ଧରଣୀଧର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ଧରଣୀଧର ପାଣିଗ୍ରାହୀ
ଜନ୍ମ(1936-01-02)୨ ଜାନୁଆରୀ ୧୯୩୬
ମୃତ୍ୟୁ୧୭ ନଭେମ୍ବର ୨୦୨୦(2020-11-17) (ବୟସ ୮୪)
ନୂଆପଲ୍ଲୀ, ଭୁବନେଶ୍ୱର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ ୨୦୦୯

ଧରଣୀଧର ପାଣିଗ୍ରାହୀ (୨ ଜାନୁଆରୀ ୧୯୩୬ - ୧୭ ନଭେମ୍ବର ୨୦୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅର୍ଥନୀତି, ସମାଜତତ୍ତ୍ୱ, ସଂସ୍କୃତି ସମ୍ପର୍କିତ ନାନା ପ୍ରବନ୍ଧ ଅନୁବାଦ କରିବା ସହିତ ଅର୍ଥନୀତି ବିଷୟରେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

ମୌଳିକ ରଚନା[ସମ୍ପାଦନା]

  • ଅର୍ଥନୀତି ପ୍ରବେଶ
  • ଅର୍ଥନୀତି ପରିଚୟ
  • ମୁଦ୍ରାବ୍ୟାଙ୍କ ଓ ସରକାରୀ ବିତ୍ତ ବ୍ୟବସ୍ଥା
  • ସରକାରୀ ବିତ୍ତ
  • ଗ୍ରାମ୍ୟ ଶିଳ୍ପାୟନ
  • ଭାରତୀୟ ଅର୍ଥନୀତି
  • ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅର୍ଥନୈତିକ ବିକାଶ
  • ରାଜନୀତିଜ୍ଞଙ୍କ ଭାରତବର୍ଷ
  • ଅର୍ଥନୀତିକ ଭାରତ
  • ମହାଭାରତ ପରେ
  • ଅଞ୍ଜନେୟ
  • ଶ୍ରୀମୟୀ ବୈଷ୍ଣୋ ଦେବୀ
  • ଲୌହମାନବ
  • ଭାରତ ବିକାଶ ପରିକ୍ରମା
  • ରାଷ୍ଟ୍ରୀୟ ବିତ୍ତ

ଅନୁବାଦ[ସମ୍ପାଦନା]

  • କରଣ ସିଂହ: ଆତ୍ମଜୀବନୀ
  • ସନ୍ଥ ବିଭୂତି
  • ମୃତ୍ୟୁ ପରେ
  • ଜୀବନ ଓ ମୃତ୍ୟୁ ଦର୍ଶନ
  • ବ୍ରହ୍ମବାଦ ଦର୍ଶନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୦୯ (କରଣ ସିଂହ: ଆତ୍ମଜୀବନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ) - ୨୦୧୫ (ଲୌହମାନବ)[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଧରଣୀଧର ୧୯୩୬ ମସିହା ଜାନୁଆରୀ ୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅନ୍ତର୍ଗତ ବେରୁଆଁପାଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା, ବିଜେବିରାଜଧାନୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ ।

୨୦୨୦ ମସିହା ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।[୨]

ଆଧାର[ସମ୍ପାଦନା]

  1. "୨୦୧୫ ଓ ୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". www.nitidin.com. ନିତିଦିନ. Archived from the original on 11 July 2022. Retrieved 11 July 2022.
  2. "ପରଲୋକରେ ଧରଣୀଧର ପାଣିଗ୍ରାହୀ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 11 July 2022. Retrieved 11 July 2022.