Jump to content

କୃଷ୍ଣପ୍ରସାଦ ମିଶ୍ର

ଉଇକିପିଡ଼ିଆ‌ରୁ
କୃଷ୍ଣପ୍ରସାଦ ମିଶ୍ର
ଜନ୍ମ(1933-04-19)୧୯ ଅପ୍ରେଲ ୧୯୩୩


[]
ମୃତ୍ୟୁ୧୩ ଫେବୃଆରୀ ୧୯୯୪(1994-02-13) (ବୟସ ୬୦)
ଜାତୀୟତାଭାରତୀୟ
ଚାକିରିକ୍ଷେତ୍ରଉତ୍କଳ ବିଶ୍ୱବିଦ୍ୟାଳୟ
ଉଲ୍ଲେଖନୀୟ କୃତିଚିତ୍ରିତ ଚାଦର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

କୃଷ୍ଣପ୍ରସାଦ ମିଶ୍ର (୧୯ ଅପ୍ରେଲ ୧୯୩୩ - ୧୩ ଫେବୃଆରୀ ୧୯୯୪), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ପ୍ରବନ୍ଧ ଓ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ତାଙ୍କ ସାହିତ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜୀବନ ଶୈଳୀର ଏକ ତୁଳନାତ୍ମକ ଦୃଷ୍ଟିଭଙ୍ଗି ପ୍ରକାଶିତ ହେଉଥିଲା । ବିଦେଶରେ ରହୁଥିବା ଭାରତୀୟମାନଙ୍କର ଦ୍ୱନ୍ଦ୍ୱକୁ ସେ ନିଜ ସାହିତ୍ୟରେ ଦେଖେଇବାକୁ ଚେଷ୍ଟା କରିଥିଲେ ।[] ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଓ ସୁବକ୍ତା ଥିଲେ ।

ଜୀବନୀ

[ସମ୍ପାଦନା]

କୃଷ୍ଣପ୍ରସାଦ, ୧୯୩୩ମସିହାରେ ବ୍ରହ୍ମପୁର ସହର ଅନ୍ତର୍ଗତ ଶଙ୍କରପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ, କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରିଥିଲେ । ୧୯୫୬ ମସିହାରେ ବନାରସ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଦର୍ଶନଶାସ୍ତ୍ର ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାପରେ ଆଇନ ପଢ଼ି, ଓକିଲାତି କରିଥିଲେ । ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ, ତାକୁ ପ୍ରତ୍ୟାଖ୍ୟାନ କରି ୧୯୫୯ମସିହାରେ ଅଧ୍ୟାପନା ବୃତ୍ତିକୁ ଆବୋରୀଥିଲେ । ପ୍ରଥମେ ବିଜେବି କଲେଜ(୧୯୫୯-୬୩) ଓ ପରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ପରବର୍ତ୍ତୀ ସମୟରେ କମନୱଲଥ ସ୍କଲାରସିପ ପାଇ, କାନାଡ଼ାର ଟରଣ୍ଟୋ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲେ ।[] ୧୯୬୮ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବରେ ଯୋଗଦେଇ, ୧୯୮୪ରେ ପ୍ରଫେସର ହୋଇଥିଲେ । ୧୯୮୮ରେ ସେ ଓଡ଼ିଶା ଦର୍ଶନ କଂଗ୍ରେସର ସଭାପତି ଅଳଙ୍କୃତ କରିଥିଲେ । ଅବସର ନେବା ପୁର୍ବରୁ ୧୯୯୪ ମସିହାରେ ଆକସ୍ମିକ ଭାବରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରଚନାବଳୀ

[ସମ୍ପାଦନା]

ଅଧ୍ୟାପନା ଓ ସାହିତ୍ୟ ସର୍ଜନାକୁ ସମାନ ଗୁରୁତ୍ୱ ଦେଇଥିଲେ କୃଷ୍ଣପ୍ରସାଦ । ସେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଗଳ୍ପ ଲେଖିଥିଲେ । ଓଡ଼ିଆ ଗଳ୍ପକୁ ପାରମ୍ପାରିକ ପ୍ରବାହରୁ ଦୂରେଇ ନେଇ, ସେ ଏକ ନୂତନ ରୂପ ଦେବାକୁ ଚେଷ୍ଟା କରିଥିଲେ ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଚିତ୍ରିତ ଚାଦର ପାଇଁ), ୧୯୮୫[]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୦]
  1. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
  2. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4063–. ISBN 978-81-260-1221-3.
  3. K. M. George; Sahitya Akademi (1992). Modern Indian Literature, an Anthology: Fiction. Sahitya Akademi. ISBN 978-81-7201-506-0.
  4. R. P. Malhotra (2005). Encyclopaedic Dictionary of Asian Novels and Novelists: A-I. Global Vision Publishing House. pp. 669–. ISBN 978-81-8220-067-8.
  5. Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.
  6. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୩/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 17 February 2017. Retrieved 13 February 2017.
  7. http://www.odiasahitya.com/members/memberprofile/?member=Krushna+Prasad+Mishra
  8. "ଆଜି ଜନ୍ମଦିନ". ସମ୍ବାଦ ୧୯/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 24 April 2017. Retrieved 19 April 2017.
  9. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  10. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)