ଗିରି ଗୋବର୍ଦ୍ଧନ ବେଶ
୧୯୪୭ ପୂର୍ବରୁ ପ୍ରତିବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଜଗନ୍ନାଥଙ୍କର ଏହି ବେଶ ହେଉଥିଲା । ଏହି ବେଶରେ କୃଷ୍ଣ ଗିରି ଗୋବର୍ଦ୍ଧନ ପାହାଡ଼କୁ ଟେକି ଧରିଥିବା ଦୃଶ୍ୟ ଦେଖିବାକୁ ମିଳେ ।
ପୌରାଣିକ
[ଭାଗବତ]]ର କଥାଅନୁସାରେ ଗୋପପୁର ବୃନ୍ଦାବନବାସୀ ଇନ୍ଦ୍ରଙ୍କୁ ପୂଜା କରୁଥିଲେ । ମାତ୍ର ଶ୍ରୀକୃଷ୍ଣ ସେମାନଙ୍କୁ ବାରଣ କରି ଇନ୍ଦ୍ରଙ୍କ ବଦଳରେ ଗୋବର୍ଦ୍ଧନଙ୍କୁ ପୂଜା କରିବାକୁ ପରାମର୍ଶ ଦେଲେ । ଏଥିରେ କ୍ରୁଦ୍ଧ ହୋଇ ଇନ୍ଦ୍ର ପ୍ରବଳ ବର୍ଷା କରାଇଲେ । ଏହି ତାଣ୍ଡବ ବର୍ଷାର ନାମ ସଂବର୍ତକ । ତାହାର ତାଣ୍ଦବରେ ଗୋପବାସୀ ତ୍ରାହି ତ୍ରାହି ଡାକିଲେ । ସେମାନେ ସୁରକ୍ଷା ପାଇଁ କୃଷ୍ଣଙ୍କ ସହାୟତା ଲୋଡିଲେ । ଭଗବାନ କୃଷ୍ଣ ନିଜ ବାମହାତ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ଗିରିକୁ ଉଠେଇ ଧରିଥିଲେ ଓ ତା ତଳେ ବୃନ୍ଦାବନ ବାସୀ ନିଜର ଗୋବତ୍ସା ସହିତ ନିରାପଦ ଆଶ୍ରୟ ଗ୍ରହଣ କରିଥିଲେ । ଏହି ରୂପେ ଭଗବାନ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଖଣ୍ଡନ କରିଥିଲେ ।
ଭାଗବତର ଏହି ଉପାଖ୍ୟାନର ସୃତିରେ ଶ୍ରୀମନ୍ଦିରରେ ଗିରିଗୋବର୍ଦ୍ଧନ ବେଶ ସଂପନ୍ନ ହେଉଥିବା ଅନୁମାନ କରାଯାଏ । ଏହି ବେଶରେ ଜଗନ୍ନାଥ ଏକ ପାହାଡ଼ ଟେକି ଧରିବାପରି ବ୍ୟବସ୍ଥା କରାଯାଏ । ତେବେ ୧୯୪୭ ପରଠାରୁ ଏହି ବେଶ ଅନୁଷ୍ଠିତ ହେଉନାହିଁ । ଅନେକ ବର୍ଷ ଧରି ଏହା ବନ୍ଦ ରହିବା ପରେ ତା ବଦଳରେ ଏବେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଅଛି ।[୧] [୨]