ଅଜୟ କୁମାର ପଟ୍ଟନାୟକ
ଅଜୟ କୁମାର ପଟ୍ଟନାୟକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରାତନ ଛାତ୍ର | ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅନୁବାଦକ, ଅଧ୍ୟାପକ |
ଉଲ୍ଲେଖନୀୟ କାମ | ଶ୍ରେଷ୍ଠ ହିନ୍ଦୀ ଗଳ୍ପ |
ପୁରସ୍କାର(ଗୁଡ଼ିକ) | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୯ |
ଅଜୟ କୁମାର ପଟ୍ଟନାୟକ (ଜନ୍ମ: ୫ ଜୁନ ୧୯୪୯) ଜଣେ ଓଡ଼ିଆ ଅନୁବାଦକ । ସେ ୨୦୧୯ ମସିହାରେ ନିଜ ଅନୁବାଦ ପୁସ୍ତକ "ଶ୍ରେଷ୍ଠ ହିନ୍ଦୀ ଗଳ୍ପ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ସେ ପ୍ରାୟ ୪୦ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ସେଥିରେ ଅନୁବାଦ ବ୍ୟତୀତ ମୌଳିକ ରଚନା ମଧ୍ୟ ରହିଛି । ଅଧ୍ୟାପକ ବୃତ୍ତିରୁ ସେ ସେବାନିବୃତ ହୋଇ ସାରିଛନ୍ତି ।[୧]
ଅଜୟ ୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୧ ମସିହାରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ଓ ୧୯୭୪ରେ ଡି.ଫିଲ ଶିକ୍ଷା ସମାପ୍ତ କରିଥିଲେ । ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ଅଧ୍ୟାପକ ଜୀବନ ମଧ୍ୟରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିଛନ୍ତି । ତାଙ୍କ ଅଧିନରେ ବହୁ ଛାତ୍ର ଏମ୍.ଫିଲ., ପି.ଏଚ.ଡି. ଓ ଡି.ଲିଟ. ଲାଭ କରିଛନ୍ତି ।[୨]
ରଚନାବଳୀ[ସମ୍ପାଦନା]
- ବନଗରବାଡୀ (ମରାଠୀରୁ ଓଡ଼ିଆକୁ ଅନୁବାଦ)
- ଶଙ୍ଖ-ସିନ୍ଦୂର (ରମାନାଥ ତ୍ରିପାଠୀ ପୁସ୍ତକ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ଦୀକ୍ଷା (ନରେନ୍ଦ୍ର କୋହଲିଙ୍କ ପୁସ୍ତକ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ଜାୟସୀ (ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ବିଲ୍ଲେସୁର୍ ଛେଲିଆ (ନିରାଲାଙ୍କ ଉପନ୍ୟାସ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ମନୋଜ ଦାସ କୃତ କହାନୀ ସଂଗ୍ରହ (ମନୋଜ ଦାସଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ପ୍ରଭଞ୍ଜନ (ମନୋଜ ଦାସଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ଅନ୍ବେଷା କା ଆକାଶ (ରବି ରାୟଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ମୁରଲୀ ସାହୁକା ଦିନ (ନୃସିଂହ ତ୍ରିପାଠୀଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ପୁଣ୍ୟତୋୟା (ପ୍ରତିଭା ରାୟଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ନୀଲାଚଲ କୋ ରାସ୍ତା (ସାତକଡ଼ି ହୋତାଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ଦେବଶିଶୁ (ସୁସ୍ମିତା ବାଗ୍ଚୀଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ବନ୍ଦ ଘର କା କିବାଡ଼ (ମନୋରମା ମହାପାତ୍ରଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୯[୩]
- ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର - ୨୦୦୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୪]
- ହିନ୍ଦୀତର ଭାଷୀ କ୍ଷେତ୍ରର ହିନ୍ଦୀ ଲେଖକ ପୁରସ୍କାର - ୧୯୭୬-୭୭ ଏବଂ ୧୯୮୬-୮୭
- ରାମକୃଷ୍ଣ ହିରଜୀମଲ ଡାଲମିୟାଁ ପୁରସ୍କାର - ୧୯୮୩
- ଡି.ଲିଟ (ବିକ୍ରମଶିଳା ବିଶ୍ବବିଦ୍ୟାଳୟ)
- ପୁନର୍ନବା ସାହିତ୍ୟ ସଂସଦ ପୁରସ୍କାର
- ନେତ୍ରମଣି ଅନୁବାଦ ପୁରସ୍କାର
ଆଧାର[ସମ୍ପାଦନା]
- ↑ "ଅଜୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର". www.dharitri.com. ଧରିତ୍ରୀ. Retrieved 25 February 2020.
- ↑ "ଅଜୟ ପଟ୍ଟନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.samajalive.in/. ସମାଜ. Retrieved 25 February 2020.
- ↑ "AKADEMI TRANSLATION PRIZES". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19 October 2021.
- ↑ "ଅନୁବାଦ ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ". sambad.in/. ସମ୍ବାଦ. Retrieved 25 February 2020.