ଜୀବନାନନ୍ଦ ପାଣି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜୀବନାନନ୍ଦ ପାଣି
ଜନ୍ମ ଓ ଜନ୍ମସ୍ଥାନ ୧୯୩୩
ମୃତ୍ୟୁ ୧ ମାର୍ଚ୍ଚ ୧୯୯୮(୧୯୯୮-୦୩-୦୧)
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ

ଜୀବନାନନ୍ଦ ପାଣି, ଜଣେ ଓଡ଼ିଆ ଗୀତିକବି ତଥା କଥାଚିତ୍ର ଗୀତିକାର ଥିଲେ ।[୧] ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ଓ ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କରି ଉଦ୍ୟମରେ ବାରିପଦାଠାରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

ଜୀବନୀ[ସମ୍ପାଦନା]

ଜୀବନାନନ୍ଦ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଥିଲେ ବିଜ୍ଞାନର ଛାତ୍ର, କିନ୍ତୁ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ କବିତା ଲେଖୁଥିଲେ । ତାଙ୍କ ଗୀତିକବିତା ସଂକଳନର ନାମ ଥିଲା "ସେ ଗାଁଆର କିଆଫୁଲ" । ସ୍ପାନିସ କବି "ଫେଡରିକ ଗ୍ରାସିଆ ଲୋରସା"ଙ୍କ କବିତାକୁ ଅନୁବାଦ କରି, ସେ ୧୯୯୭ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩] ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୦ମସିହାରେ ସେ ଦିଲ୍ଲୀସ୍ଥିତ "ସଙ୍ଗୀତ ନାଟକ ଏକାଡେମୀ"ରେ ନିଯୁକ୍ତି ପାଇଥିଲେ । ୧୮ବର୍ଷ ସେଠାରେ ଚାକିରି କରି ଅବସର ନେଇଥିଲେ । ଦିଲ୍ଲୀ ରହଣି କାଳରେ, ଛଉ ନାଚର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ ଓ ବାରିପଦାଠାରେ ବିଧିବଦ୍ଧ ଭାବରେ ଏକ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଇ ପାରିଥିଲେ ।

୧୯୫୦ ଦଶକ ବେଳକୁ ଆକାଶବାଣୀ କଟକର ସ୍ଵୀକୃତିପ୍ରାପ୍ତ ଗୀତିକାର ମର୍ଯ୍ୟଦା ପାଇ ସାରିଥିଲେ । ସେ ଗୀତିକାର ଭାବରେ କାର୍ଯ୍ୟ କରିଥିବା ୧୯୬୭ମସିହାର ଚଳଚ୍ଚିତ୍ର ଅରୁନ୍ଧତୀର ଗୀତ ଗୁଡିକୁ ଶାନ୍ତନୁ ମହାପାତ୍ର ସୂର ଦେଇଥିଲେ ଓ ଲତା ମଙ୍ଗେସକର, ମହମ୍ମଦ ରଫି ଆଦି କଣ୍ଠଦାନ କରିଥିଲେ ।[୪]

୧୯୯୮ ମସିହା ମାର୍ଚ୍ଚ ୧ତାରିଖରେ, ଜୀବନାନନ୍ଦଙ୍କର ତିରୋଧାନ ଘଟିଥିଲା ।[୫]

ଜୀବନାନଂଦଂକ ରଚିତ କିଛି ଚଳଚ୍ଚିତ୍ର ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Sita Ram Sharma (1992). Encyclopaedia of Teaching Languages in India: Oriya. Anmol Publications. ISBN 978-81-7041-545-9. 
  2. Indian Literature. Sähitya Akademi. 1987. 
  3. Jatindra Mohan Mohanty (1980). There, where trees flower: essays on modern Oriya literature. Bookland International. 
  4. http://www.pib.nic.in/newsite/efeatures.aspx?relid=67399
  5. "ଆଜିର ଶ୍ରାଦ୍ଧବାର୍ଷିକି". ସମ୍ବାଦ ୦୧/୦୩/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. http://sambadepaper.com/Details.aspx?id=235830&boxid=24429229. Retrieved 1 March 2016. 
  6. ଦେଓ, ସୂର୍ଯ୍ୟ (୨୦୧୫). ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୧୯୬୯. ଚଂଦ୍ରଶେଖରପୁର, ଭୁବନେଶ୍ୱର: ସୃଜନ. p. ୧୧୧. ISBN 9788192546537.  Check date values in: |date= (help)
  7. ଦେଓ, ସୂର୍ଯ୍ୟ (୨୦୧୫). ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୧୯୬୯. ଚଂଦ୍ରଶେଖରପୁର, ଭୁବନେଶ୍ୱର: ସୃଜନ. p. ୧୧୯. ISBN 9788192546537.  Check date values in: |date= (help)
  8. Mohapatra, Tushar Nath. "Sathi re eka lage ati mane". Retrieved 17 July 2016. 

ବାହାର ଆଧାର[ସମ୍ପାଦନା]