Jump to content

ବଙ୍ଗାଳୀ ନନ୍ଦ

ଉଇକିପିଡ଼ିଆ‌ରୁ
ବଙ୍ଗାଳୀ ନନ୍ଦ
ଜନ୍ମ ଓ ଜନ୍ମସ୍ଥାନ୧୫.୦୯.୧୯୪୭
ଚାଲକମ୍ବା
ବୃତ୍ତିକବି, ଗାଳ୍ପିକ, ଅନୁବାଦକ, ପ୍ରାବନ୍ଧିକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକ (କଳା), ସ୍ନାତକ (ଶିକ୍ଷା)
ଶିକ୍ଷାନୁଷ୍ଠାନବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଶୈଳୀକବିତା, ଗଳ୍ପ, ପ୍ରବନ୍ଧ, ଅନୁବାଦ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ଓଡିଶା ସାହିତ୍ୟ ଏକାଡେମୀ
ଜୀବନସାଥୀକଲ୍ଯାଣୀ ନନ୍ଦ
ସନ୍ତାନସିଦ୍ଧାର୍ଥ ନନ୍ଦ, ଶିବାନୀ ନନ୍ଦ

ବଙ୍ଗାଳୀ ନନ୍ଦ ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ପ୍ରାବନ୍ଧିକ ଓ ଅନୁବାଦକ ।[] ସେ ୨୦୨୩ ମସିହା ନିମନ୍ତେ ତେଲୁଗୁ ଲେଖକ ନେଲ୍ଲୁରୀ କେଶବସ୍ୱାମୀଙ୍କ ପୁସ୍ତକ ନେଲ୍ଲୁରୀ କେଶବସ୍ୱାମୀ ଉତ୍ତମା କାଥୁଲୁ (ଅନୁ.ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ) ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭକରିଥିଲେ ।[][]

ଜୀବନୀ

[ସମ୍ପାଦନା]

ଶ୍ରୀ ନନ୍ଦଙ୍କର ପୈତୃକ ଘର ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅନ୍ତର୍ଗତ ଚାଲକମ୍ବା ଗାଁରେ । ସେ ଜଣେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ୨୦୦୫ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

[ସମ୍ପାଦନା]

ବଙ୍ଗାଳୀ ନନ୍ଦଙ୍କର ଏବେ ପର୍ଯ୍ୟନ୍ତ ୧୧ଟି ଅନୁବାଦ ଗଳ୍ପ ସଙ୍କଳନ, ୪ଟି ଅନୁବାଦ କବିତା ସଙ୍କଳନ, ୨ଟି ଅନୁବାଦ ଉପନ୍ୟାସ, ଗୋଟିଏ ପ୍ରବନ୍ଧ ସଙ୍କଳନ, ୩ଟି ମୌଳିକ ଓଡିଆ କବିତା ସଙ୍କଳନ ଓ ଗୋଟିଏ ତେଲୁଗୁ ଗୀତି କବିତା ସଙ୍କଳନ ଜାତୀୟ ପୁସ୍ତକ ନ୍ୟାସ (NBT), କେନ୍ଦ୍ର ସାହିତ୍ୟ ଏକାଡେମୀ ତଥା କଟକ ଓ ଭୁବନେଶ୍ବରର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ।

