ବରଗଡ଼ ଜିଲ୍ଲା
ବରଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
Area | |
• ଜିଲ୍ଲା | 5837 km2 (2,254 sq mi) |
Population (୨୦୧୧) | |
• ଜିଲ୍ଲା | ୧୪୭୮୮୩୩ |
• Density | 253/km2 (660/sq mi) |
• Urban | ୧୪୯୭୦୮ |
• Rural | ୧୩୨୯୧୨୫ |
• ୬ ବର୍ଷରୁ କମ ଶିଶୁ | ୧୫୬୧୮୫ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OD-17 |
ଜିଲ୍ଲାପାଳ | ଭାବଗ୍ରାହୀ ମିଶ୍ର [୧] |
Website | Official website |
ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।
ଅବସ୍ଥାନ
[ସମ୍ପାଦନା]- ବରଗଡ଼ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରପୂର୍ବରେ: ସମ୍ବଲପୁର ଜିଲ୍ଲା
- ଦକ୍ଷିଣରେ: ବଲାଙ୍ଗୀର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା
- ଦକ୍ଷିଣ ପଶ୍ଚିମରେ: ନୂଆପଡ଼ା ଜିଲ୍ଲା
ବିଶେଷତା
[ସମ୍ପାଦନା]- ଆୟତନ: ୫୮୩୨ ବର୍ଗ ମି.
- ଲୋକସଂଖ୍ୟା: ୧,୩୪୫,୬୦୧
- ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା [୨] ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |
- ପୁରୁଷ: ୭,୪୮,୩୩୨
- ଗ୍ରାମାଞ୍ଚଳ: ୬,୭୨,୦୦୪
- ସହରାଞ୍ଚଳ: ୭୬,୩୨୮
- ମହିଳା: ୭,୩୦,୫୦୧
- ଗ୍ରାମାଞ୍ଚଳ: ୬,୫୭,୧୨୧
- ସହରାଞ୍ଚଳ: ୭୩,୩୮୦
- ଛ ବର୍ଷରୁ କମ: ୧,୫୬,୧୮୫
- ଗ୍ରାମାଞ୍ଚଳ: ୧,୪୦,୬୪୮
- ସହରାଞ୍ଚଳ: ୧୫,୫୩୭
- ସାକ୍ଷରତା ହାର: ୭୫.୧୬%
- ପୁରୁଷ: ୮୪.୨୮%
- ମହିଳା: ୬୫.୮୪%
ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।ବରଗଡ଼କୁ ଓଡ଼ିଶାର ଭାତ ହାନ୍ଡି ବୋଲି କୁହାଯାଏ।[୪]
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୂଜା ପାଇଥାନ୍ତି । [୫]
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ରାଜନୀତି
[ସମ୍ପାଦନା]# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୧ | ପଦ୍ମପୁର | ଅଣ ସଂରକ୍ଷିତ | ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, | ବିଜୟ ରଞ୍ଜନ ସିଂ ବରିହା | ବିଜଦ |
୨ | ବିଜେପୁର | ଅଣ ସଂରକ୍ଷିତ | ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଆଂଶିକ) | ସୁବଳ ସାହୁ | କଂଗ୍ରେସ |
୩ | ବରଗଡ଼ | ଅଣ ସଂରକ୍ଷିତ | ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) | ସାଧୁ ନେପାକ | କଂଗ୍ରେସ |
୪ | ଅତାବିରା | ଅନୁସୂଚିତ ଜାତି | ଅତାବିରା, ଅତାବିରା, ଭେଡେନ | ନିହାର ରଞ୍ଜନ ମହାନନ୍ଦ | କଂଗ୍ରେସ |
୫ | ଭଟଲୀ | ଅଣ ସଂରକ୍ଷିତ | ସୋହେଲା, ଭଟଲୀ, ଅମ୍ବାଭୋନା | ସୁଶାନ୍ତ ସିଂହ | ବିଜଦ |
ଆଧାର
[ସମ୍ପାଦନା]- ↑ Incumbency Chart of Collectors
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ http://www.navratnanews.com/ Archived 2021-03-09 at the Wayback Machine. ନବରତ୍ନ ଟେଲିଭିଜନ୍
- ↑ http://www.eodisha.com/nrusinghnath-temple-bargarh-in-orissa/[permanent dead link] ଇ-ଓଡ଼ିଶା ବେବ୍ ସାଇଟ୍
ଅଧିକ ତଥ୍ୟ
[ସମ୍ପାଦନା]- ସରକାରୀ ଗୃହ ପୃଷ୍ଠା
- ନବରତ୍ନନିଉଜ Archived 2021-03-09 at the Wayback Machine.