ମଞ୍ଜୁ ମୋଦି

ଉଇକିପିଡ଼ିଆ‌ରୁ
ମଞ୍ଜୁ ମୋଦି
Born (1959-02-11) ୧୧ ଫେବୃଆରୀ ୧୯୫୯ (ବୟସ ୬୫)
Nationalityଭାରତୀୟ
Citizenshipଭାରତୀୟ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୨୦

ମଞ୍ଜୁ ମୋଦି (ଜନ୍ମ: ୧୧ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ଅନୁବାଦିକା ।[୧] ଅନୁବାଦ ଭିନ୍ନ ସେ ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ଲେଖନୀ ଚାଳନା କରନ୍ତି । ଜୈନେନ୍ଦ୍ର କୁମାରଙ୍କ ଲିଖିତ ହିନ୍ଦୀ ଉପନ୍ୟାସ କଲ୍ୟାଣୀକୁ ଓଡ଼ିଆ ଭାଷାକୁ ଅନୁବାଦ କରି ସେ ୨୦୨୦ ମସିହା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମଞ୍ଜୁ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହିନ୍ଦୀ ଭାଷାରେ ପିଏଚଡ଼ି ହାସଲ କରିଛନ୍ତି । ୧୯୮୩ ମସିହାରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । କଟକର ପ୍ରେସ ଛକ ନିକଟସ୍ଥ ନୂଆ ଛକରେ ତାଙ୍କର ବାସଗୃହ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ମଞ୍ଜୁ ୬ଟି ମୌଳିକ ପୁସ୍ତକ, ୨ଟି ସମ୍ପାଦିତ ପୁସ୍ତକ, ୧୫ଟିରୁ ଅଧିକ ନିବନ୍ଧ, ୧୦୦ରୁ ଅଧିକ ପ୍ରବନ୍ଧ ରଚନା ସହିତ ସହିତ ହିନ୍ଦୀ ପତ୍ରିକା ବାର୍ତ୍ତା ବାହକ ଓ ଓଡ଼ିଆ ପତ୍ରିକା ଶୈଶବର ସମ୍ପାଦନା କରିଛନ୍ତି ।[୨]

ରଚନାବଳୀ[ସମ୍ପାଦନା]

  • କଲ୍ୟାଣୀ[୩]
  • ପ୍ରେମଚାନ୍ଦଙ୍କ ନିର୍ବାଚିତ ଶିଶୁଗଳ୍ପ - ୨୦୦୧ (କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରକାଶନ)[୪]
  • ଏଇ ଯେ ସୂର୍ଯ୍ୟ ଉଏଁ[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୨୦

ଆଧାର[ସମ୍ପାଦନା]

  1. "भाषाओं की कड़ी बन जीवित रखीं परंपराएं". www.navbharattimes.indiatimes.com. nav bharat times. Archived from the original on 20 September 2021. Retrieved 20 September 2021.
  2. "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ମଞ୍ଜୁ ମୋଦି". epaper.prameyanews.com. ପ୍ରମେୟ. Archived from the original on 20 September 2021. Retrieved 20 September 2021.
  3. "ହିନ୍ଦୀ ପୁସ୍ତକ 'କଲ୍ୟାଣୀ'ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 September 2021. Retrieved 20 September 2021.
  4. ପ୍ରେମଚାନ୍ଦଙ୍କ ନିର୍ବାଚିତ ଶିଶୁଗଳ୍ପ. କେନ୍ଦ୍ର ସାହିତ୍ୟ ଏକାଡେମୀ. ୧ ଜାନୁଆରୀ ୨୦୦୧. ISBN 8126011084, 9788126011087. Retrieved 20 September 2021. {{cite book}}: Check |isbn= value: invalid character (help); Check date values in: |date= (help)
  5. ଅନୁଭୂତି ଦର୍ପଣରେ ଓଡ଼ିଆ ନାଟକ. ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ. Retrieved 20 September 2021.