ଅନୁବାଦ

[ସମ୍ପାଦନା]
  • ନେଲ୍ଲୁରି କେଶବସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ - ୨୦୧୯ (ନ୍ୟାସନାଲ ବୁକ୍‌ ଟ୍ରଷ୍ଟ)
  • ଏକୋଇଶଟି ଅନୁବାଦ ଗଳ୍ପ
  • କଥା କୋଡ଼ିଏ
  • ସମୟକୁ ଶୋଇବାକୁ ଦେବିନି (ଏନ. ଗୋପୀଙ୍କ ମୁଳ ତେଲୁଗୁ ପୁସ୍ତକର ଅନୁବାଦ)
  • ମୋହନ! ହେ ମୋହନ! ଓ ଅନ୍ୟାନ୍ୟ କବିତା (କେ. ଶିବାରେଡ୍ଡୀଙ୍କ ମୂଳ ତେଲୁଗୁ ପୁସ୍ତକର ଅନୁବାଦ)
  • ନିଶୀଥର ସୂର୍ଯ୍ୟ
  • ଜଳ ଗୀତ
  • ସଲିମଙ୍କ ନିର୍ବାଚିତ ଗଳ୍ପ[]
  • ଅଦ୍ଭୂତ ଗ୍ରହର କଥା ଓ ଅନ୍ୟାନ୍ୟ ଗଳ୍ପ
  • ବିଦେଶୀ ଗଳ୍ପ
  • ଲେଡି କରୁଣାକରନ୍ ଓ ଅନ୍ଯାନ୍ଯ ଗଳ୍ପ
  • ଦକ୍ଷିଣାବହ
  • ଅନ୍ୟ ବଗିଚାର ଫୁଲ
  • କୁଆ ଓ ଅନ୍ୟାନ୍ୟ ଗଳ୍ପ
  • ଚାସୋଙ୍କ ନିର୍ବାଚିତ ଗଳ୍ପ
  • ଦୁଇଟି ଆକାଶ ମଝିରେ
  • ଜଳୁଥିବା ଫୁଲ ବଗିଚା

ପ୍ରବନ୍ଧ

[ସମ୍ପାଦନା]
  • ଅନ୍ଵେଷାର ଅନେକ ପାହାଚ

କବିତାବଳୀ

[ସମ୍ପାଦନା]
  • ସ୍ମୃତିଶତକ
  • କବିତାର ବୟସ ନଥାଏ
  • ଭାଗ୍ୟରେଖା ମୋ ହାତରେ
  • ଗୀତା ତାରଙ୍ଗିଣୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୨୩ (ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପକୁ ତେଲୁଗୁରୁ ଓଡ଼ିଆକୁ ଅନୁବାଦ)
  • ଓଡିଶା ସାହିତ୍ଯ ଏକାଡେମୀ
  • ଶତଭିଷା ସାହିତ୍ଯ ସମ୍ମାନ
  • ଜ୍ୟୋତ୍ସ୍ନା ସାହିତ୍ୟ ସମ୍ମାନ
  • ଉପାନ୍ତରେ ସାହିତ୍ଯର ଅସ୍ମିତା ଆଲୋଚନା
  • ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ସମିତି
  • ମା ତାରା ତାରିଣୀ ସାହିତ୍ୟ ସଂସଦ ଓ କବି ନଟବର ସିଂହ ସାହିତ୍ଯ ସଂସଦ, ଗଞ୍ଜାମ
  • ସାହିତ୍ଯ ସମ୍ରାଟ ରାଜଶ୍ରୀ ବିକ୍ରମ ଦେବ ବର୍ମା ସାରସ୍ଵତ ସମ୍ମାନ
  1. "Kavi-Anuvadak with N. Gopi, Eminent Telugu Poet and Bangali Nanda, Noted Odia Translator on 9/2/2021". Ministry of Culture, Government of India. 12 February 2021. Retrieved 12 March 2024.
  2. Mallick, Rakesh (11 March 2024). "ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର -". Nandighosha TV (ନନ୍ଦିଘୋଷ ଟିଭି). Retrieved 12 March 2024.
  3. ଶତପଥୀ, ସୁଭାଷ (17 March 2024). "ଅନୁବାଦ ମୋତେ ଅଶେଷ ତୃପ୍ତି ଦେଇଛି". www.prameyaepaper.com. Archived from the original on 2024-03-18. Retrieved 2024-03-18.
  4. Bureau, Sambad (12 March 2024). "ବଙ୍ଗାଳୀ ନନ୍ଦଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର". Sambad. Retrieved 12 March 2024.

ବାହାର ଲିଙ୍କ୍

[ସମ୍ପାଦନା]