ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ସେ ଦଳ ପାଇଁ ବ୍ୟାପକ ପ୍ରଚାର କରିଥିଲେ ଏବଂ ଜାତୀୟ ଟେଲିଭିଜନ ବିତର୍କଗୁଡ଼ିକରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବିଜେପି କ୍ଷମତାସୀନ ହେବା ପରେ ତାଙ୍କୁ ଦଳର ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଥିଲା ।[୧୦][୧୧] ୨୦୧୭ ମସିହାରେ, କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ତାଙ୍କୁ ଓଏନ୍ଜିସି ବୋର୍ଡର ଅଣ-ଅଧିକାରିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲା ।[୧୨]
୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୁ ଜନତା ଦଳର ତତ୍କାଳୀନ ସାଂସଦ ପିନାକୀ ମିଶ୍ରଙ୍କଠାରୁ ୧୧,୭୦୦ ଖଣ୍ଡ ଭୋଟ୍ (୧.୦୩% ବ୍ୟବଧାନ)ରେ ପରାସ୍ତ ହୋଇଥିଲେ ।[୧୩]
୨୦୨୪ ଲୋକ ସଭା ନିର୍ବାଚନରେ ସେ ପୁଣି ଥରେ ପୁରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୧,୦୪,୭୦୯ ଖଣ୍ଡ ଭୋଟ୍ର ବ୍ୟବଧାନରେ ପରାଜିତ କରି ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧୪]
ବିବାଦ
[ସମ୍ପାଦନା]୨୦୧୭ ସେପ୍ଟେମ୍ବରରେ, ପାତ୍ରଙ୍କୁ ତିନି ବର୍ଷ ପାଇଁ ଓଏନ୍ଜିସି ବୋର୍ଡର ଜଣେ ସ୍ୱାଧୀନ/ଅଣ-ଅଧିକାରିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଥିଲା । ଶାସକ ଦଳ (ବିଜେପି)ର ଜଣେ ସକ୍ରିୟ ସଦସ୍ୟ ତଥା ମୁଖପାତ୍ର ହୋଇଥିବାରୁ ଏହି ନିଯୁକ୍ତି କମ୍ପାନୀ ଆଇନର ଉଲ୍ଲଂଘନ ବୋଲି ଦର୍ଶାଇ ଏନର୍ଜି ୱାଚ୍ଡଗ୍ ନାମକ ଏକ ଏନ୍ଜିଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରିଥିଲା । ଏହି ଆବେଦନରେ ସମଗ୍ର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିବା ମଧ୍ୟ ଅଭିଯୋଗ କରାଯାଇଥିଲା ।[୧୫][୧୬][୧୭] ୨୦୧୭ ନଭେମ୍ବରରେ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରମାଣହୀନ ଓ ଭିତ୍ତିହୀନ ଦର୍ଶାଇ ଖାରଜ କରିଦେଇଥିଲେ । କୋର୍ଟ ଉଲ୍ଲେଖ କରିଥିଲେ ଯେ କେବଳ ଶାସକ ଦଳ ସହିତ ଜଡ଼ିତ ଥିବା କାରଣରୁ ଜଣେ ବ୍ୟକ୍ତିଙ୍କ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ଅନୁଚିତ ।[୧୮][୧୯] ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।[୨୦]
୨୦୨୦ ଫେବୃଆରୀରେ, ପାତ୍ର କଂଗ୍ରେସର ପୂର୍ବତନ ବିଧାୟକ ନସିମ ଖାନ 'ପାକିସ୍ତାନ ଜିନ୍ଦାବାଦ' ନାରା ଦେଉଥିବାର ଏକ ନକଲି ଭିଡିଓ ଟୁଇଟ୍ କରିଥିବା ଅଭିଯୋଗ ହୋଇଥିଲା; ଯାହାଫଳରେ ନସିମ ଖାନ ମୁମ୍ବାଇରେ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରିଥିଲେ ।[୨୧][୨୨]
