Jump to content

ଗହଣ ବିଜେ

ଉଇକିପିଡ଼ିଆ‌ରୁ
୧୬:୪୨, ୨୧ ଜାନୁଆରୀ ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ଗହଣ ବିଜେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରଣୀ ଶ୍ରୀମନ୍ଦିରକୁ ବିଜେ କଲେ ତାହାକୁ ଗହଣ ବିଜେ କୁହାଯାଏ । ମହାପ୍ରଭୁଙ୍କ ଦର୍ଶନ ପାଇଁ ମହାରାଣୀ ରାଜପରିବାରର ସଦସ୍ୟଙ୍କ ଗହଣରେ ଯାତ୍ରା କରୁଥିବାରୁ ଶ୍ରୀମନ୍ଦିର ପରମ୍ପରାରେ ଏହି ଯାତ୍ରାକୁ ମହାରାଣୀଙ୍କ ଗହଣ ବିଜେ କୁହାଯାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଉପାସନା ଆରମ୍ଭ କାଳରୁ ଏହି ନୀତି ପ୍ରଚଳନ ଅଛି । ଶ୍ରୀଜଗନ୍ନାଥ ମନ୍ଦିର ସ୍ଵତଲିପିରେ ମହାରାଣୀଙ୍କ ଗହଣ ବିଜେ ପରମ୍ପରା ଉଲ୍ଲେଖ ଅଛି । ମହାରାଣୀଙ୍କ ଗହଣ ବିଜେ ପୂର୍ବରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଶୋଧ ହେବା ବିଧି ରହିଛି । ଶୋଧ ହେବା ଅର୍ଥ ମହାରାଣୀ ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ଶ୍ରୀମନ୍ଦିର ଭିତରେ କୈଣସି ସେବାୟତ, ମୁକ୍ତିମଣ୍ଡପ ପଣ୍ଡିତ, ଯାତ୍ରୀ,ସୁରକ୍ଷାବାହିନୀ ଆଦି କୈଣସି ବ୍ୟକ୍ତି ରହିବେ ନାହିଁ ।

ଆଧାର