ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ
ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ | |
---|---|
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ବୃତ୍ତି | ଅଧ୍ୟାପନା |
Employer | ଗୌହାଟି ବିଶ୍ୱବିଦ୍ୟାଳୟ |
ଉଲ୍ଲେଖନୀୟ କାମ | ମହାରଥୀ |
ପୁରସ୍କାର(ଗୁଡ଼ିକ) | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୦୮ |
ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ ଜଣେ ଓଡ଼ିଆ ଅନୁବାଦିକା ।[୧] ଅନୁବାଦ ପୁସ୍ତକ ମହାରଥୀ ପାଇଁ ୨୦୦୮ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଥିଲା । ବୃତ୍ତିରେ ସେ ଜଣେ ଅଧ୍ୟାପିକା ଓ ଗୌହାଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଅଧ୍ୟାପନା କରନ୍ତି ।[୨]
ସାହିତ୍ୟ ସର୍ଜନା[ସମ୍ପାଦନା]
ଜ୍ୟୋତ୍ସ୍ନା, ଉଭୟ ମୌଳିକ ସାହିତ୍ୟ ଓ ଅନୁବାଦରେ ନିଜ ଲେଖନୀ ଚାଳନା କରନ୍ତି । ଉଭୟ ଓଡ଼ିଆ ଓ ଅସମୀୟା ଭାଷାରେ ଦକ୍ଷତା ରଖିଥିବା ଜ୍ୟୋତ୍ସ୍ନା ୧୦ରୁ ଅଧିକ ଅସମୀୟା ଲେଖକଙ୍କର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ସେହିପରି ମାଦଳା ପାଞ୍ଜିକୁ ସେ ଅସମୀୟା ଭାଷାକୁ ଅନୁବାଦ କରିଛନ୍ତି । ପ୍ରତିଭା ରାୟଙ୍କ ଉଲଙ୍ଘନ ପୁସ୍ତକ ମଧ୍ୟ ସେ ଅନୁବାଦ କରିଛନ୍ତି ।
ରଚନାବଳୀ[ସମ୍ପାଦନା]
- ମାଦଳା ପାଞ୍ଜି (ଓଡ଼ିଆରୁ ଅସମୀୟା)
- ଉଲଙ୍ଘନ (ଓଡ଼ିଆରୁ ଅସମୀୟା)
- ଅନ୍ୟ ଜଣେ (ହରେକୃଷ୍ଣ ଡେକାଙ୍କର ପୁସ୍ତକ ଅସମୀୟାରୁ ଓଡ଼ିଆ)[୩]
- ମହାରଥୀ ( ଚନ୍ଦ୍ରପ୍ରସାଦ ସାଇକିଆଙ୍କ ପୁସ୍ତକ ଅସମୀୟାରୁ ଓଡ଼ିଆ)[୪]
- ବାଘ ଟାପୁରେ ରାତି (ମୂଳ ରଚନା ଅପୂର୍ବ ଶର୍ମା)
- ଶୃଙ୍ଖଳା
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ଜ୍ୟୋତ୍ସ୍ନା, ବୃତ୍ତିରେ ଜଣେ ଅଧ୍ୟାପିକା । ଗୌହାଟି ବିଶ୍ୱବିଦ୍ୟାଳୟରେ ସେ ଓଡ଼ିଆ ଭାଷା ଅଧ୍ୟାପନା କରନ୍ତି । ସେ ପୂର୍ବରୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ । ସେ ଓଡ଼ିଆ ଭାଷାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି । ତାଙ୍କ ପତି ଆସାମ କାଡ଼ରର ଭାରତୀୟ ପୁଲିସ ସେବା ଅଧିକାରୀ ।[୫]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୦୮[୬]
ଆଧାର[ସମ୍ପାଦନା]
- ↑ ମହାରଥି. ସାହିତ୍ୟ ଏକାଡେମୀ. pp. ୪୦୦. ISBN 81-260-2195-0. Retrieved 28 September 2021.
- ↑ "Jyotsna K Biswal Rout". www.gauhati.ac.in. Gauhati University. Archived from the original on 28 September 2021. Retrieved 28 September 2021.
- ↑ Five Decades The National Academy of Letters, India : a Short History of Sahitya Akademi. ସାହିତ୍ୟ ଏକାଡେମୀ. Retrieved 28 September 2021.
- ↑ ମହାରଥି. ସାହିତ୍ୟ ଏକାଡେମୀ. pp. ୪୦୦. ISBN 81-260-2195-0. Retrieved 28 September 2021.
- ↑ "'I enjoy Assamese as much as Oriya'". www.newindianexpress.com. The New Indian Express. Archived from the original on 28 September 2021. Retrieved 28 September 2021.
- ↑ "Sahitya Akademy Translation Prize". www.sahitya-akademi.org.in/. Sahitya Akademy. Archived from the original on 28 September 2021. Retrieved 28 September 2021.