୨୦୨୧ ମେ ୧୮ ତାରିଖରେ, ଭାରତରେ କୋଭିଡ଼-୧୯ ମହାମାରୀର ଦ୍ୱିତୀୟ ଲହର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ଖରାପ କରିବା ପାଇଁ କଂଗ୍ରେସ ଏକ 'ଟୁଲକିଟ୍' ବ୍ୟବହାର କରୁଥିବା ଅଭିଯୋଗ କରି ପାତ୍ର ଏକ ଦସ୍ତାବିଜ୍ ଟୁଇଟ୍ କରିଥିଲେ । ଟ୍ୱିଟର (ଏବେକାର ଏକ୍ସ) ଏହି ଟୁଇଟ୍କୁ 'ମାନିପୁଲେଟେଡ୍ ମିଡିଆ' (ବିକୃତ ତଥ୍ୟ) ଭାବରେ ଚିହ୍ନଟ କରିଥିଲା ।[୨୩] ଏହା ପରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଟ୍ୱିଟରର ଏପରି ପଦକ୍ଷେପକୁ ଏକପାଖିଆ ଓ ରାଜନୈତିକ ଭାବେ ପ୍ରଭାବିତ ବୋଲି ଦର୍ଶାଇ କଡ଼ା ଚିଠି ଲେଖିଥିଲା ।[୨୪]
ଶଲ୍ୟଚିକିତ୍ସା ପରବର୍ତ୍ତୀ ଯତ୍ନରେ ଅବହେଳା କରିଥିବା ଅଭିଯୋଗରେ ଦିଲ୍ଲୀ ମେଡିକାଲ କାଉନସିଲ୍ର ଯାଞ୍ଚ ପରିସରଭୁକ୍ତ ହୋଇଥିବା ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ପାତ୍ର ଅନ୍ତର୍ଭୁକ୍ତ ଥିଲେ । ୨୦୧୪ ଅଗଷ୍ଟ ୧ ତାରିଖର ଏହି ଅଭିଯୋଗଟି କାଉନସିଲ୍ ୱେବସାଇଟ୍ ଅନୁସାରେ ବିଚାରାଧୀନ ରହିଥିଲା ।[୨୫]
୨୦୨୦ ଅଗଷ୍ଟ ୧୨ ତାରିଖରେ, ଏକ ଟେଲିଭିଜନ ବିତର୍କ ସମୟରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ସହିତ ତାଙ୍କର ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏହି ବିତର୍କ ସରିବାର କିଛି ସମୟ ପରେ ହିଁ ରାଜୀବ ତ୍ୟାଗୀ ହୃଦ୍ଘାତର ଶିକାର ହୋଇ ଚିକିତ୍ସାଳୟରେ ପ୍ରାଣ ହରାଇଥିଲେ । କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଏହି ଉତ୍ତେଜନାପୂର୍ଣ୍ଣ ଆଲୋଚନା ହିଁ ତ୍ୟାଗୀଙ୍କ ମୃତ୍ୟୁର କାରଣ ଥିଲା ।[୨୬]
ଆଧାର
[ସମ୍ପାଦନା]- 1 2 "Sambit Patra, furious over the question of being made the chairman of ITDC, said - now the thesis will ask the qualification of UPSC people?". Aaj Tak. 3 December 2021. Retrieved 9 September 2022.
- ↑ "Sambit Patra turns 46: Tracing the political journey of BJP spokesperson". Retrieved 11 December 2020.
- ↑ Administrator. "National Office Bearers". www.bjp.org. Archived from the original on 22 October 2014. Retrieved 25 March 2018.
- ↑ "Sambit Patra appointed as Chairman of ITDC". The Hindu. 2 December 2021. Retrieved 5 December 2021.
- ↑ "Sambit Patra to be up for reappointment on ONGC board". thehindubusinessline.com. Business Line. 25 January 2019. Retrieved 11 April 2020.
Patra was appointed as an Independent Director on the ONGC board on October 28 last year.
- 1 2 "Oil & Natural Gas Corp Ltd (ONGC:Natl India)". Bloomberg. Archived from the original on 25 March 2019. Retrieved 17 October 2018.
- ↑ "Sambit Patra(Bharatiya Janata Party(BJP)):Constituency- PURI(ODISHA) - Affidavit Information of Candidate". myneta.info. Retrieved 18 January 2020.
- 1 2 3 "जानें क्या है भाजपा प्रवक्ता संबित पात्रा का धनबाद कनेक्शन, टिकट के दावेदारों में उछला नाम". Dainik Jagran (in ହିନ୍ଦୀ). 10 February 2019. Retrieved 18 January 2020.
- ↑ "Ward Wise Result Sheet MCD General Election -2012 Total Votes Polled" (PDF). www.delhi.gov.in. Archived from the original (PDF) on 19 May 2017. Retrieved 25 March 2018.
- ↑ Saini, Shivam (26 December 2015). "Is Sambit Patra helping BJP's image?". Business Standard India. Retrieved 24 February 2017.
- ↑ Bamzai, Kaveree (22 December 2018). "The journey of BJP's Sambit Patra from a trained surgeon to a nasty TV star". ThePrint. Retrieved 14 February 2020.
- ↑ Press Trust of India (30 September 2017). "BJP's Sambit Patra appointed to ONGC board". Hindustan Times. Retrieved 6 December 2018.
- ↑ "Puri election result: Sambit Patra loses a close fight with Pinaki Misra". The Economic Times. TNN. 24 May 2019. Retrieved 24 May 2019.
- ↑ "General Election to Parliamentary Constituencies: Trends & Results June-2024 Parliamentary Constituency 17 - Puri (Odisha)". Election Commission of India. Retrieved 5 June 2024.
- ↑ Indian, The Logical (7 March 2018). "Sambit Patra Appointed As Independent Director Of ONGC, Supreme Court Asks Centre Why". thelogicalindian.com (in ଇଂରାଜୀ). Archived from the original on 3 July 2020. Retrieved 3 July 2020.
- ↑ "BJP's Sambit Patra appointed to ONGC board". Hindustan Times (in ଇଂରାଜୀ). 30 September 2017. Retrieved 3 July 2020.
- ↑ "Sambit Patra's appointment to ONGC Board challenged in High Court". The Economic Times. 25 October 2017. Retrieved 3 July 2020.
- ↑ "Relief to Sambit Patra:HC rejected PIL against his appointment as ONGC director". India Whispers (in ଆମେରିକୀୟ ଇଂରାଜୀ). 6 November 2017. Retrieved 3 July 2020.
- ↑ "HC rejects PIL challenging Sambit Patra's appointment in ONGC". The Economic Times. 6 November 2017. Retrieved 3 July 2020.
- ↑ "SC to hear Centre's reply to plea challenging BJP leader Sambit Patra's appointment to ONGC board". Scroll.in (in ଆମେରିକୀୟ ଇଂରାଜୀ). Retrieved 3 July 2020.
- ↑ Grewal, Kairvy (7 February 2020). "Sambit Patra shares fake video of ex-Congress MLA & asks followers to fact-check it". Retrieved 15 February 2020.
- ↑ "'Stop editing videos': Twitter slams Sambit Patra for sharing Cong leader's fake 'Pakistan Zindabad' video". Free Press Journal. 7 February 2020. Retrieved 29 November 2020.
- ↑ "Twitter flags Sambit Patra's tweet on Congress 'toolkit' as manipulated media". The Hindu. 21 May 2021 – via www.thehindu.com.
- ↑ Arnimesh, Shanker (22 May 2021). "Ministry warning to Twitter over Sambit Patra 'toolkit' tweet was sent after BJP sought action". ThePrint. Retrieved 15 August 2022.
- ↑ Venugopal, Vasudha (1 April 2016). "BJP spokesman Sambit Patra under Delhi Medical Council lens for negligence in post-operative care". Economic Times. Retrieved 18 March 2022.
- ↑ "Congress spokesman Rajiv Tyagi dies soon after TV debate". The Times of India. 13 August 2020. Retrieved 24 May 2023.